Jump to content

ଲୋଡ଼ା

ଉଇକିଅଭିଧାନ‌ରୁ

ଲୋଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୋଡ଼୍ ଧାତୁ=ଉନ୍ନତ୍ତ ହେବା; ଅଥବା ସଂସ୍କୃତ - ଲୁଡ଼୍ ଧାତୁ= ମନ୍ଥନ କରିବା; କୌଣସି ସ୍ଥାନରେ ଯେଁଉ ପଦାର୍ଥକୁ ମନୁଷ୍ୟ ଖୋଜୁଥାଏ ସେଥିପାଇଁ ସେ ଉକ୍ତ ସ୍ଥାନକୁ ଦରାଣ୍ଡି ମନ୍ଥି ପକାଏ)

[ସମ୍ପାଦନା]
୧. ପ୍ରୟୋଜନ — ୧. Necessity.

[ଉ-ପରାଣ ଛାର କି ଲୋଡ଼ାରେ ସଙ୍ଗାତ କବିସୂର୍ଯ୍ୟ. ସଙ୍ଗୀତ ]

୨. ଅନ୍ୱେଷଣ କରିବା; ଖୋଜିବା; ଧୁଣ୍ଡିବା —୨. Searching for a thing; search.
୩. ବନ୍ଧୁ ଆଦିଙ୍କ ବିବାହ ଉତ୍ସବରେ ନିମନ୍ତ୍ରଣ —୩. Invitation of relatives to a festival.
୪. (ପାନବରଜିଆ ଭାଷା)ନୋଡ଼ା; ଲତାରୁ ପାନ ଛିଣ୍ଡାଇବା ବା ତୋଳିବା —୪. (Teachnical term of beteigrowers) Plucking of betel leaves from the creepers.

ଅନୁବାଦ

[ସମ୍ପାଦନା]

ବିଶେଷଣ -

[ସମ୍ପାଦନା]

ବିବାହା—ଦିକୁ ନିମନ୍ତ୍ରିତ —୧. Invited to a festival.

୨. ପ୍ରୋୟଜନୀୟ, ଦରକାରୀ —୨. Necessary.

[ଉ—ବନ୍ଧୁ ! ଅଛି କି ଲୋଡ଼ା, ନୂଆ ନିଆଳୀ ନିର୍ମତ ଚୂଡ଼ା କବିସୂର୍ଯ୍ୟ. ସଙ୍ଗୀତ]

୩. ଖୋଜା; ଯେଉଁ ଦ୍ରବ୍ୟକୁ ମନୁଷ୍ୟ ଖୋଜୁଥାଏ; ଅନ୍ୱେଷିତ — ୩. Searched after.

[ଉ—ପୁଷ୍ପବତୀ ତୀର୍ଥରେ ଯେ ସ୍ନାନ କରିଅଛି. ତାହାର କେଉଁ ପୁଣ୍ୟ ଆଉ ଲୋଡ଼ା ଅଛି କୃଷ୍ଣସିଂହ. ମହାଭାରତ. ବନ ]

୪. ବାଞ୍ଛିତ; ଇସ୍ପିତ — ୪. Wished for.