ଲୋକାଲ୍ ସେଲ୍ଫ ଗଭର୍ଣ୍ଣମେଣ୍ଟ
ଲୋକାଲ୍ ସେଲ୍ଫ ଗଭର୍ଣ୍ଣମେଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଇଂରାଜ ସରକାରଙ୍କ ତନଖିରେ ଓ ପ୍ରଣୀତ ବିଧି ଅନୁସାରେ ଦେଶର ଲୋକେ ଆପଣାର ନିର୍ବାଚିତ ପ୍ରତିନିଧି— ମାନଙ୍କଦ୍ୱାରା ଦେଶର କେତେଗୁଡ଼ିଏ ସାଧାରଣ ହିତକର କାର୍ଯ୍ୟ (ଯଥାପ୍ରଥମିକ ବିଦ୍ୟାଶିକ୍ଷା, ଦେଶବାସୀଙ୍କ ସ୍ୱାସ୍ଥ୍ୟ, ରାସ୍ତା, ନଈ, ଘାଟ) ଚଳାଇବା ଯେଉଁ ପଦ୍ଧତି ଓ ଅଧିକାରକୁ ଇଂରେଜ ଗଭର୍ଣ୍ଣମେଣ୍ଟ ଜନସାଧାରଣକୁ ଦେଇଅଛନ୍ତି —Local self-Goverment.
[ଦ୍ରଷ୍ଟବ୍ୟ — ଇଂରାଜି ଗଭର୍ଣ୍ଣମେଣ୍ଟ ଭୁରାଜସ୍ୱ ଛଡ଼ା ଦେଶର ପଥକର (ରୋଜ୍ ସେସ୍) ଆଦାୟ କରି ତାହା ଏବଂ ଭୁରାଜସ୍ୱରୁ ସରକାରଙ୍କ ଇଚ୍ଛାମତେ କେତେକ ଟଙ୍କା ମଫସଲର ରାସ୍ତା, ପ୍ରାଥମିକ ଶିକ୍ଷା ଓ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଜିଲ୍ଲା ବୋର୍ଡ଼ଙ୍କ ଜିମା ଦିଅନ୍ତି ଜିଲ୍ଲା ବୋଡ଼୍ ମଫସଲର କେତେଗୁଡ଼ିଏ କାମ ନିଦେ ବୁଝନ୍ତି ଓ କେତେଗୁଡ଼ିଏ କାର୍ଯ୍ୟର ଭାର ଲୋକାଲ୍ ବୋଡ଼୍ ଏବଂ ମଫସଲର ଇଉନିଅନ କିମିଟିଙ୍କ ବା ଇଉନିୟନ ବୋଡ଼ଙ୍କ ଉପରେ ଦିଅନ୍ତି ବଡ଼ ବଡ଼ ସହରର ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ରାସ୍ତା ଓ ପାଇଖାନାସଫା କାର୍ଯ୍ୟ ପାଇଁ ସହର— ବାସୀଙ୍କ ଉପରେ ଟାକସ୍ ବସାଇ ସେହି ଟାକସ୍ ବ୍ୟୟ କରିବା ପାଇଁ ସହରବାସୀମାନଙ୍କ ପ୍ରତିନିଧି (କମିଶନର୍) ମାନଙ୍କଦ୍ୱାରା ଗଠିତ ନାଗରିକ ସଭା (ମ୍ୟୂନିସିପାଲିଟି) ମଧ୍ୟ ସରକାର ଗଠିତ କରିଅଛନ୍ତି ଏହି ଡ଼ିଷ୍ଟ୍ରିକଟ୍ ବୋଡ଼ ଓ ମିଉନିସିପାଲଟିମାନଙ୍କଦ୍ୱାରା ଦେଶର ପଯୁକ୍ତ ଉବିଷୟ— ମାନ ବୁଝିବା ରୀତିକୁ ସ୍ଥାନୀୟ ସ୍ୱାୟତ୍ତଶାସନ (ଲୋକାଲ୍ ସେଲ୍ଫ ଗଭର୍ଣ୍ଣମେଣ୍ଟ) ବୋଲାଯାଏ ଏ ଅନୁଷ୍ଠାନ ପାଇଁ ପ୍ରତିନିଧିମାନେ କିପରି ନିର୍ବାଚିତ ହେବେ, କେତେକାଳ ପାଇଁ କାର୍ଯ୍ୟ କରିବେ, ଉକ୍ତ ସଭାମାନ କି କି କାର୍ଯ୍ୟ କି କି ନୟମରେ ଚଳାଇବା; ଓ ବିଷମାନଙ୍କ ପାଇଁ ଇଂରାଜୀ ସରକାର ଆଇନ୍ ପ୍ରଣୟନ କରିଅଛନ୍ତି]