ଲେଡି କେନୀ
ଲେଡି କେନୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
=== ଦେଶଜ - ବିଶେଷ୍ୟ -
(ଇଂ, ଲେଡ଼ୀ କାନିଙ୍ଗ—ଭାରତର ଭୂତପୂର୍ବ ବଡ଼ଲାଟ ପତ୍ନୀଙ୍କ ନାମରୁ)— ଏକପ୍ରକାର ବଡ଼ ଗୋଲାକାର ନାଲି ଆବରଣଯୁକ୍ତ ଘିଅଛଣା ଗୁପ୍ଚୁପ୍ —A sort of sweetmeat named after Lady Canning.
[ଦ୍ରଷ୍ଟବ୍ୟ —ଏହା ଦୁଧ— ଛେନା ଓ ଚିନିରେ ତିଆରି ହୋଇ ଘିଅରେ ପୁଆ ହୋଇ ଶିରାରେ ବତୁରା ଯାଇଥାଏ ଛୋଟ ଆକୃତିବିଶିଷ୍ଟ ଏ ଶ୍ରେଣୀର ମିଷ୍ଟାନ୍ନକୁ ଗୋଲାପଜାମୁ ବା ପାନ୍ତୁଆ ବୋଲାଯାଏ ଓ ଦୁଇଇଞ୍ଚ ବ୍ୟାସ ବିଶିଷ୍ଟ ମିଷ୍ଟାନ୍ନ ଗୋଲକକୁ ଲେଡିକେନିଙ୍ଗ୍ ବୋଲାଯାଏ ଘିଅରେ ଭଜା ହୋଇ ନ ଥିବା ଏହି ଶ୍ରେଣୀର ଛୋଟ ମିଷ୍ଟାନ୍ନକୁ ରସଗୋଲ୍ଲା ଓ ବଡ଼ ଆକୃତି ବିଶିଷ୍ଟ ମିଷ୍ଟାନ୍ନକୁ କ୍ଷୀର ମୋହନ ବୋଲାଯାଏ ଲେଡିକେନୀର ଭିତରେ ପୁର ବା କିସମିସ ଦିଆ ହୋଇଥାଏ
ଭାରତର ଭୂତପୂର୍ବ ବଡ଼ଡଲୋକ ଲର୍ଡ଼କାନିଙ୍ଗ Lord Canningଙ୍କର ପତ୍ନୀ Lady Canning କଲିକତାରେ ୧୮୬୧: ସାଲ ନବମ୍ୱରମାସରେ ଜ୍ୱରରୋଗରେ ପରଲୋକ ଗମନ କରିଥିଲେ ସମ୍ଭବତଃ ତାଙ୍କ ନାମକୁ ଚିରସ୍ମରଣୀୟ କରିବା ପାଇଁ, କିମ୍ୱା ଏ ପ୍ରକାର ନବାବିଷ୍କୃତ ମିଷ୍ଟାନ୍ନ ତାଙ୍କର ପ୍ରିୟସାମଗ୍ରୀ ଥିବାରୁ ଏହି ନାମକରଣ ହୋଇ— ଅଛି ]