ଲେଟର୍ସ୍ ପେଟେଣ୍ଟ୍
ଲେଟର୍ସ୍ ପେଟେଣ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
ବୈଦେଶିକ - ବିଶେଷ୍ୟ - (କଚରିଆ) (ଇଂ)
[ସମ୍ପାଦନା]ଛାମୁ ଚିଟାଉ; ରାଜାଙ୍କର ଶ୍ରୀହସ୍ତର ମୁଦ୍ରାଙ୍କିତ ହୁକୁମ— ନାମା,ଯଦ୍ଦ୍ୱାରା,କୌଣସି ବ୍ୟକ୍ତିଙ୍କୁ ବା ସଂଘଙ୍କୁ କୌଣସି ବିଶେଷ ଅଧିକାର ବା ସ୍ୱତ୍ୱ ପ୍ରଦତ୍ତ ହୋଇ ଥାଏ —Letter Patent.
[ଦ୍ରଷ୍ଟବ୍ୟ —ଭାରତରେ ହାଇ— କୋର୍ଟମାନ ଇଂଲେଣ୍ଡେଶ୍ୱର ଭାରତ ସମ୍ରାଟଙ୍କ ଲେର୍ଟସ୍— ପେଟେଣ୍ଟ (Letter Patent) ଅନୁସାରେ ସ୍ଥାପିତ ଓ ହାଇକୋର୍ଟର ବିଚାର ବିରୁଦ୍ଧରେ ପକ୍ଷମାନେ ଅପିଲ କରିବା ପାଇଁ ଯେଉଁ ସାଧାରଣ ନିୟମମାନ ଅଛି ତାହା ଛଡ଼ା ଏହି ଲେଟର୍ସପେଟେଣ୍ଟଦ୍ୱାରା କେତେକ ଅଧିକା ଅଧିକାର ହାଇକୋର୍ଟକୁ ଦିଆଯାଇଅଛି ସେହି ଅଧିକାର ଅନୁସାରେ ହାଇକୋର୍ଟର ଜଜମାନଙ୍କ ବିଚାର ବିରୁଦ୍ଧରେ ପୁଣି ଉକ୍ତ ହାଇକୋର୍ଟରେ ଯେଉଁ ଅପୀଲ ଦାଏର୍ କରାଯାଏ;
ତାକୁ ଲେଟସ୍ ପେଟେଣ୍ଟ୍ ଅପିଲ ବୋଲାଯାଏ
ଇଂଲଣ୍ଡଲ ରାଣୀ ଏଲିଜାବେଥଙ୍କଠାରୁ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ବାଣିଜ୍ୟ କରିବାକୁ 'ଲେଟେର୍ସ— ପେଟେଣ୍ଟ' ପାଇଥିଲେ
କୌଣସି କାରିଗର କୌଣସି ନୂତନ ବଳ ଆଦି ଉଦ୍ଭାବନ କଲେ ଓ ତାହା 'ପେଟେଣ୍ଟ' ବା ଏକଚାଟିଆ କରିବାକୁ ପ୍ରାର୍ଥୀ ହେଲେ ରାଜାଙ୍କଠାରୁ ପ୍ରାର୍ଥୀ 'ଲେଟର୍ସ— ପେଟେଣ୍ଟ' ମିଳେ, ଅର୍ଥାତ୍ ସେ କଳକୁ ଅନ୍ୟ କେହି ନିର୍ମାଣ କରି ବ୍ୟବସାୟ କରି ପାରିବେ ନାହିଁ ବୋଲି ଛାମୁରୁ ଆଦେଶ ହୁଏ ]