Jump to content

ଲେଖନ ବୁଲିବା

ଉଇକିଅଭିଧାନ‌ରୁ

ଲେଖନ ବୁଲିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଲେଖନଦ୍ୱାରା ତାଳପତ୍ର ଉପରେ ଲେଖିବା କାର୍ଯ୍ୟ ଚଳିବା —୧. Act of writing on plam. leaf with iron—stylus.
୨. (ଲକ୍ଷଣାର୍ଥ) ଲେଖକମାନେ କାର୍ଯ୍ୟରେ ବ୍ୟାପୃତ ହେବା —୧. Act of the writers being engaged in writing.

[ଦ୍ରଷ୍ଟବ୍ୟ —ପୂର୍ବକାଳରେ ଜମିଦାରମାନଙ୍କ ସିରସ୍ତାରେ ଲେଖନ ଓ ତାଳପତ୍ରଦ୍ୱାରା ଜମିଦାରିର ହିସାବପତ୍ର ଲେଖାଯାଉଥିବାରୁ କର୍ମଚାରୀମାନେ ସମସ୍ତେ ଲେଖନଦ୍ୱାର ଲେଖୁଥିଲେ ଏଥିପାଇଁ କୌଣସି ଜମିଦାରଙ୍କ ଇଲାକାରେ ଯେତେଜଣ କର୍ମଚାରୀ ରହୁଥିଲେ ତାଙ୍କ ସିରସ୍ତାରେ ସେତେଗୋଟି ଲେଖନ ବୁଲୁଥିଲେ ଅମୁକଙ୍କର ପାଞ୍ଚଗୋଟି ଲେଖନ ବୁଲୁଛି ବୋଲି କହିଁଲେ ବୁଝାଉଥିଲେ ଯେ, ତାଙ୍କର ସିରସ୍ତାରେ ଲେଖାପଢ଼ି କାମ କରିବାକୁ ପାଞ୍ଚଜଣ ଲେଖକ ବ୍ୟାପୃତ ଅଛନ୍ତି ପୁରୀ ଜିଲ୍ଲାର ନିମାପଡ଼ାର ପୂର୍ବତନ ପ୍ରସିଦ୍ଧ କ୍ଷତ୍ରିୟ ଜମିଦାର (ରାଏଟ୍ସିଂହ)ଙ୍କର ଅନେକ ଭୁସମ୍ପତ୍ତି ଥିବାରୁ ବହୁ ଶତ ଲେଖକ କର୍ମଚାରୀ ତାଙ୍କ ଇକଲାକାରେ ନିଯୁକ୍ତ ଥିଲେ; ଏଥିପାଇଁ ଲୋକେ କହୁଥିଲେ ଯେ, ରାଏଟ୍ ସିଂହଙ୍କର ଲକ୍ଷେ ଲେଖନ ବୁଲୁଅଛି, ଅର୍ଥାତ୍ ତାଙ୍କ ଇଲାକାରେ ଲକ୍ଷେ ଲେଖକ ନିଯୁକ୍ତ ଅଛନ୍ତି ]