Jump to content

ଲୋବାନ୍

ଉଇକିଅଭିଧାନ‌ରୁ

ଲୋବାନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଲୋବାନ୍; ଫାରାସୀ - ଲୁବାନ୍)

[ସମ୍ପାଦନା]
୧. ଝୁଣାପରି ଗୁଗ୍ଗୁଳ ବିଶେଷ ଶାଳଜାତୀୟ ଏକ ପ୍ରକାର ବୃକ୍ଷର ନିର୍ଯ୍ୟାସ —୧. Oblibanm.

[ଦ୍ରଷ୍ଟବ୍ୟ —ହିନ୍ଦୁମାନେ ଝୁଣାକୁ ଧୂପରେ ବ୍ୟବହାର କଲାପରି ମୁସଲମାନ୍ମାନେ ଏହାକୁ ଧୂପରେ ବ୍ୟବହାର କରନ୍ତି]

୨. ଶିଳାରସ [ଦ୍ରଷ୍ଟବ୍ୟ —ବୈଦ୍ୟକ ମତେ ଏହା ମଧୁରରସ, ସ୍ନିଗଧ— ଉଷ୍ଣବୀର୍ଯ୍ୟ, ଶୃତ୍ରଜନକ, କାନ୍ତି, ବର୍ଦ୍ଧକ, ପୃଷ୍ଟିକାରକ ଓ କଣ୍ଠ ଶୋଧକ ଏହା ଘର୍ମ, କୁଷ୍ଠ— ଜ୍ୱର, ଦାହ ଓ ଗ୍ରହଦୋଷ ନାଶକ] —୨. Benzoin; styrax. liquid amber.
୩. କୁନ୍ଦୁର—[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ମଧୁରତିକ୍ତକଟୁରସ, ତୀକ୍ଷଣ ଓ ଚର୍ମର ହିତକର ଏହା ଜ୍ୱର, ଘର୍ମ, ଗ୍ରହଦୋଷ, ଅଲକ୍ଷ୍ମୀ, ମୁଖରୋଗ, କଫ, ବାୟୁ, ପିତ୍ତଜ ରୋଗ, ଦାହ ଓ ପ୍ରଦର ନଷ୍ଟ କରେ ଏହାର ଲେପନ ଶୈତ୍ୟୋତ୍ପାଦକ; ଏହାକୁ ଚିନି ସହିତ ପ୍ରୟୋଗ କଲେ ମେହ ଓ କୋଷବୋଦନା ନଷ୍ଟ ହୁଏ] — The resin of Boswellia Thurifera.
୪. ଶଲ୍ଲକୀ —୪. Indian olibanum; Boswelli Serrata; frankincense

[ଦ୍ରଷ୍ଟବ୍ୟ —ଏହା ଭାରତବର୍ଷର ବୃକ୍ଷ ନୁହେଁ ଏ ବୃକ୍ଷ ଆଫ୍ରିକାର ପୂର୍ବ ଉପୂଳ ସୋମାଲିଲାଣ୍ଡରେ ଓ ଆରବର ଦକ୍ଷିଣ ସମୁଦ୍ରତଟରେ ହୁଏ ଓ ସେଠାରୁ ଭାରତୁ ଆସେ ଶିଳାରସର ଅନ୍ୟ ସଂସ୍କୃତ ନାମ ତୁରସ୍କ ଥିବାରୁ ଓ ଏହାକୁ ଭାରତର ପଶ୍ଚମ ଦେଶୀୟ ମୁସଲମାନମାନେ ଧୂପପାଇଁ ବ୍ୟବହାର କରୁଥିବାରୁ ସମ୍ୱବତଃ ଏହା ଲୋବାନ= (Storax ବା Benzoin) ହୋଇ ପାରେ ଆରବୀ ଭାଷାରେ ଏହାର ଅନ୍ୟ ନାମ ଲୋବାନ୍ଯାବୀ=ଯାବା ଦ୍ୱୀପର ଲୁବାନ ଏ ବୃକ୍ଷ ସୁମାତ୍ରା ଯାବା ଆଦି ଦ୍ୱୀପରେ ହୁଏ ଫଳତଃ ଇଉରୋପ, ଆମେରିକା, ଭାରତବର୍ଷ ଓ ଭାରତୀୟ ଦ୍ୱୀପପୁଞ୍ଜରେ ଶାଳଜାତୀୟ ଅନେକ ପ୍ରକାର ବୃକ୍ଷର ନିର୍ଯ୍ୟାସରୁ ଝୁଣା ଭଳି ଯେଉଁ ଜିନିସ ବାହାରେ ତାହା ଧୂପରେ ବ୍ୟବହୃତ ହୁଏ ଓ ସ୍ଥାନବିଶେଷରେ ଲୋବାନ୍ର ଝୁଣା, ଶିଳାରସ, ଅମ୍ୱର କୁନ୍ଦୁରୁ ନମାମାନ ବ୍ୟବହୃତ ହୁଏ—ଇଉରୋପରେ ଏଥିରୁ ଏକପ୍ରକାର ଅମ୍ଳରସ ପ୍ରସ୍ତୁତ ହୁଏ, ଯାହାକୁ Benzoic acid ବେନ୍ ଜୋଇକକ୍ ଏସିଡ଼୍ କହନ୍ତି ଏହାକୁ ନିଆଁରେ ପକାଇଲେ ସୁଗନ୍ଧ ଧୂଆଁ ବାହରେ ବୈଦ୍ୟକମତରେ ଏହା କଷାୟରସ, ଶୀତବୀର୍ର୍ଯ୍ୟ ଓ ପୃଷ୍ଟିକାରକ ଏହା ପିତ୍ତ, କଫ ଅତିସାର , ରକ୍ତପିତ୍ତ ଓ ବ୍ରଣନାଶକ]

[ଦ୍ରଷ୍ଟବ୍ୟ —ଲୋବାନ୍ ଶବ୍ଦ ଏହି ୪ଟି ପ୍ରାୟ ସମଗୁଣସମ୍ପନ୍ନ ଦ୍ରବ୍ୟକୁ ବୁଝାଏ]