Jump to content

ଲୋହ

ଉଇକିଅଭିଧାନ‌ରୁ

ଲୋହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୁ ଧାତୁ=ଛେଦନ କରିବା+ କର୍ତ୍ତୃ. ହ; କିମ୍ୱା (ପ୍ରାଚୀନ ରୂଧ୍ ଧାତୁ=ନାଲି ହେବାରୁ ଉତ୍ପନ୍ନ) ରୂହ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଶୋଣିତ; ରକ୍ତ; ଲହୁ —୧. Blood.

[ଉ—ଏ ମହାକଳଙ୍କ ଯାଇ ପ୍ରକ୍ଷାଳିବା ଥରେ, ଋଣକ୍ଷେତ୍ରେ ରିପୁଲୋହେ ଅବା ନିଜ ଲୋ ହେ ରାଧାନାଥ. ମହାଯାତ୍ରା]

୨. ଅଗୁରୁ —୨. Agallochum; eaggle- wood.
୩. ରକ୍ତ ଚନ୍ଦନ —୩. Red sandal; Peteracarpus Santalinus.
୪. ଲୁହା; ଲୌହ — ୪. Iron.

[ଉ—ଚନ୍ଦନାଦି ଉପଚାର ହେଉଛି ତପତ ଲୋହ ଜମ୍ୱାଳ ପ୍ରକାର ଭଞ୍ଜ. ପ୍ରେମସୂଧାନିଧି]

୫. ତୈଳସ; ଖନିଜ ଧାତୁ —Metal. (in general)
୬. ଲୁହା ନିର୍ମିତ ଅସ୍ତ୍ର ଶସ୍ତ୍ରାଦି —୬. Weapons and instruments made of iron.
୭. ବନସି କଣ୍ଟା — ୭. A fish hook (M.W.)
୮. ନାଲି ବର୍ଣ୍ଣର ଛେଳି (ହିନ୍ଦୀ - ଶ.) —୮. The redd goat (M.W.)
୯. ଅସ୍ତ୍ର ଶସ୍ତ୍ର; ହତିଆର —୯. Weapon (M.W.)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ରକ୍ତବର୍ଣ୍ଣ ବିଶିଷ୍ଟ; ନାଲିଆ —୧. Red (M.W.)
୨. ରକ୍ତାଭ —୨. Reddish (M.W.)
୩. ତମ୍ୱାଳିଆ — ୩. Copper-colouredd (M.W.)

ଦେଶଜ - ବି—(ସଂସ୍କୃତ - ଲୋତକ)

[ସମ୍ପାଦନା]

ଲୋତକ; ଲୁହ —Tears.