Jump to content

ଲୌକିକ ଭାଷା

ଉଇକିଅଭିଧାନ‌ରୁ

ଲୌକିକ ଭାଷା

ଉଚ୍ଚାରଣ

[ସମ୍ପାଦନା]

[ସଂସ୍କୃତ ଭାଷା—ବିପରୀତ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରାକୃତଭାଷା; ଜନସମାଜରେ ଚଳୁଥିବା ଭାଷା; ଘରୋଇ ଭାଷା (ଅର୍ଥାତ୍ ଯାହା ସାହିତ୍ୟ— ଗତ ଭାଷା ନୁହେଁ) —Popular language; popular dialect; language used in common parrlance; spoken language; vernacular. (as opposed to literary language)

[ଦ୍ରଷ୍ଟବ୍ୟ —ସାଧାରଣ ଲୋକଙ୍କ ବ୍ୟବହୃତ ଭାଷା ପ୍ରାକୃତ ବା ଲୌକିକ ଭାଷା ସଭ୍ୟ, ଶିକ୍ଷିତ ଲୋକମାନେ ଯେଉଁ ସାହିତ୍ୟଗତ ଭାଷା ବ୍ୟବହାର କରନ୍ତି ତାହା ସଂସ୍କୃତ ଭାଷା ବା ସାହିତ୍ୟିକଭାଷା ଅଟେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଯେଉଁ ଭାଷା ବ୍ୟବହୃତ ହୁଏ ତାକୁ ଲୌକିକଭାଷା ବା (dialect) ବୋଲାଯାଏ ଏବଂ ଯେଉଁ ଭାଷା ମାର୍ଜିତ ହୋଇ ସାହିତ୍ୟରେ ବ୍ୟବହୃତ ହୁଏ ତାକୁ ସଂସ୍କୃତଭାଷା ବୋଲାଯାଏ; ଯଥା—ଭାରତବାସୀ ଆର୍ଯ୍ୟମାନେ ଭିନ୍ନ ଭିନ୍ନ ଅଞ୍ଚଳରେ କଥାବାର୍ତ୍ତାରେ ଯେଉଁ ଭାଷାବ୍ୟବହାର କରୁଥିଲେ ବା କରନ୍ତି ତାହା ଲୌକିକ ଭାଷା, ଯଥା— ପ୍ରାକୃତ, ପାଲି, ମାଗଧୀ, ବଙ୍ଗଳା, ଓଡ଼ିଆ, ହିନ୍ଦୀ, ଗୁଜରାଟି ଓ ମରହଟ୍ଟୀ ଇତ୍ୟାଦି ଓ ଯାହା ଲେଖାରେ ଓ ସାହିତ୍ୟରେ ବ୍ୟବହୃତ ହେଇଥିଲା ବା ହୁଏ ତାହା ତାହା ସଂସ୍କୃତଭାଷା ଭାଷାର ଉତ୍ପତ୍ତି ସମ୍ୱନ୍ଧେ ନାନା ମତ ଦେଖାଯାଏ କେହି କେହି କହନ୍ତି ଲୌକିକ ବା ପ୍ରାକୃତ ଭାଷାମାନ ସଂସ୍କୃତରୁ ଉପ୍ତନ୍ନ; କେହି କେହି କହନ୍ତି ଲୌକିକ ଭାଷାମାନ ମାର୍ଜତ ଓ ସଂସ୍କୃତ କରାଯାଇ ସେଥିରୁ ସଂସ୍କୃତଭାଷା ଉତ୍ପନ୍ନ ସଂସ୍କୃତ ନାଟକ ଆଦିରେ ଦୁଇଟି ଭାଷା ବ୍ୟବହୃତ ହୋଇଥିବା ଦେଖାଯାଏ; ଯଥା—ରାଜା ଓ ପଣ୍ଡିତାମାନଙ୍କ ମୁଖରେ ସଂସ୍କୃତଭାଷା ଏବଂ ଭୃତ୍ୟ, ସ୍ତ୍ରୀ ଓ ଇତର ବ୍ୟକ୍ତିଙ୍କ ମୂହଁରେ ଲୌକିକ ପ୍ରାକୃତ ଭାଷା ଲୌକିକ ଭାଷାମାନ ଭିନ୍ନ ଭିନ୍ନ ଅଞ୍ଚଳରେ ପୃଥକ୍ ପୃଥକ୍; କିନ୍ତୁ ସଂସ୍କୃତ ଭାଷା ସବୁ ଅଞ୍ଚଳରେ ଏକ 'ପ୍ରାକୃତ'ରୁ ସଂସ୍କୃତ ଜାତ, କି ସଂସ୍କୃତରୁ ପ୍ରାକୃତ ଜାତ, ଏ ସମସ୍ୟାଟି 'ପ୍ରଥମେ ବୀଜରୁ ବୃକ୍ଷ ଜାତ?' କିମ୍ୱା ବୃକ୍ଷରୁ ବୀଜ ଜାତ? ପରି ଗୋଟିଏ ଜଟିଳ ସମସ୍ୟା ଅଟେ କେହି କେହି କହନ୍ତି ଯେ, ଓଡ଼ିଆ ଭାଷାର ମାତା ସଂସ୍କୃତଭାଷା, ପୁଣି କେହି କେହି କହନ୍ତି ଓଡ଼ିଆଭାଷା ପ୍ରାକୃତରୁ ଜାତ ହୋଇଅଛି ଫଳତଃ ଦେଖାଯାଏ ଯେ, 'ପ୍ରାକୃତ' ଭାଷା ସଙ୍ଗେ ଏଡ଼ିଆ ଭାଷାର ଯେତେ ସାଦୃଶ୍ୟ ଅଛି, ସଂସ୍କୃତ ସଙ୍ଗେ ତେତେ ନାହିଁ ସୂକ୍ଷ୍ମ ଦୃଷ୍ଟିରେ ବିଚାର କଲେ ଦେଖାଯିବ ଯେ ସଂସ୍କୃତଭାଷା ଯେଉଁ 'ପ୍ରାକୃତ' ଭାଷାର ମାଜ୍ଜତ ରୂପ ଓଡ଼ିଆ ଆଦି କଥ୍ୟ ଭାଷା ସେହି 'ପ୍ରାକୃତ' ଭାଷାର କ୍ରମଶଃ ପରିବର୍ତ୍ତିତରୂପ]