ଲୋପା ମୁଦ୍ରା
ଦେଖଣା
ଲୋପା ମୁଦ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. [ଲୁପ୍ ଧାତୁ ଣିଚ୍ ଲେପି ଧାତୁ= ଲୁପ୍ତ କରାଇବା+ଭାବ. ଅ=(ନାରୀମାନଙ୍କର ରୂପାଭିମାନ) ଲୋପ; ଅ=ନୁହେ+ମୁଦ=ହର୍ଷ+ରା ଧାତୁ =ଦାନ କରିବା+କର୍ତ୍ତୃ. ଅ+ଆ=ଯାହା ହର୍ଷ ପ୍ରଦାନ କରେ ନାହିଁ ଲୋପ+ଅମୁଦ୍ର ଯେ ନିଜର ରୂପଦ୍ୱାରା ନାରୀମାନଙ୍କର ରୂପାଭିମାନ ଲୋପ କରିଥିଲେ ଓ ଯେ ପତିଙ୍କ ଶୁଶ୍ରୂଷାର ଲୋପ ହେଲେ (ଅର୍ଥାତ୍ ପତିଙ୍କର ସେବା ଶୂଶ୍ରୂଷା ନ କଲେ) ହର୍ଷଲାଭ କରୁ ନ ଥିଲେ]— ଲୋପା;ମହର୍ଷି ଅଗସ୍ତିଙ୍କ ପତ୍ନୀ —୧. The wife of the sage Agasti.
[ଲୋପାମୁଦ୍ରାଙ୍କ ଅନ୍ୟ ନାମ—ଲୀପା କୋଶୀତତୀ, ବରପ୍ରଦା—ହିନ୍ଦୀ - ଶ.]
[ଉ—ବାଧାତା ହୃଦ ସମ୍ପୁଟକୁ ବୋଲିବା ଲୋପାମୁଦ୍ରା ତାକୁ— ଭଞ୍ଜ.ବୈଦେହୀଶବିଳାସ]
[ଦ୍ରଷ୍ଟବ୍ୟ —ଅଗସ୍ତ୍ୟ ମନୋମତ ପତ୍ନୀ ପାଇବା ଆଶାରେ ସକଳ ପ୍ରାଣୀଙ୍କର ଉତ୍କୃଷ୍ଟ ଅଂଶମାନ ଗ୍ରହଣ କରି ଏହି କନ୍ୟାଙ୍କୁ ସୃଷ୍ଟି କରି ଏହାଙ୍କୁ ପାଳି କରି ବତାଇବା ପାଇଁ ବିଦର୍ଭ ରାଜାଙ୍କ ନିକଟରେ ଛାଡ଼ିଥିଲେ ଓ ଯଥା ସମୟରେ ଉକ୍ତ କନ୍ୟାର ପାଣିଗ୍ରହଣ କଲେ କଥିତ ଅଛି, ଯେ ଲୋପାମୁଦ୍ରା ସ୍ୱାମୀଙ୍କ ନିକଟରେ ଧନ ପ୍ରାର୍ଥନା କରିବାରୁ ଅଗସ୍ତି ଦୈତ୍ୟରାଜ ଇଲ୍ୱଳକୁ ନିହତ କରି ପ୍ରଭୃତ ଧନରାଶି ଆଣି ଏହାଙ୍କୁ ଦାନ କରିଥିଲେ]
- ୨. ଅଗସ୍ତି ନାମକ ତାରାର ଦକ୍ଷିଣ ପୂର୍ବ ପାଖରେ ଅବସ୍ଥିତ ଏକ କ୍ଷୁଦ୍ର ତାରା (ହିନ୍ଦୀ - ଶ.) (ନକ୍ଷତ୍ର ତଳେ ନୋଟ ଦେଖ) —୨. A small star to the south east of Canopus (star).