ଶଗଡ଼

ଉଇକିଅଭିଧାନ ରୁ
Jump to navigation Jump to search

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଦ୍ଵିଚକଯୁକ୍ତ ଗୋଯାନ; ବଳଦଗାଡି
  • ଗୋଟିଏ ଗାଡିରେ ବୋଝେଇ ହେବା ପରିମିତ ବସ୍ତୁ
  • ଶକଟାସୁର ପରି ବିଶାଳକାୟ ବ୍ୟକ୍ତି

ବିଶେଷ୍ୟ (ପ୍ରାଦେଶିକ)[ସମ୍ପାଦନା]

  • ଗଞ୍ଜାମରେ ପ୍ରଚଳିତ ଧାନ୍ୟାଦି ଶସ୍ୟର ମାପ ବିଶେଷ
  • ଯେଉଁ ଜମିରୁ ୧ ଶଗଡ଼ ଧାନ ଉତ୍ପନ୍ନ ହୁଏଶଗଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

—. ବିଶେଷ୍ୟ - (ସଂସ୍କୃତ - ଶକଟ)[ସମ୍ପାଦନା]

୧. ଦ୍ୱିଚକ୍ରଯୁକ୍ତ ଗୋଯାନ; ବଳଦଗାଡ଼ି — ୧. Bullock cart.
୨. ଗୋଟିଏ ଗାଡ଼ିରେ ବୋଝାଇ ହେବା ପରିମିତ (ଧାନ ଆଦି) ବସ୍ତୁ —୨. A cart- load, (of grains etc)
୩. ଶକଟାସୁର (ଦେଖ) - —୩. Ṡakaṭāsura. (See)
୪. ଶକଟାସୁର ପରି ବିଶାଳକାୟ ବ୍ୟକ୍ତି —୪. A person as big as the demon Ṡakaṭā

[ଉ—'ଅଗଡ଼ ବଗଡ଼ ଖାଏ ଯେ, ଶଗଡ଼ପରି ହୁଏ ସେ'—ଢଗ (ଅର୍ଥାତ୍ ଯେ ଖୁବ୍ ଗୁଡ଼ାଏ ଖାଏ, ସେ ଶକଟାସୁର ପରି ବିଶାଳକାୟ ହୁଏ]

ପ୍ରାଦେଶିକ - (ଗଞ୍ଜାମ)[ସମ୍ପାଦନା]

୧. ଗଞ୍ଜାମରେ ପ୍ରଚଳିତ ଧାନ୍ୟାଦି ଶସ୍ୟର ମାପ ବିଶେଷ — ୧. A unit of measure of grain equal to three bharaṇas.

[ଦ୍ରଷ୍ଟବ୍ୟ —୧ ଶଗଡ଼=୩ ଭରଣ= ୬ ନୌତି= ୨୪: ଗୌଣୀ=୯୬: ଅଡ଼ା; ୬୪: ତୋଳା ଓଜନ ପରିମିତ ସେରକୁ ଗଞ୍ଜାମରେ ଅଡ଼ା ବୋଲାଯାଏ]

୨. ଯେଉଁ ଜମିରୁ ୧ ଶଗଡ଼ ଧାନ ଉତ୍ପନ୍ନ ହୁଏ —୨. An area of land which produces one cart load of paddy in an ordinary year.

