ଲେଖନ ଧରିବା
ଲେଖନ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତାଳପତ୍ର ଉପରେ ଲେଖିବା ପାଇଁ ଲେଖନକୁ ନିୟମିତଭାବରେ ଆଙ୍ଗଠିଦ୍ୱାରା ଚାପି ଧରିବା —୧. To hold the stylus (iron—pen)prperly to write upon plam leaf.
- ୨. (ଲକ୍ଷଣାର୍ଥ) ଲେଖନଦ୍ୱାରା ଲେଖିବା —୨. To write with a stylus.
[ଦ୍ରଷ୍ଟବ୍ୟ — କାଗଜ ଉପରେ କଲମ ଆଦିଦ୍ୱାରା ଲେଖିବା ସହଜ,କିନ୍ତୁ ତାଳପତ୍ର ଉପରେ ଲେଖନଦ୍ୱାରା ଲେଖିବା କଷ୍ଟକର କାଗଜକୁ ତଳେ ପକାଇ ତା ଉପରେ କଲମଦ୍ୱାରା ଲେଖି ହୋଇଯାଏ, କିନ୍ତୁ ତାଳପତ୍ରକୁ ବାଆଁ ହାତଦ୍ୱାରା ଧରି ଆଣ୍ଠୁ ଉପରେ ଥୟ କରି ଡ଼ାହାଣ ହାତର ୪ଟି ଆଙ୍ଗୁଠିଦ୍ୱାରା ଲେଖନୀକୁ ଧରି ଚଳାଇବାକୁ ହୁଏ ଲେଖନକୁ ଏକପାଖରେ ଯଥାକ୍ରମେ ବିଶିଆଙ୍ଗୁଠି, ମଝିଆଙ୍ଗୁଠି ଓ ପରି ଆଙ୍ଗୁଠି ଓ ଅନ୍ୟପାଖରେ ବୁଢ଼ାଆଙ୍ଗୁଠିଦ୍ୱାରା ଦୃଢ଼ରୂପେ ଧରିବାକୁ ହୁଏ ଓ ତାଳପତ୍ର ଉପରେ ଲେଖିବା ସମୟରେ ଲେଖକର ବାଆଁ ହାତର ବୁଢ଼ାଆଙ୍ଗୁଠି ଲେଖନର ମୁନକୁ ତାଳପତ୍ର ଉପରେ ନିଯନ୍ତ୍ରିତ କରୁଥାଏ ଟିପଟାଣ କରି ଲେଖନର ମୂନକୁ ନିୟନନ୍ତ୍ରିତ ନ କଲେ ତାଳପତ୍ରରେ ଅକ୍ଷର ଲେଖି ହୁଏ ନାହିଁ ଓଡ଼ିଶାରେ ତାଳପତ୍ର ଓ ଲେଖନଦ୍ୱାରା ସମସ୍ତ ଲେଖା କାମ ଚଳୁଥିଲା ଓ ଉତ୍କଳର ସମସ୍ତ ପୁରାତନ ପୋଥିମାନ ତାଳପତ୍ରରେ ଲେଖନଦ୍ୱାରା ଲେଖା ଚିଠିପତ୍ର, ହିସାବପତ୍ର ସମସ୍ତ ତାଳପତ୍ରରେ ଲେଖା ହେଉଥିଲା ଓ ଏବେ ମଧ୍ୟ କେତେକ ପୁରୁଣାକାଳିଆ ଲୋକ ଲେଖନ ପତର ଛାଡ଼ି ନାହାନ୍ତି ସଂସ୍କୃତରେ ଦେବନାଗର ଅକ୍ଷର— ମାନଙ୍କର ଶିରୋଭଗରେ ଲମ୍ୱ ସରଳରେଖା ରହେ , (ଯଥା—କ,ମ,ବ) ବଙ୍ଗଳା ଓ ଓଡ଼ିଆ ଭାଷାର ଅକ୍ଷର ଦେବନାଗର ଲିପିରୁ ଜାତ କିନ୍ତୁ ବଙ୍ଗଳା ଭାଷାରେ ଅକ୍ଷରମାନଙ୍କ ଶିରୋଭାଗରେ ସରଳରେଖା ରହେ(ଯଥା— କ,ମ,ବ) କିନ୍ତୁ ଓଡ଼ିଆ ଅକ୍ଷରମାନଙ୍କ ଶିରୋଭାଗ ଅର୍ଦ୍ଧ ଚନ୍ଦ୍ରାକାର ଟୋପିଯୁକ୍ତ (ଯଥା—କ, ମ,ବ) ଏଥିର କାରଣ ଏହି କି, ବଙ୍ଗଦେଶରେ ଭୁର୍ଜ୍ଜପତ୍ରରେ ଓ କାଗଜରେ ଲେଖା ଚଳିଥିବାରୁ ଅକ୍ଷରମାନଙ୍କ ମୁଣ୍ଡରେ ଦେବନାଗର ପରି ସରଳରେଖା ରହିଗଲା; କିନ୍ତୁ ଓଡ଼ିଶାରେ ଲେଖନଦ୍ୱାରା ତାଳପତ୍ରଉପରେ ଲେଖାଯିବାରୁ ଅକ୍ଷରମାନଙ୍କ ମୁଣ୍ଡ ଉପରେ ସରଳରେଖାମାନ କାଟିଲେ ତାଳପତ୍ରର ଆଂଶୁମାନ ସମାନ୍ତରାଳ ରେଖାମାନଙ୍କଦ୍ୱାରା ଚିରିଯିବି; ଏଥିପାଇଁ ଅକ୍ଷର— ମାନଙ୍କ ମସ୍ତକୁ ସରଳରେଖାଦ୍ୱାରା ନ ଘୋଡ଼ାଇ ସେହି ସରଳରେଖାମାନଙ୍କ ସ୍ଥଳରେ ବୃତ୍ତାକାର ଚୋପି ଦିଆ ଯାଇଅଛି
ତାଳପତ୍ର ଲେଖା ଏ ଦେଶରେ ବିଶେଷଭାବରେ ଚଳି ନ ଥିବା ସମୟରେ ଓଡ଼ିଆ ଅକ୍ଷରମାନଙ୍କର ମସ୍ତକରେ ପୁରାତନ ଶିଳାଉପରେ ଚୋପି ନ ଥାଇ ସରଳରେଖାମାନ ଥିବା ଅନେକ ଲିପିରୁ ଦେଖାଯାଏ ]