ଶକ

ଉଇକିଅଭିଧାନ‌ରୁ

ଶକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି— (ଶକ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଅଦ୍ଦ ପ୍ରବର୍ତ୍ତିତ ରାଜା ଶାଳିବାହନ —୧. Name of a king who introduced a calenddar year.
୨. ଶକାବ୍ଦ; ଶାଳି— ବାହନ ରାଜାଙ୍କ ପ୍ରବର୍ତ୍ତିତ ସନ —୨. Sāḻibāhana era; the year introduced by king Ṡāḻibāhana.


[ଦ୍ରଷ୍ଟବ୍ୟ —ଏହା ଖ୍ରୀଷ୍ଟାବ୍ଦ ସଂଖ୍ୟା ଅପେକ୍ଷା ୭୮: ବର୍ଷ କମ୍, ଅର୍ଥାତ୍ ଖ୍ରୀଷ୍ଟ ଜନ୍ମର ୭୮: ବର୍ଷ ପରେ ଶକର ଗଣନା ଆରମ୍ଭ ହୋଇଥିଲା]

୩. ମଧ୍ୟଆସିଆବାସୀ ପ୍ରାଚୀନ ଜାତି ବିଶେଷ —୩. Name of an ancient nation of Central Asia; scythians.

[ଦ୍ରଷ୍ଟବ୍ୟ —ଏହି ଜାତି ପ୍ରଥମେ ଗୋଟିଏ ଜାତି ନ ଥିଲେ ଏମାନେ ଏକାଧିକ ଜାତି ଥିବାରୁ ସଂସ୍କୃତରେ ମଧ୍ୟ ଏମାନେ 'ଶକାଃ' (ବହୁବଚନରେ ଶ ଜାତିମାନେ) ବୋଲି କଥିତ ଏମାନେ ମଧ୍ୟଆସିଆର ଯାଯାବର ଯୁଦ୍ଧପ୍ରିୟ ଜାତି ଥିଲେ ଗ୍ରୀକମାନେ ଏମାନଙ୍କୁ Scythian, (ସିଦିଆନ) ଜାତି ବୋଲି ନାମ ଦେଇଥିଲେ ଏମାନେ ଖ୍ରୀଷ୍ଟ ଜନ୍ମର ପୂର୍ବ ପ୍ରଥମ ଶତାବ୍ଦୀଠାରୁ ଖ୍ରୀଷ୍ଟଜନ୍ମର ପରବର୍ତ୍ତୀ ଚତୁର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ଭାରତକୁ ଦଳଦଳ ହୋଇ ଆକ୍ରମଣ କରି— ଥିଲେ ଏମାନେ କାଶ୍ମୀର, ଆଫଗାନିସ୍ଥାନ, ପଞ୍ଜାବ, ସିନ୍ଧୁ ପ୍ରଦେଶ, ଗୁଜରାଟ ଏବଂ ବମ୍ୱେଇ ଅଞ୍ଚଳରେ ଉପ— ନିବେଶ ସ୍ଥାପନ କରିଥିଲେ ଖ୍ରୀଷ୍ଟଜନ୍ମର ପ୍ରଥମ ଶତାବ୍ଦୀରେ ଏମାନଙ୍କ ରାଜା ଶାଳିବାହନ ଭାରତରେ ରାଜତ୍ୱ କରି— ଥିଲେ ଏବଂ ଏହାଙ୍କ ରାଜତ୍ୱ କାଳ (୭୮: ଖ୍ରୀଷ୍ଟାବ୍ଦ)ରେ ଶକାବ୍ଦ ଭାରତରେ ପ୍ରଚଳିତ ହୋଇଥିଲା ଓ ତାହା ମଧ୍ୟ ଅଦ୍ୟାବଧି ଭାରତରେ ଚଳୁଅଛି ଏମାନେ ଭାରତରୁ ଗ୍ରୀକ୍ ରାଜାଙ୍କୁ ତଡ଼ି ଆପଣାର ରାଜ୍ୟ ବିସ୍ତାର କରିଥିଲେ ସିନ୍ଧୁ, ମାଲବ ଓ ପଶ୍ଚିମ ଭାରତରେ ଏମାନେ ବହୁକାଳ (ପ୍ରାୟ ୪ ବର୍ଷ) ରାଜତ୍ୱ କରିଥିଲେ ଓ ଉଜ୍ଜୟିନୀ ଏମାନଙ୍କର ରାଜଧାନୀ ଥିଲା ଏମାନଙ୍କୁ ପରାକ୍ରମୀ ହିନ୍ଦୁ ରାଜା ବିକ୍ରମାଦିତ୍ୟ ପରାଜିତ କରି ଭାରତରେ ହିନ୍ଦୁ ରାଜ୍ୟ ବିସ୍ତାର କରିଥିଲେ ଏହି ଶକଜାତି ମଧ୍ୟରୁ ଗୋଟିଏ ଜାତିର ରାଜା କନିଷ୍କ ଉତ୍ତରଭାରତ, ତୁକୀସ୍ଥାନ ଓ ଆଫଗାନୀ— ସ୍ଥାନର ରାଜା ହୋଇଥିଲେ ଏବଂ ପୁରୁଷର (ଆଧୁନିକ ପେଶବାର) ତାଙ୍କ ରାଜଧାନୀ ଥିଲା ଏ ୧୪: ଖ୍ରୀଷ୍ଟାବ୍ଦରେ ରାଜତ୍ୱ କରୁଥିଲେ ଏବଂ ମଧ୍ୟଆସିଆରେ ଓ ଚୀନଦେଶରେ ବୌଦ୍ଧର୍ମର ପ୍ରଚାର କରାଇଥିଲେ ଏହାଙ୍କ ସମୟର ମୁଦ୍ରା ଏବେ ମଧ୍ୟ ଭୂଗର୍ଭରୁ ମିଳୁଅଛି ପୁରାଣରେ ସୂର୍ଯ୍ୟବଂଶୀ ରାଜା ନରିଷ୍ୟନ୍ତଙ୍କଠାରୁ ଏହି ଜାତିର ଉତ୍ପତ୍ତି ହୋଇଥିବା ବର୍ଣ୍ଣିତ ଅଛି ରାଜା ସଗର ରାଜା ନରିଷ୍ୟନ୍ତଙ୍କୁ ରାଜ୍ୟଚ୍ୟୁତ ଓ ନିର୍ବାସିତ କରିଥିଲେ ବର୍ଣ୍ଣାଶ୍ରମ ଆଦି ନିୟମ ପାଳନ ନ କରିବାରୁ ଓ ବ୍ରାହ୍ମଣମାନଙ୍କଠାରୁ ପୃଥକ୍ ରହିବାରୁ ନରିଷ୍ୟନ୍ତ ମ୍ଳେଚ୍ଛ ହୋଇ ଯାଇଥିଲେ; ତାହାଙ୍କ ବଂଶଧରମାନେ ଶକ ନାମରେ ଅଭିହିତ ହେଲେ ଆଧୁନିକ ପଣ୍ଡିତମାନେ କହନ୍ତି ଯେ ମଧ୍ୟ—ଏସିଆ ପ୍ରାଚୀନକାଳରେ ଶକଦ୍ୱୀପ ନାମରେ ପ୍ରସିଦ୍ଧ ଥିଲା ଯୁନାନୀମାନେ ଏ ଦେଶକୁ ସିରିଆ କହୁଥିଲେ; ଏହି ମଧ୍ୟ—ଆସିଆବାସୀଙ୍କୁ ଶକ୍ କୁହା ଯାଉଥିଲା ଏକ ସମୟରେ ଏ ଜାତି ଅତି ପ୍ରତାପଶାଳୀ ହୋଇଥିଲେ ଖ୍ରୀଷ୍ଟପୂର୍ବ ୨ ବର୍ଷରେ ଏ ଜାତି ମଥୁରା ଓ ମହାରାଷ୍ଟ୍ର ଦେଶ ଅଧିକାର କରିଥିଲେ ଏମାନେ ଆପଣାକକୁ ଦେବପୁତ୍ର କହୁଥିଲେ ଏମାନେ ୧୯: ବର୍ଷ ଭାରତରେ ରାଜତ୍ୱ କରିଥିଲେ କନିଷ୍କ ଓ ହବିଷ୍କ ଏହିମାନଙ୍କ ରାଜା ଥିଲେ—(ହିନ୍ଦୀ - ଶ.)]

୪. ଦେଶ ବିଦେଶ — ୪. Name of a county; Scythia

(ଶକମାନଙ୍କ ଅଧିଷ୍ଠିତ ଦେଶ; ଆସିଆର ମଧ୍ୟଭାଗ)

୫. ଯେଉଁ ରାଜାଙ୍କ ନାମରେ କୌଣସି ସଂବତ୍ ଚଳେ (ହିନ୍ଦୀ - ଶ.) —୫. A king in whose name any era is started.
୬. ଶକାଦ୍ଦ; ରାଜା ଶାଳିବାହନଙ୍କ ପ୍ରଚାରିତ ସନ — ୬. The era started by Sāḻibāhana.
୭. ତାତାର ଦେଶ (ହିନ୍ଦୀ - ଶ.) —୭. Tartary.
୮. ଜଳ (ହିନ୍ଦୀ - ଶ.) —୮. Water.
୯. ମଳ (ହିନ୍ଦୀ - ଶ) —୯. Dirt.
୧. ପଶୁ ବିଶେଷ (ହିନ୍ଦୀ - ଶ.) —୧୦. A kind of beast.