[ଦ୍ରଷ୍ଟବ୍ୟ —ଦୁଇ ଖଣ୍ଡି ଲମ୍ୱ ବାଉଁଶ ବା କାଠ ଦଣ୍ଡା(=ସଂସ୍କୃତ - ଦଣ୍ଡ) ଏକ ମୁଣ୍ଡରେ ଏକତ୍ର ସଂଲଗ୍ନ ହୋଇ ଥାଏ ଓ ଅନ୍ୟ ମୁଣ୍ଡରେ ଦୁଇ ହାତ ଛଡ଼ା ହୋଇ କାଠ (ଫଳି)ଦ୍ୱାରା ସଂଲଗ୍ନ ହୋଇଥାଏ ଏହି ଲମ୍ୱ ତ୍ରିକୋଣକାର କାଷ୍ଠ ଦ୍ୱୟ ଏକତ୍ର ହୋଇଥିବା ମୁଣ୍ଡ (ଝୁରା ମୁଣ୍ଡି)ରେ ମୁଗକାଷ୍ଠ (ଯୁଆଳି) ସଂଲଗ୍ନ ହୋଇଥାଏ ଏହି ଯୁଆଳିର ଦୁଇ ମୁଣ୍ଡରେ ବଳଦ ଯୋଚା ହୁଅନ୍ତି ଶଗଡ଼ର ଦଣ୍ଡାଦ୍ୱୟର ମଧ୍ୟଭାଗ ଗୋଟିଏ ଅଖ (ଅକ୍ଷ) ଉପରେ ସ୍ଥାପିତ ହୁଏ ଓ ଅଖର ଦୁଇ ମୁଣ୍ଡରେ ଚକ ଲାଗିଥାଏ ଯୁଆଳିର ଦୁଇ ମୁଣ୍ଡରେ ବଳଦ ଯୋଚା ହୋଇ ଗତି କଲେ ସେ ଚକ— ମାନ ଚଳେ ଶଗଡ଼ ସାଧାରଣତଃ ଦୁଇଚକ୍ର ବିଶିଷ୍ଟ ହୁଏ ଓ ଦୁଇଟି ବଳଦ ବା ମଇଁଷି ଶଗଡ଼କୁ ଟାଣନ୍ତି; କିନ୍ତୁ ଉତ୍ତର— ପଣ୍ଡିମ ଭାରତରେ (ବୃନ୍ଦାବନ ଆଦିରେ) ଶଗଡ଼ମାନ ଚାରି ଚକ ବିଶିଷ୍ଟ ହୁଏ ଓ ଚାରୋଟି ବଳଦ ସେଭଳି ଶଗଡ଼କୁ ଟାଣନ୍ତି ମାନ୍ଦ୍ରାଜ ଅଞ୍ଚଳରେ ପୂର୍ବେ ଚଳୁଥିବା ଓ ବର୍ତ୍ତମାନ କଟକରେ ଚଳୁଥିବା ଏକପ୍ରକାର ଶଗଡ଼କୁ ଗୋଟିଏ ବଳଦ ମଝିରେ ଲାଗି ଟାଣେ ଶଗଡ଼ଟଣା କାର୍ଯ୍ୟରେ ସାଧାରଣତଃ ବଳଦମାନେ ଲାଗନ୍ତି କେତେକ ସ୍ଥାନରେ ମଇଁଷିମାନେ ମଧ ଶଗଡ଼ ଟାଣିବା ଦେଖାଯାଏ

