Jump to content

ଲେସିବା

ଉଇକିଅଭିଧାନ‌ରୁ

ଲେସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲାଞ୍ଜ ଧାତୁ)

[ସମ୍ପାଦନା]
୧. ଘନ ଭାବରେ ଲେପିବା; ବୋଳିବା —୧. To lay a thick layer or crust; to smear thickly.
୨. ପଲସ୍ତରା କରିବା — ୨. To plaster.

[ଦ୍ରଷ୍ଟବ୍ୟ —ଘରର ମାଟିକାନ୍ଥ କରିବାକୁ ହେଲେ ପ୍ରଥମେ ଭୂଇଁ ଉପରେ ମାଟି ପିଣ୍ଡମାନ ଉପର୍ଯ୍ୟୁପରି ରଖାଯାଏ(ଏହାକୁ ମାଟି ଦେବା କହନ୍ତି) କିମ୍ୱା ପୋତା ହୋଇଥିବା ବାଉଁଶର ବାଡ଼ର ଦେହରେ ମାଟି ଛାଟିବାକୁ ହୁଏ, ଅର୍ଥାତ୍ ମାଟି ପିଣ୍ଡୁଳାମାନ କିଛି ଦୂରରୁ ଉକ୍ତ ବାଡ଼ ଦେହରୁ ଫୋପାଡ଼ିବାକୁ ହୁଏ ଓ ଉକ୍ତରୂପେ ଛଟା ହେବା ମାଟିମାନ ଘନ ହୋଇଥିଲେ ତାହା ସେ ବାଡ଼ରେ ଲାଗିରହେ; ନଚେତ୍ ପାଣିଆ ହୋଇଥିଲେ ଲେସଡ଼ି ପଡ଼େ ବା କାନ୍ଥ ଦେହରୁ ତଳକୁ ବୋହିପଡ଼େ ବା ଖସିପଡ଼େ କାନ୍ଥରେ ମାଟି ଛଟା ସରିଲେ ସେ ଛଟା ମାଟିରେ ଯେଉଁଠାରେ ଖାଲ ବା ଫାଟ ଥାଏ, ସେହି ଛିଦ୍ର ଓ ଫାଟକମାନଙ୍କରେ ବହଳିଆ କାଦୁଅ ବା ଗୋବର ଲେସିବାକୁ ହୁଏ; ଅର୍ଥାତ୍ ବହଳ କରି ବୋଳିବାକୁ ହୁଏ ଏହିପରି ଲେସିବାଦ୍ୱାରା କାନ୍ଥର ଛିଦ୍ର ଓ ଫାଟମାନ ମୁଦି ହୋଇଯାଏ, ତତ୍ପରେ ତାହା ଉପରେ ମାଟିକୁ ବା ଗୋବରକୁ ପାଣିଆ କରି ହାତଦ୍ୱାରା ଲିପିବାକୁ ହୁଏ ଲିପିବାଠାରୁ ବୋଳିବା ବହଳିଆ, ବୋଲିବାଠାରୁ ଲେସିବା ବହଳିଆ ଦେହରେ ଚନ୍ଦନ ଲିପାଯାଏ, ହଳଦି ବହଳିଆ କିନ୍ତୁ ହଳଦିକୁ ଦେହରେ ବହଳଭାବେରେ ବୋଳିଲା ତାକୁ ଦେଖି ଲୋକେ କହନ୍ତି,—ସେ ଦେହରେ ହଳଦିଗୁଡ଼ାକ ଲେସଛି ଇଟା କାନ୍ଥରେ ଇଟାର ସନ୍ଧି ଆଦି ମୂଦିବା ପାଇଁ ମୋଟ ଚୂନ ଲେଶିବାକୁ ହୁଏ ତତ୍ପରେ ମୋଟ ଚୂନାକୁ ପଲସ୍ତରା କରି ମସୃଣ କରାଯାଏ ଓ ପଲସ୍ତରା ସରିଲେ ତା ଉପରେ ସଫେଦୀ ଚୂନ ବା କଲିଚୂନର ପାଣି ଲିପାଯାଏ ]