ଲୌକିକାଗ୍ନି
ଦେଖଣା
ଲୌକିକାଗ୍ନି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅସଂସ୍କୃତାଗ୍ନି; ଯେଉଁ ଅଗ୍ନିକୁ ମନ୍ତ୍ରାଦିଦ୍ୱାରା ସଂସ୍କୃତ କରାଯାଏ ନାହିଁ —Fire which has not been hallowed or consecrated by means of mystic rites.
[ଦ୍ରଷ୍ଟବ୍ୟ —ସାଧାରଣ ଲୋକେ ଯେଉଁ ଅଗ୍ନି ବ୍ୟବହାର କରନ୍ତି ତାହାକୁ ଲୌକାଗ୍ନି ବୋଲାଯାଏ ଉକ୍ତ ଅଗ୍ନିକୁ ମନ୍ତ୍ର ଓ ହେମାଦିଦ୍ୱାରା ସଂସ୍କୃତ ଓ ପବିତ୍ରୀକୃତ କଲେ ତାହା ସଂସ୍କୃତାଗ୍ନି ହୁଏ, ଏବଂ ଏହି ସଂସ୍କୃତାଗ୍ନିଦ୍ୱାରା ବୈଦିକ ହୋମ ଓ ପାକ ଆଦି କରାଯାଏ ହିନ୍ଦୁଶାସ୍ତ୍ର ମତରେ ବ୍ରାହ୍ନଣ ସଂସ୍ତତାଗ୍ନିଦ୍ୱାରା ପାକାଦି କରିବେ ଭିନ୍ନ ଭିନ୍ନ ମନ୍ତ୍ରାଦିଦ୍ୱାରା ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ସଂସ୍କୃତ ଅଗ୍ନିମାନଙ୍କର ଭିନ୍ନ ଭିନ୍ନ ନାମ ଅଛି ଯଥା—ଗାର୍ହପତ୍ୟ, ଆହବନୀୟ, ଦକ୍ଷିଣ, ଅବସଥ୍ୟ ବା ପର୍ବାସଭ୍ୟ ଗୃହସ୍ଥ ବ୍ରାହ୍ମଣ ତାହାଙ୍କ ଗୃହରେ ସର୍ବଦା ସଂସ୍କୃତାଗ୍ନିକୁ ରକ୍ଷା କରିବେ ଓ ତଦ୍ଦ୍ୱାରା ଦୈନିକ ପାକ ଓ ଯଜ୍ଞତ୍ରିୟାଦି କରିବେ ବୋଲି ଶାସ୍ତ୍ରରେ ଆଦେଶ ଅଛି]