ଶଗଡ଼ର ଭିନ୍ନ ଭିନ୍ନ ଅଙ୍ଗ ଏବଂ ଉପକରଣମାନଙ୍କ ନାମ ଏବଂ ପ୍ରକାରଭେଦ ===

(୧) ଝୁରାମୁଣ୍ଡି—ଦୁଇ ଦଣ୍ଡାର ତ୍ରିକୋଣାକାର ଅଗ୍ରଭାଗ (୨) ଝୁରା ବା ମୁହୁଣ୍ଡ—ଦୁଇଟି ଦଣ୍ଡା ଏକତ୍ର ହୋଇଥିବା ସ୍ଥାନ, ଯାହା ଯୁଆଳିର ମଧ୍ୟସ୍ଥଳରେ ସଂଲଗ୍ନ ହୁଏ; ଦଣ୍ଡାର ଆଗମୁଣ୍ଡ (୩) ନନ୍ଧା, ନନ୍ଧା ଦଉଡ଼ି—ଯୁଗବନ୍ଧନ ରଜ୍ଜୁ; ଯେଉଁ ଦଉଡ଼ାଦ୍ୱାରା ଝୁରାକୁ ଯୁଆଳିର ମଧ୍ୟଭାଗ ସଙ୍ଗେ ବନ୍ଧାଯାଏ (୪) କନ୍ଦଳ; କନ୍ଦଳ ଖିଲ—ଦୁଇଟି ଦଣ୍ଡାକୁ ଝୁରା ପାଖରେ ମେଣ୍ଢାଶିଙ୍ଗା ସଙ୍ଗେ ଏକତ୍ର ଯୋଖିଥିବା ଖିଲ (୫) ଯନ୍ତା—ଶଗଡ଼ରେ ଦୁଇ ଦଣ୍ଡାକୁ ମଝଭୂତ୍ କିର ରଖିବା ପାଇଁ ଶଗଡ଼ର ଆଗ ଓ ପଛ ପାଖରେ ବ୍ୟବହୃତ ଲୁହା ପାତିଆର ବଳୟ (୬) ଯୋକିଆ—ଦୁଇ ଆଡ଼ରେ ଦାନ୍ତ ବାହାରିଥିବା କଣ୍ଟା, ଯାହା ଓଲ୍ଲଆର ଦାନ୍ତକୁ ଲାହିଆରେ ସଂଲଗ୍ନ କରି ଚିପି ରଖିବା ପାଇଁ ହାଣ୍ଡିରେ ବାଡ଼ାଆଯାଏ— (୭) ଯୁଆଳି—ଝୁରାରେ ବନ୍ଧା ହେବା ଦଣ୍ଡ, ଯାହାର ଦୁଇ ପାଖ ବଳଦଙ୍କ କାନ୍ଧରେ ରହେ (୮) ବାକୁଲୀ—ଯୁଆଳିର ଦୁଇ ମୁଣ୍ଡରେ ଥିବା ଛିଦ୍ରରେ ଗଳିଥିବା କାଛର ଖିଲ ଏଥିରେ ବଳଦଙ୍କ ବେକରେ ଲାଗିଥିବା ଦଉଡ଼ିକୁ ବାନ୍ଧି ଦିଆଯାଏ ଏହି ଖିଲ ଦୁଇଟି ବଳଦଙ୍କ କାନ୍ଧର ବାହାର ପାଖକୁ ରହେ ହଳର ଯୁଆଳିରେ ଏହି ଖିଲକୁ 'ଶଅଳ' ବୋଲାଯାଏ ଏବଂ ଏହା ବଳଦଙ୍କ କାନ୍ଧରେ ଭିତର ପାଖକୁ ରହେ (୯) ଦଣ୍ଡାକାଠି—ଶଗଡ଼ର ଦଣ୍ଡାର ପଛରେ ଥିବା ଅଗ୍ରଭାଗ, ଯାହାକୁ ମୁଠାଦ୍ୱାରା ଧରି ଶଗଡ଼ର ଗତିକୁ ନିୟମିତ କରାଯାଏ (୧) ଫଡ଼ି ବା ଫଳି—ଦୁଇଟି ଦଣ୍ଡାର ମଝିରେ ଦିଆ ଯାଇଥିବା କାଷ୍ଠଫଳକ (୧୧: ) ପାଞ୍ଚଫଳିଆ— ତ୍ରିଭୁଜାକାର ଶଗଡ଼ଦଣ୍ଡା ଦ୍ୱୟର ଆଗପାଖରେ ଅର୍ଦ୍ଧାଂଶ, ଯେଉଁ ଅଂଶରେ ଘନ ସନ୍ନିବିଷ୍ଟ ପାଞ୍ଚ ଗୋଟି ଫଳି ଥାଏ ଓ ଯେଉଁଠାରେ ଗାଡ଼ି ଅଡ଼ାଇବା ଲୋକ ବସେ

