ଲୋମ ହର୍ଷଣ
ଦେଖଣା
ଲୋମ ହର୍ଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଲୋମ+ହର୍ଷଣ)
[ସମ୍ପାଦନା]- ୧. ରୋମାଞ୍ଚ; ରୋମ ଟାଙ୍କୁରିବା —୧. Horripilation; bristling of the hairs of the body.
- ୨. (ବହୁବ୍ରୀହି) ଋଷିବିଶେଷ; ବ୍ୟାସ ମୁନିଙ୍କର ପ୍ରିୟ ଶିଷ୍ୟ (ଏହାଙ୍କର ଅନ୍ୟ ନାମ ସୂତ) —୨. Name of a sage.
[ଦ୍ରଷ୍ଟବ୍ୟ —ଏ ଉଗ୍ରଶ୍ରବାଙ୍କ ପୁତ୍ର ବ୍ୟାସ ଏହାଙ୍କଠାରେ ପ୍ରୀତହୋଇ ଏହାଙ୍କୁ ସ୍ୱରଚିତ ପୁରାଣମାନ ଅର୍ପଣ କରିଥିଲେ ଓ ଉକ୍ତ ପୁରାଣ ଏ ସମସ୍ତଙ୍କୁ ଶୁଣାଇଥିଲେ ପୁରାଣ ବକ୍ତୃତାଦ୍ୱାରା ଏ ଶ୍ରୋତାମାନଙ୍କର ଲୋମହର୍ଷଣ ଜାତ କରାଉଥିବାରୁ ଏହାଙ୍କର ଏହି ନାମ ହୋଇଥିଲା ବୋଲି କୂର୍ମ ପୁରାଣରେ ଉକ୍ତ ହୋଇଅଛି ପରେ ଏହି ବଂଶଗତ ହେଲା ଓ ବଳ୍କୀପୁରାଣରେ ଏହାଙ୍କର ପୁତ୍ରଙ୍କୁ ମଧ୍ୟ ଲୋମହର୍ଷଣ ବିଶେଷଣ ଦିଆ ଯାଇଥିଲା]
ବିଶେଷଣ -
[ସମ୍ପାଦନା]- ୧. ଲୋମହର୍ଷଣକାରୀ — ୧. Producing or causing horripilation thrilling.
- ୨. ଭୟଙ୍କର — ୨. Terrifie.