Jump to content

ଲୌହ ଭସ୍ମ

ଉଇକିଅଭିଧାନ‌ରୁ

ଲୌହ ଭସ୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଔଷଧାଦିରେ ବ୍ୟବହୃତ)

[ସମ୍ପାଦନା]

ରାସାୟନିକ ବା ବୈଦ୍ୟଶାସ୍ତ୍ରୋକ୍ତ ଉପାୟରେ ପାଂଶୁରୂପରେ ପରିଣତ ଲୈହ —Oxide of iron; ferric oxide.

[ଦ୍ରଷ୍ଟବ୍ୟ —ଆଧୁନିକ ଚିକିତ୍ସାଶାସ୍ତ୍ର ଅନୁସାରେ ମଧ୍ୟ ଲୌହ— ଘଟିତ ଔଷଧଦ୍ୱାରା ଦେହସ୍ଥ ରକ୍ତର ତେଜ ବୃଦ୍ଧି ପାଏ ଆୟୂର୍ବେଦୋକ୍ତ ଶୋଧନ, ମାରଣ ବା ଜାରଣ କ୍ରିୟାଦ୍ୱାରା ଲୌହର ଭସ୍ମ ପ୍ରସ୍ତୁତ କରି ଔଷଧାଦିରେ ବ୍ୟବହାର କରା— ଯାଏ ଅଜାରିତ ଲୌହଦ୍ୱାରା ରୋଗ ଓ ମୃତ୍ୟୁ ପର୍ଯ୍ୟନ୍ତ ଘଟେ ଲୁହାକୁ ଟିକିଟିକି ପାତିଆ ବା ଚୂର୍ଣ୍ଣ (ରୁଖ) କରି ନିଆଁରେ ତତାଇ ତୈଳ, ଦହି, କାଞ୍ଜି, ଗୋମୂତ୍ର ଓ କୋଳଥ କ୍ୱାଥରେ ବତୁରାଇ , ପୁଣି ଦୁଧ, କାଞ୍ଜ, ଗୋମୂତ୍ର ଓ କୋଳଥ କ୍ୱାଥରେ ବତୁରାଇ, ପୁଣି ଦୁଧ, କାଞ୍ଜି ଓ ତ୍ରିଫଳା ପାଣିରେ ସିଝାଇ, ଗୋମୂତ୍ର ସଙ୍ଗେ ମର୍ଦ୍ଦିତ କରି ଗଜପୁଟଦ୍ୱାରା ଦଗଧ କରି ଭସ୍ମ ପ୍ରସ୍ତୁତ କରାଯାଏ ହଜାରେ ଥର 'ଗଜପୁଟ' ପ୍ରକ୍ରିୟାରେ ଦଗ୍ଧ ଲୌହଭସ୍ମ ବିଶେଷ ଫଳପ୍ରଦ ଅନ୍ତତଃ ୫ ଥର ପୁଟଦଗଧ ଲୌହଭସ୍ମ ବ୍ୟବହାର କରିବା ଉଚିତ ଏହି ଲୌହଭସ୍ମ ନାନା ଅନୁପାନ ସହିତ ଶୂଳରୋଗ, ବାତ, ପୁରାତନ ଜ୍ୱର, ଶ୍ୱାସ ଓ ସନ୍ନିପାତରେ ବ୍ୟୂବହୃତ ହୁଏ ଏହାର ମାତ୍ରା ଏକ ରତି]