(୧୨: ) ପଘା—ବଳଦଙ୍କ ବେକରେ ଲାଗିଥିବା ରଜ୍ଜୁ ଯାହା ବାକୁଲୀ ସଙ୍ଗେ ଗୁଡ଼ିଆ ହୋଇ ଝୁରାରେ ବନ୍ଧାଯାଏ (୧୩: ) ପ(ପା)ଗୁଟୀ—ପଘାର ଯେଉଁ ବଳୟାକୃତ ଅଂଶ ବଳଦଙ୍କ ବେକ ଚାରିପାଖେ ବୁଲିଥାଏ (୧୪: ) ତୁଣ୍ଡୀ— ବଳଦଙ୍କ ମୁହଁରେ ଗିଳିଥିବା ଦଉଡାର ଖୋଳ ବା ଫର୍ମା (୧୫: ) ପଘାଦଣ୍ଡା—ପଘାର ଯେଉଁ ଲମ୍ୱ ଅଂଶ ପଗୁଟିଠାରୁ ଲମ୍ୱ ହୋଇ ବାହାରିଥାଏ (୧୬: ) ମୁଠା ବା ମୁଠି—ଦଣ୍ଡା ଦ୍ୱୟର ପଛମୁଣ୍ଡ, ଯାହାକୁ ହାତଦ୍ୱାରା ମୁଠାଇ ଶଗଡ଼ର ଗତିକୁ ନିୟନ୍ତ୍ରିତ କରାଯାଏ (୧୭: ) ତନ୍ତରା ବା ତେନ୍ତରା—ଶଗଡ଼ର ଦଣ୍ଡାତଳେ ଦିଆଯିବା ଲମ୍ୱକାଠ ଦୁଇ ଖଣ୍ଡ ଏହି କାଠରେ ଘରା ହୋଇ ତା ମଧ୍ୟରେ ଅଖ ପଶେ ଓ ଦଣ୍ଡା ସହିତ ଖିଲ ବା ଦଉଡ଼ିଦ୍ୱାରା ଏହା ସଂଲଗ୍ନ ହୁଏ (୧୮: ) ତ(ତେ)ନ୍ତରା ଖିଲ—ତେନ୍ତରାକୁ ଦଣ୍ଡାରେ ସଂଲଗ୍ନ କରିବା ପାଇଁ ବ୍ୟବହୃତ ଖିଲ (୧୯: ) ତେନ୍ତରା ଘର—ଦଣ୍ଡା ସଂଲଗ୍ନ ତେନ୍ତରାର ମଝିରେ ଯେଉଁ ଗାତ ବା ନାଳି ଖୋଳାଯାଇଥାଏ ଓ ଯହିଁରେ ଶଗଡ଼ର ଅଖ ପଶେ (୨) ଅଖ—ଯେଉଁ ଦଣ୍ଡା ଦଣ୍ଡ ଉପରେ ରହେ ଓ ଯାହାର ଦୁଇ ମୁଣ୍ଡରେ ଚକ ଲାଗେ (୨୧: ) ଅଖ ବିନ୍ଧ—ଅଖ ମୁଣ୍ଡରେ ଅଣକିଳି ପଶିବା ପାଇଁ ଖୋଳାଯାଥିବା ଛିଦ୍ର; ଅକ୍ଷାଗ୍ରଛିଦ୍ର (୨୨: ) ଅଣକିଳି—ଅଖର ଦୁଇ ମୁଣ୍ଡରେ ଚକ

ଲାଗିବା ପରେ ଅଖର ଯେଉଁ ଅଂଶ ଚକର ହାଣ୍ଡିର ସୀମାରୁ ବାହାରିଥାଏ, ତହିଁରେ ଥିବା ଛିଦ୍ରରେ ପଶିଥିବା କୀଳା; ଯାହା ଚକକୁ ଅଖ ସଙ୍ଗେ ଅଟକାଇ ରଖେ; ଅକ୍ଷାଗ୍ର— କୀଳକ (୨୩: ) ପଚରି (ରା) ଖିଲ—ଶଗଡ଼ର ପୁଟି ଓ ହାଲକୁ ମଜଭୁତ୍ ରଖିବା ପାଇଁ ମରାଯିବା ଖିଲ 

(୨୪: ) ଚକ—ଅଖର ଦୁଇ ମୁଣ୍ଡରେ ଲାଗିଥିବା ଚକ୍ର (୨୫: ) ଝାମ, ଝାମା ବା ହାଲ—ଚକର ପରିଧିରେ ବାହାରେ ଚତୁର୍ଦ୍ଦିଗରେ ଘେରାହୋଇଥିବା ଲୁହାର ମୋଟ ପତର

(୨୬: ) ପହିଆ (ୟା) ବା ପହ୍ୟା—ଚକର ଅନ୍ୟ ନାମ ପହିଆ ତିନିପ୍ରକାର ଯଥା—(କ) କଟକୀ—ଏଥିର ପହି ଓ ଅର ମୋଟା (ଖ)ଦକ୍ଷିଣୀ—ଏଥିର ପହି ଓ ଅର ସରୁଆ (ଗ) ପଟାଳିଆ—ଅର ନ ଥିବା ଚକ ଏହା ଗୁଡ଼ିଏ ମୋଟ ପଟାର ସମଷ୍ଟି ମାତ୍ର ଏଭଳି ଚକ ଗଡ଼ଜାତୀ ଶଗଡ଼ ବା ଗୋଟିଆରେ ବ୍ୟବହୃତ ହୁଏ

(୨୭: ) ପହି—ଚକର ପରିଧି (୨୮: ) ପୁଟି (ଟୀ)—ଚକର ପରିଧିର ଅଂଶମାନ ଏହା ବୃତ୍ତଖଣ୍ଡାକାର କାଷ୍ଠ ଅଟେ ସାଧାରଣତଃ ଆମ ଦେଶରେ ଶଗଡ଼ ଚକ (ପହି)ରେ ୬ ଖଣ୍ଡି ପୁଟୀ ଲାଗେ ଓ ୩ ପୋଡ଼ା ବା ୬ଟି ଅର ବ୍ୟାସରୂପେ ବ୍ୟବହୃତ ହୁଏ ଶଗଡ଼ର ବ୍ୟାସ ଅର ୬ ଖଣ୍ଡି ଓ ବ୍ୟାସାର୍ଦ୍ଧ ଅର ୧୨: ଖଣ୍ଡି ଅଟେ ପୁଟୀର ଶେଷରେ ଗୋଟିଏ ଲେଖାଁଏ ଛିଦ୍ର ହୋଇଥାଏ ସେହି ଛିଦ୍ରରେ ସମ୍ଭାଇବା ଭଳି ଖଣ୍ଡିଏ ଖିଲ (ପତରା) ଉକ୍ତ ଦୁଇ ଛିଦ୍ର ମଧ୍ୟରେ ପୂରାଯାଏ ଓ ଖିଲ ପୂରାଯିବା ପରେ ୨ଟି ପୁଟୀକୁ ଦୃଢ଼ଭାବରେ ବାଡ଼େଇ ଦେଲେ ତାହା ଜୋଟ୍ ଖାଲାଯାଏ (୨୯: ) ଅର— ଶଗଡ଼ର ଲାହିଆଠାରୁ ପରିଧି ବା ପୁଟି ବା ପହି ପର୍ଯ୍ୟନ୍ତ ଲାଗିଥିବା କାଠଖଣ୍ଡ (ବ୍ୟାସାର୍ଦ୍ଧ) ମାନ (୩) ପଚରା, ପୋଚରି ପିଚିକିଳା ବା ଫୁସିଅର—ଶଗଡ଼ ଚକର ପୁଟିରେ ଥିବା ଛିଦ୍ରରେ ଅରର ଅଗ୍ରଭାଗକୁ ପୂରାଇ ତାହାକୁ ପୁଟି ସହିତ ଦୃଢ଼ଭାବରେ ଜଡ଼ିତ କରି ରଖିବା ପାଇଁ ବ୍ୟବହୃତ ହେଉଥିବା ଖିଲ (୩୧: ) ମେଣ୍ଢାଶିଙ୍ଗ(ଙ୍ଘା)— ଶଗଡ଼ର ଯୁଆଳିର ମଝିରେ ପୋତାଯିବା ଖିଲ; [ଦଣ୍ଡାର ଆଗ ମୁଣ୍ଡ ବା ଝୁରାର ଅଗର ତଳେ ଲଗାଯାଇ ଏହି ଖିଲ ଚାରିପାଖେ ଦଉଡ଼ି ଗୁଡ଼ାଯାଇ ଯୁଅଳି ଓ ଝୁରା ଏକତ୍ର ଦୃଢ଼ରୂପେ ବନ୍ଧା— ଯାଏ ଓ ଶଗଡ଼ରେ ଯୋଚାଯିବା ବଳଦଙ୍କ ପଘାଦଉଡ଼ିର ଶେଷ ମୁଣ୍ଡ ଏହି