Jump to content

ଲୋଧ୍ରା

ଉଇକିଅଭିଧାନ‌ରୁ

ଲୋଧ୍ରା

ଉଚ୍ଚାରଣ

[ସମ୍ପାଦନା]

(ଲୋଧ୍ରକ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁଧ୍ ଧାତୁ=ଆବରଣ କରିବା+କର୍ତ୍ତୃ. ଅଅ;ରୁଧ୍. ଧାତୁ+କର୍ତ୍ତୃ. ର)

[ସମ୍ପାଦନା]

ଏକ ପ୍ରକାର ଔଷଧ ବୃକ୍ଷ; ଲୋଧ —Symplocus Racemosa; Symplous Crataegoides.

[ଦ୍ରଷ୍ଟବ୍ୟ — ଶ୍ୱେତ ଏ ରକ୍ତ ଭେଦରେ ଏହା ଦୁଇ ପ୍ରକାର ଲୋଲାଗୁ] ରକ୍ତଲୋଧ୍ରର ନାମ ପଟ୍ଟିକା ଲୋଧ୍ର ବା ପାଟଳିଆ ଲୋଧ ଶ୍ୱେତ ଲୋଧର ନାମ ଶାବର ଲୋଧ (ଏହାର ସସ୍କୃତ ନାମ ଜୀର୍ଣ୍ଣପର୍ଣ୍ଣ, ବୃହତ୍ପର୍ଣ୍ଣ, ସ୍ଥୂଳ) ଏ ବୃକ୍ଷ ଭାରତର ଜଙ୍ଗଲରେ ଉତ୍ପନ୍ନ ହୁଏ ଏ ଗଛର ଛାଲ ରଙ୍ଗ ପାଇଁ ଚମଡ଼ାତିଆରି ଓ ଔଷଧରେ ଲାଗେ ଛାଲକୁ ଗରମ ପାଣିରେ ବତୁରାଇଲେ ହଳଦିଆ ରଙ୍ଗ ବାହାରେ ଛାଲକୁ ସାଜି ମାଟି ସଙ୍ଗେ ପାଣିଲେ ସିଝାଇଲେ ନାଲି ରଙ୍ଗ ବାହାରେ ଏ ରଙ୍ଗରେ ଲୁଗା ରଙ୍ଗା ଯାଏ ବୈଦ୍ୟକ ମତରେ ଏଥିର ଛାଲ କଷାୟ ଓ ଉଦରାମୟ ରୋଗରେ ଉପକାର ଏଥିର କାଠର ସିଝା ପାଣିରେ କୁଳୁକୁଞ୍ଚା କଲେ ଦାନ୍ତ ଦୃଢ଼ ହୁଏ ଏଥିର କାଠ ଫାଟି ଯାଏ, କିନ୍ତୁ ଦୃଢ଼ (ହିନ୍ଦୀ - ଶ.)]

ଏହା ନାତିବୃହତ୍ ଚିରଶ୍ୟାମଳ ତରୁ; ପତ୍ର ଚିକ୍କଣ, ଏକୋତ୍ତର; ପଲ ଆଫୀତ, ସୁଗନ୍ଧ ଓ ବହୁ କେଶର;

ପୁଲ ଶୀତ କାଳରେ ଫୁଟେ ଲୁଗା ରଙ୍ଗାଇବା ପାଇଁ ଆଛୁ ଗଛର ଛାଲ ଓ ପଳାଶ ଫୁଲ ବା ବକମ କାଠ ସଙ୍ଗେ ଲୋଧ ଛାଲ ମିଶା ଯାଏ (ଯୋଗେଶଚନ୍ଦ୍ର) 

ଏହା ଧାରକ, ଲଘୁ ଶୀତ ବୀର୍ଯ୍ୟ ଓ ଚକ୍ଷୁର ହିତକର ଏହା କଫ, ପିତ୍ତ, ରକ୍ତପିତ୍ତ, ରକ୍ତ, ରକ୍ତ ଦୋଷ, ଜ୍ୱର, ଅତିସାର ଓ ଶୋଥବିନାଶକ—ଦ୍ରବ୍ୟଗୁଣ]