Jump to content

ଲେଖନ

ଉଇକିଅଭିଧାନ‌ରୁ

ଲେଖନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲିଖ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଲିଖନ; ଅକ୍ଷର ବିନ୍ୟାସ —୧. Act of writing.
୨. ଅଙ୍କନ ବା ଆଙ୍କିବା —୨. Drawing.
୩. ଅକ୍ଷର ବିନ୍ୟାସ —୩. Scribbing.
୪. ଚିତ୍ରକରଣ —୪. Painting.
୫. ରେଖାଙ୍କନ —୫. Drawing of a line.
୬. ଦାନ୍ତ ଘସିବା ବେଳେ ଜିଭ ଛେଲିବା — ୬. Act of scraping the tongue while cleansing the mouth.
୭. (+ଅଧି ଅନ) କାଗଜ; ଯାହା ଉପରେ ଅକ୍ଷରାଦି ଲେଖାଯାଏ —୭. Paper.
୮. (+କର୍ମ ଅନ)ଚିଠି —୮. Letter.
୯. ଦଲିଲ —୯. Document.
୧. (+ଅଧିଅନ)ଭୁର୍ଜ୍ଜପତ୍ର — ୧୦. The bark of the birch tree.
୧୧. (+କରଣ ଅନ) ଯାହାଦ୍ୱାରା ଲେଖା— ଯାଏ; କଲମ; ଲେଖନୀ —୧୧. Pen; pencil.
୧୨. ତୂଳୀ —୧୨. Painter's brush.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତାଳପତ୍ର ଉପରେ ଲେଖିବା ପାଇଁ ବ୍ୟବହୃତ ଲୁହାର ମୁନିଆଁ ଲେଖନୀ —A pointed iron pen used for writing upon plam leaves; a stylus.

[ଦ୍ରଷ୍ଟବ୍ୟ —ତାଳପତ୍ର ଉପରେ ଲେଖନଦ୍ୱାରା ଅକ୍ଷରମାନ ଲେଖିବା ପାଇଁ ତାଳପତ୍ରକୁ ଲେଖନଦ୍ୱାରା ଫୋଡ଼ିବାକୁ ହୁଏ ଓ ଏଥିପାଇଁ ମସୀ ଦରକାର ହୁଏ ନାହିଁ ଲେଖନର ଅଗ୍ରଭାଗକୁ (ଯେଉଁ ସୂଚ୍ୟଗ୍ରଦ୍ୱାରା ଲେଖାଯାଏ ତାକୁ) ଲେନର ମୁନ ବେଖାଲାଯାଏ ଓ ଲେଖନର ଅପର— ଦିଗର ଚକଟା ଓ ବ୍ୟଜନାକୃତି ଅଂଶକୁ ଲେଖନର ପକ୍ଷୀ ବୋଲାଯାଏ ସେହି ପକ୍ଷୀର ଗୋଟିଏ ପାଖ ଛୁରୀପରି ଦାଢୁଆ ଓ ସେହି ଛୁରୀଦ୍ୱାରା ତାଳପତ୍ରକୁ ପ୍ରଯୋଜନୀୟ ଆକାରରେ କଟାଯାଏ ଓଡ଼ିଶାର କରଣମାନେ ଲେଖନୀଜୀବୀ ବା (ଆଜିକାଲି) ମସୀଜୀବୀ ଥିବାରୁ ସେମାନଙ୍କ ସକ୍ରଳ ଲେଖନ ଅଟେ ]