ଖିଲରେ ବନ୍ଧାଯାଏ (୩୨: ) ମେଣ୍ଢି (ଣ୍ଢୀ)— ଅଖର ଅଗ୍ରଭାଗ ଚକର ଲହିଆର ଛିଦ୍ରଠାରୁ ସରୁ ହେଲେ ତାକୁ ଲାହିଆର ଛିଦ୍ରକୁ ଚାହିଁ ମୋଟା କରିବା ପାଇଁ ଅଖରେ ଯେଉଁକାଷ୍ଠଖଣ୍ଡ ମରାଯାଏ (୩୩: ) ଶଟ୍ ବା ଶାଟ୍—ଦୁଇ ଦଣ୍ଡାକୁ ଯୋଖିଥିବା ଶଗଡ଼ ପଛପାଖର ଶେଷ ଫଳି (୩୪: ) ଶାଟ୍ କିଳା ବା ଶାଟ୍ ଖିଲ—ଶଗଡ଼ ପଛପାଖରେ ଦୁଇ ଦଣ୍ଡାକୁ ଭେଦକରି ଯେଉଁ ଫଳି ଗଳିଥାଏ, ତାହା ହୁଗୁଳି ନ ଯିବା ପାଇଁ ତା ଆଗରେ ମରା ଯିଇଥିବା କାଠର ଖିଳ (୩୫: ) ଶଟ୍ ଦଉଡ଼ା (ଡ଼ି) ବା ଶାଟ୍ଦଉରା (ରି)—ଦଣ୍ଡାର ଦୁଇ ପଛ ମୁଣ୍ଡକୁ ଶେଷ ଫଳି ସହିତ ଭିଡ଼ି ରଖିବା ଦଉଡ଼ି (୩୬: ) ଶଟ୍କି ବା ଶଟକି ଦଉଡ଼ା—ଶଗଡ଼ରେ ଯୋଚାଯିବାବଳଦଙ୍କ ବେକରେ ପଘାକୁ ବାକୁଲୀରେ ଅଟକାଇ ରଖିବାପାଇଁ ପଘାରେ ଲାଗିଥିବା ଛୋଟ ବଳୟାକୃତ ଦଉଡ଼ି (୩୭: ) ସନ୍ଧିଆ (ୟା), ସଣ୍ଡି(ଣ୍ଢ)ଆ(ୟା) ବା ସଣ୍ଡି (ଣ୍ଡି)ଆ(ୟାକିଳା—ଦୁଇ ପୁଟିକୁ ବୃତ୍ତାକାରଭାବରେ ଯୋଡ଼ିଥିବା ଖିଲ ପୁଟିମାନଙ୍କ ସନ୍ଧ ମଧ୍ୟରେ ଏହା ଗଳିଥାଏ (୩୮: ) ହାଣ୍ଡି ବା ତୁମ୍ଭ—ଚକର କେନ୍ଦ୍ରସ୍ଥ ସ୍ଥୂଳ କାଷ୍ଠପିଣ୍ଡ, ଯହିଁରେ ପରିଧିର ଏକ ମୁଣ୍ଡରେ ଲାଗିଥିବା ଅରମାନଙ୍କର ଅନ୍ୟ ମୁଣ୍ଡ ସନ୍ନିବିଷ୍ଟ ହୋଇଥାଏ ଓ ଯାହାର ମଧ୍ୟସ୍ଥ ଛିଦ୍ର (ଲାହିଆ)ରେ ଅଖ ପଶେ (୩୯: ) ବନ୍ଧ ବା ଲାହିଆ ବନ୍ଧ—ହାଣ୍ଡିର ଦୁଇପାଖର ପରିଧିରେ ପିଟା ଯାଇଥିବା ଲୁହାର ପାତିଆ (୪) ଲାହିଆ—ଚକର ହାଣ୍ଡିମଧ୍ୟସ୍ଥ ଛିଦ୍ର, ଯାହା ମଧ୍ୟଦେଇ ଅଖି ପଶିଥାଏ (୪୧: ) ଓଲୁଆ—ଅଖଦ୍ୱାରା ଲାହିଆ ଘୋରି ହୋଇ ନ ଯିବ ବୋଲି ତହିଁରେ ଯେଉଁ ଲୌହନିର୍ମିତ ବଳୟ ଦିଆଯାଏ ଏହା ଢ଼ିଙ୍କି ସମା ପରି; କିନ୍ତୁ ଏହାର ପରିଧିରେ ଦୁଇଟି ଦାନ୍ତ ଥାଏ ଯୋକିଆଦ୍ୱାରା ସେ ଦାନ୍ତକୁ ହାଣ୍ଡିରେ ବସାଯାଏ (୪୨: ) କାଳି—ଶଗଡର ଅଖ ଲାହିଆ ମଧ୍ୟରେ ଘୁରି ତାକୁ ଘଷି ଖାଇ ନ ଯିବା ବୋଲି ଅଖର ମୁଣ୍ଡରେ ଦିଆଯିବା ତେଲର କାଣ୍ଟି (୪୩: ) ଟିପେଇ—ଶଗଡ଼ରେ ଝୁରାକୁ ଭୂମିରୁ ଉଠାଇ ଶଗଡ଼ର ଦଣ୍ଡାକୁ ଭୂମି ସଙ୍ଗେ ସମାନ୍ତରାଳ କରିବାପାଇଁ ଝୁରା ତଳେ ଡେରା ହେବା ତ୍ରିକୋଣାକାର କାଷ୍ଠ (୪୪: ) ବତା ବା ପାରେଣି ବତା—ଶଗଡ଼ଦଣ୍ଡାର ତ୍ରିକୋଣାକାର ଅଂଶର (ଯହିଁରେ ମଝିରେ ମଝିରେ ଖଣ୍ଡିଏଲେଖାଏଁ ଫଳି ଆଡବାଗରେ ମରିଥାଏ ସେ ଫଳିମାନଙ୍କ) ମଧ୍ୟରେ ଥିବା ଫାଙ୍କକୁ ବନ୍ଦ କରିବା ପାଇଁ ଫଳି ମଧ୍ୟରେ ଲମ୍ୱଭାବରେ ଗଳା ଯାଇଥିବା ବତା ବା ବାଉଁଶ (୪୫: ) ଉଦର, ଓଦର ବା ରୂଦ୍ର— ଧାନ ଆଦି ପଦାର୍ଥ ଶଗଡ଼ରେ ବୁହାଯିବା ପାଇଁ ବାଉଁଶ ପାତିଆରେ ବୁଣା ହୋଇଥିବା ବଡ଼ ଓ ଲମ୍ୱ ଟୋକାଇ (୪୬: ) ତାଟ (ଟି) ବା ଛପର (ରା)—ମନୁଷ୍ୟ ବସିବା ପାଇଁ ଶଗଡ଼ ଉପରେ ସଂଲଗ୍ନ କରାଯିବା ବୃତ୍ତାକାର ଛାୟା ଏହା ତଳପତ୍ର କିମ୍ୱା ବାଉଁଶପାତିଆ, ଅଥବା ତଲେଇରେ ନିର୍ମିତ ହୁଏ (୪୬: ) ନୋଥରି—ଶଗଡ଼ ଉପରେ ତାଟିକୁ ବାନ୍ଧିବା ନିମନ୍ତେ ବ୍ୟବହୃତ କାଠର ବା ବାଉଁଶର ଫର୍ମା (୪୮: ) ନୋଥରି ପଟା—ନୋଥରିର ନିମ୍ନତମ ଅଂଶରେ କାଠ, ଯାହା ଶଗଡ଼ର ଦଣ୍ଡା ଉପରେ ବସା ଯାଇ ଥାଏ (୪୯: ) ଉଦର (ଓଦର, ରୁଦ) ଶଗଡ଼— ଯେଉଁ ଶଗଡ଼ ଉପରେ ଜିନିଷ ପତ୍ର ବୋହିବା ପାଇଁ ରୁଦ ବା ଲମ୍ୱ ଟୋକାଇ ରଖା ଯାଇଥାଏ (୫) ତାଟ (ତାଟି, ଛପର, ଛପରା) ଶଗଡ଼—ଯେଉଁ ଶଗଡ଼ ଉପରେ ଅଚ୍ଛାଦନ ଥାଏ (୫୧: ) ଏକବଳଦିଆ ଶଗଡ଼— ଯେଉଁ ଶଗଡ଼ରେ ଗୋଟିଏ ବଳଦ ବା ଘୋଡ଼ା ଲାଗିଥାଏ

