ଲୋଭାନ୍
ଦେଖଣା
ଲୋଭାନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲୋଭାନ୍
|
ବୈଦେଶିକ - ବିଶେଷ୍ୟ - (ଆରବୀ - ଲୋବାନ୍; ଫାରାସୀ - ଲୁବାନ୍)
[ସମ୍ପାଦନା]- ୧. ଝୁଣାପରି ଗୁଗ୍ଗୁଳ ବିଶେଷ ଶାଳଜାତୀୟ ଏକ ପ୍ରକାର ବୃକ୍ଷର ନିର୍ଯ୍ୟାସ —୧. Oblibanm.
[ଦ୍ରଷ୍ଟବ୍ୟ —ହିନ୍ଦୁମାନେ ଝୁଣାକୁ ଧୂପରେ ବ୍ୟବହାର କଲାପରି ମୁସଲମାନ୍ମାନେ ଏହାକୁ ଧୂପରେ ବ୍ୟବହାର କରନ୍ତି]
- ୨. ଶିଳାରସ [ଦ୍ରଷ୍ଟବ୍ୟ —ବୈଦ୍ୟକ ମତେ ଏହା ମଧୁରରସ, ସ୍ନିଗଧ— ଉଷ୍ଣବୀର୍ଯ୍ୟ, ଶୃତ୍ରଜନକ, କାନ୍ତି, ବର୍ଦ୍ଧକ, ପୃଷ୍ଟିକାରକ ଓ କଣ୍ଠ ଶୋଧକ ଏହା ଘର୍ମ, କୁଷ୍ଠ— ଜ୍ୱର, ଦାହ ଓ ଗ୍ରହଦୋଷ ନାଶକ] —୨. Benzoin; styrax. liquid amber.
- ୩. କୁନ୍ଦୁର—[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ମଧୁରତିକ୍ତକଟୁରସ, ତୀକ୍ଷଣ ଓ ଚର୍ମର ହିତକର ଏହା ଜ୍ୱର, ଘର୍ମ, ଗ୍ରହଦୋଷ, ଅଲକ୍ଷ୍ମୀ, ମୁଖରୋଗ, କଫ, ବାୟୁ, ପିତ୍ତଜ ରୋଗ, ଦାହ ଓ ପ୍ରଦର ନଷ୍ଟ କରେ ଏହାର ଲେପନ ଶୈତ୍ୟୋତ୍ପାଦକ; ଏହାକୁ ଚିନି ସହିତ ପ୍ରୟୋଗ କଲେ ମେହ ଓ କୋଷବୋଦନା ନଷ୍ଟ ହୁଏ] — The resin of Boswellia Thurifera.
- ୪. ଶଲ୍ଲକୀ —୪. Indian olibanum; Boswelli Serrata; frankincense
[ଦ୍ରଷ୍ଟବ୍ୟ —ଏହା ଭାରତବର୍ଷର ବୃକ୍ଷ ନୁହେଁ ଏ ବୃକ୍ଷ ଆଫ୍ରିକାର ପୂର୍ବ ଉପୂଳ ସୋମାଲିଲାଣ୍ଡରେ ଓ ଆରବର ଦକ୍ଷିଣ ସମୁଦ୍ରତଟରେ ହୁଏ ଓ ସେଠାରୁ ଭାରତୁ ଆସେ ଶିଳାରସର ଅନ୍ୟ ସଂସ୍କୃତ ନାମ ତୁରସ୍କ ଥିବାରୁ ଓ ଏହାକୁ ଭାରତର ପଶ୍ଚମ ଦେଶୀୟ ମୁସଲମାନମାନେ ଧୂପପାଇଁ ବ୍ୟବହାର କରୁଥିବାରୁ ସମ୍ୱବତଃ ଏହା ଲୋବାନ= (Storax ବା Benzoin) ହୋଇ ପାରେ ଆରବୀ
ଭାଷାରେ ଏହାର ଅନ୍ୟ ନାମ ଲୋବାନ୍ଯାବୀ=ଯାବା ଦ୍ୱୀପର ଲୁବାନ ଏ ବୃକ୍ଷ ସୁମାତ୍ରା ଯାବା ଆଦି ଦ୍ୱୀପରେ ହୁଏ ଫଳତଃ ଇଉରୋପ, ଆମେରିକା, ଭାରତବର୍ଷ ଓ ଭାରତୀୟ ଦ୍ୱୀପପୁଞ୍ଜରେ ଶାଳଜାତୀୟ ଅନେକ ପ୍ରକାର ବୃକ୍ଷର ନିର୍ଯ୍ୟାସରୁ ଝୁଣା ଭଳି ଯେଉଁ ଜିନିସ ବାହାରେ ତାହା ଧୂପରେ ବ୍ୟବହୃତ ହୁଏ ଓ ସ୍ଥାନବିଶେଷରେ ଲୋବାନ୍ର ଝୁଣା, ଶିଳାରସ, ଅମ୍ୱର କୁନ୍ଦୁରୁ ନମାମାନ ବ୍ୟବହୃତ ହୁଏ—ଇଉରୋପରେ ଏଥିରୁ ଏକପ୍ରକାର ଅମ୍ଳରସ ପ୍ରସ୍ତୁତ ହୁଏ, ଯାହାକୁ Benzoic acidବେନ୍ ଜୋଇକକ୍ ଏସିଡ଼୍ କହନ୍ତି ଏହାକୁ ନିଆଁରେ ପକାଇଲେ ସୁଗନ୍ଧ ଧୂଆଁ ବାହରେ ବୈଦ୍ୟକମତରେ ଏହା କଷାୟରସ, ଶୀତବୀର୍ର୍ଯ୍ୟ ଓ ପୃଷ୍ଟିକାରକ ଏହା ପିତ୍ତ, କଫ ଅତିସାର , ରକ୍ତପିତ୍ତ ଓ ବ୍ରଣନାଶକ]
[ଦ୍ରଷ୍ଟବ୍ୟ —ଲୋବାନ୍ ଶବ୍ଦ ଏହି ୪ଟି ପ୍ରାୟ ସମଗୁଣସମ୍ପନ୍ନ ଦ୍ରବ୍ୟକୁ ବୁଝାଏ]
ଲୋଭାନ୍
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ଲୋବାନ୍ (ଦେଖ) - Lobān (See)