ଶଗଡ଼ିଆ ପଶିଲେ (ଆସିଲେ) ମୂଣ୍ଡବୋଝିଆ ପଳାନ୍ତି
ଶଗଡ଼ିଆ ପଶିଲେ (ଆସିଲେ) ମୂଣ୍ଡବୋଝିଆ ପଳାନ୍ତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
କୌଣସି କାର୍ଯ୍ୟ ପାଇଁ ଯୋଗ୍ୟ ବ୍ୟକ୍ତି ପହଞ୍ଚିଲେ ପୂର୍ବ— ନିଯୁକ୍ତ ