ଲୋକାଲ୍ ବୋଡ଼୍
ଲୋକାଲ୍ ବୋଡ଼୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଦେଶରେ ଜନସାଧାରଣଙ୍କଦ୍ୱାରା ସ୍ୱାୟତ୍ତଶାସନ ପଦ୍ଧତି ଅନୁସାରେ ଇଂରାଜି ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ଗଠିତ କୌଣସି ସବ୍ଡିଭିଜନର ମଫସଲର ସ୍ଥାନୀୟ ପ୍ରତିନଧି ମାନହ୍କରଦ୍ୱାରା ଗଠିତ ସମିତି —Local Boards formed by the selected respresentatives of the inhabitants of a Subdivision, known in Madras as Taluqua Boards.
[ଦ୍ରଷ୍ଟବ୍ୟ —ମାନ୍ଦ୍ରାଜ ଆଦି ଅଞ୍ଚଳରେ ଏହି ସମିତିମାନଙ୍କ ନାମ ତାଲୁକା ବୋର୍ଡ଼ ଏହି ବୋର୍ଡ଼୍ ମାନ ଡ଼ିଷ୍ଟ୍ରିକ୍ଟବେ ଡ଼ ବା ଜିଲ୍ଲା ବୋର୍ଡ଼୍ର ଅଧୀନ ଗୋଟିଏ ଜିଲ୍ଲାରେ ଯେତେଗୋଟି ସବ୍ଡ଼ିଭିଜନ୍ ବା ମହକୁମା ଥାଏ, ସେହି ଜିଲ୍ଲାବୋର୍ଡ଼୍ ଅଧୀନ ସେକତେଗୋଟି ଲୋକାଲବୋର୍ଡ଼ ଥାଏ ଏହି ବୋର୍ଡ଼ମାନ ଜିଲ୍ଲାବୋର୍ଡ଼ର ତତ୍ତ୍ୱାଧୀନତାରେ ଆପଣାର ଇଲାକ ମିଧ୍ୟସ୍ଥ କଚ୍ଚା ରାସ୍ତା , ରୃଗ୍ରାମ୍ୟ ରାସ୍ତା , ନଈ ଘାଟ, କାଇନ୍ହାଉସ୍ ଓ ପ୍ରାଥମିକ ବିଦ୍ୟାଳୟମାନହ୍କ ତନଖି କରନ୍ତି ପୂର୍ବେ ଗଭର୍ଣ୍ଣମେଣ୍ଟ ଏ ବୋର୍ଡ଼ର ମେମ୍ୱର ବା ସଭ୍ୟମାନଙ୍କ ନିଯୁକ୍ତ କରୁଥିଲେ ବର୍ତ୍ତମାନ ସବଡ଼ଡିଭିଜନ ଭିନ୍ନ ଭିନ୍ନ ଥାନାର କରଦାତାମାନେ ଆପଣାର ପ୍ରତିନିଧିରୂପ ଜଣେ ବ୍ୟକ୍ତିକୁ ଲୋକାଲ୍ ବୋର୍ଡ଼ର ସଭ୍ୟ ନିର୍ବାଚିତ କରି ୩ ବର୍ଷ ଲେଖାଏଁ ପାଇ ପଠାନ୍ତି ଏପରି ସବୁ ଥାନାରୁ ଜଣେ ମେମ୍ୱର ଯାଇ ଲୋକାଲ୍ୱୋର୍ଡ଼ ଗଠନ କରନ୍ତି ଏହି ମେମ୍ୱରମାନେ ଅପଣା ମଧ୍ୟରୁ ଜଣକୁ ସଭାପତି (ଚେୟାରମେନ୍) ଓ ସହକାରୀ ସଭାପତି (ଭାଇସ୍ଚେଆର୍ମାନ୍) ନିର୍ବାଚିତ କରନ୍ତି ସଭାପତି ଓ ସହକାରୀ ସଭାପତି ମାସକୁ ମାସ ସବୁ ମେମ୍ୱର— ମାନଙ୍କୁ ଆହ୍ୱାନ କରି ଗୋଟିଏ ମିଟିଙ୍ଗ କରନ୍ତି ଓ ଅଧିକାଂଶ ମେମ୍ୱର ମତ ଅନୁସାରେ ବୋଡ଼ର କାର୍ଯ୍ୟମାନ ଚଳାନ୍ତି ଜିଲ୍ଲା ଓ ସବଡ଼ିଭିଜନର ମଫସଲ ପାଇଁ ଯଥାକ୍ରମେ ଡ଼ିଷ୍ଟ୍ରିକବୋର୍ଡ଼ ଓ ଲୋକାଲବୋଡ଼୍ ଗଠିତ ହୋଇଅଛି ବଡ଼ ବଡ଼ ସହରକୁ ପରିଷ୍କାର ରଖିବା ପାଇଁ ସହର— ବାସୀଙ୍କ ନିର୍ବାଚିତ କମିସନର୍ ବା ସଭ୍ୟମାନଙ୍କଦ୍ୱାରା ଗଠିତ ମିଉନିସିପାଲିଟି ପ୍ରତିଷ୍ଠିତ ହୋଇଅଛି ଓ ମଫସଲର ବଡ଼ ବଡ଼ ଗ୍ରାମ ପରିଶ୍କୃତ ରଖିବାପାଇଁ ଜିଲ୍ଲାବୋର୍ଡ଼ଙ୍କ ଅଧୀନତାରେ ଗ୍ରାମବାସୀମାନଙ୍କ ପ୍ରତିନିଧମାନଙ୍କଦ୍ୱାରା ଇଉନିଅନ୍ କମିଟି ଓ ଇଉନିଅନ ବୋଡ଼ମାନ ଗଠିତ ହୁଏ ]