ଲେଉଟ ଚକୁଳି
ଲେଉଟ ଚକୁଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ମୋଟ ଚକୁଳି (ଯାହାର ଦୁଇଟି ପାଖକୁ ନିଆଁ ଉପରେ ପଲମରେ ଲେଉଟା ଯାଇଥାଏ) —A kind of thick pastry cake, both faces of which have been turned over the fire. —
[ଦ୍ରଷ୍ଟବ୍ୟ —ସାଧାରଣତଃ ଚକୁଳିମାନ ଖୁବ୍ ପତଳା ଥିବାରୁ ଏହାକୁ ନିଆଁ ଉପରେ ଲେଉଟାଇବାକୁ ହୁଏ ନାହିଁ, ଅର୍ଥାତ୍ ନିଆଁରେ ବସିଥିବା କରେଇରେ ବା ପଲମରେ ପିଠଉକୁ ପତଳା କରି ଢ଼ାଳି ଦେଇ ସାରି କିଛିକ୍ଷଣ ପରେ ତାହାକୁ ଉଠାଇ ଆଣିବାକୁ ହୁଏ ଏପରି ପତଳା ଚକୁଳିକୁ 'ସରୁ ଚକୁଳି' ବୋଲାଯାଏ କିନ୍ତୁ ପିଠଉକୁ ବହଳିଆ କରି ଢ଼ାଳି ସେହି ମୋଟ ଚକୁଳିକୁ ନ ଲେଉ ଇଲେ ତାହା ଉତ୍ତମରୂପେ ସିଝି ପାରେ ନାହିଁ ଏଥିପାଇଁ ତହିଁର ତଳପାଖକୁ ପଲମରେ ଲୁହାଖଡ଼ିକା ସାହାଯ୍ୟରେ ଲେଉଟାଇ ଦେବାକୁ ହୁଏ; ତାହାହେଲେ ଚକୁଳିଟି ଉତ୍ତମରୂପେ ସିଝିଯାଏ ଏଥିପାଇଁ ଏହାକୁ ଲେଉଟ ଚକୁଳି ବୋଲାଯାଏ ପରିବାରର କୌଣସି ବ୍ୟକ୍ତି ବିଦେଶକୁ ଯାତ୍ରା କରିବା ପୂର୍ବରୁ ତାଙ୍କ ମାଆ, ଭଉଣୀ ବା ସ୍ତ୍ରୀ ଉକ୍ତ ବ୍ୟକ୍ତିଙ୍କୁ ଲେଉଟ ଚକୁଳି ଖାଇବାକୁ ଦିଅନ୍ତି ଏଥିର ଉଦ୍ଦେଶ୍ୟ ଓ ଆଶା ଏହି ଯୋ, ବିଦେଶକୁ ଯାତ୍ରା କରୁଥିବା ବ୍ୟକ୍ତି ବିଦେଶରେ ବେଶି ଦିନ ନ ରହି ନ ରହି ଶୀଘ୍ର ଘରକୁ ଲେଉଟ ଆସିବ ]