ଗଞ୍ଜାମ ଅଞ୍ଚଳରେ ବାଣ୍ଡିବା ବାଣ୍ଡି ଶଗଡ଼ ଓ ଝଟକା ନାମରେ ଅଭିହତ ହୁଏ ଉତ୍ତର ଭାରତରେ ଏହାର ନାମ ଏକା (୫୨: ) ଖାଲି ଶଗଡ଼—ବୋଝାଇ ହୋଇ ନ ଥିବା ଶଗଡ଼ (୫୩: ) ବୋଝାଇ ବା ଲଦଉ ଶଗଡ଼— ଯେଉଁ ଶଗଡ଼ରେ ବୋଝ ଲଦା ହୋଇଥାଏ (୫୪: ) ଉଲାର ବା ଟପାଳିଆ ଶଗଡ଼—ଯେଉଁ ଶଗଡ଼ରେ ଲଦା ହୋଇଥିବା ବୋଝର ଭାର ଅଖର ପଛ ପାଖକୁ ବେଶି ଥାଏ ଓ ଏଥିଯୋଗୁ ଶଗଡ଼ର ଆଗ ପଖ ତଳୁ ଉଠି ଯାଉଥାଏ (୫୫: ) ଦବଉ ବା ଖୁରା ଶଗଡ଼—ଯେଉଁ ଶଗଡ଼ରେ ଲଦା ହୋଇଥିବା ବୋଝର ଭାର ଅଖରେ ଆଗ ପାଖକୁ ବେଶି ଥାଏ ଓ ଏଥିପାଇଁ ଶଗଡ଼ର ଝୁରା ତଳକୁ ଦାବି ହେଉ— ଥାଏ (୫୬: ) ଗୋଟିଥା ଶଗଡ଼—ଗଡ଼ଜାତର ପାର୍ବତୀୟ ଓ ଅସମ ଭୂମି ଉପରେ ଚଳିବା ପାଇଁ ବ୍ୟବହୃତ ଏକ ପ୍ରକାର ଛୋଟ ଶଗଡ଼ ଏହାର ଚକରେ ଲାହିଆ, ପୁଟି ବା ଅର ଦିଆ ନ ଯାଇ ଗୁଡ଼ିଏ ମୋଟା ପଟାକୁ ଗୋଡ଼ିଆଶାଲକଣ୍ଟାଦ୍ୱାରା କବାଟ ପରି ସଂଲଗ୍ନ କରାଯାଏଥାଏ (୫୭: ) କେରେଞ୍ଚ ଶଗଡ଼—କାଠର ପ୍ରକୋଷ୍ଠଯୁକ୍ତ ଏକପ୍ରକାର ଗାଡ଼ି ଗଞ୍ଜାମ ଅଞ୍ଚଳରେ ଏହା ବାଣ୍ଡି ଶଗଡ଼ ନାମରେ ଅଭିହତ (୫୮: ) ଶବାରି ଶଗଡ଼—ଯେଉଁ ଗାଡିରେ ମନୁଷ୍ୟ ବସନ୍ତି କେରେଞ୍ଚ ଶଗଡ଼ ମଧ୍ୟ ନାମରେ ଅଭିହିତ ହୁଏ (୫୯: ) ଭଡ଼ା ଶଗଡ଼—ଯେଉଁ ଗାଡି କେରେୟାରେ ବୁହାଯାଏ]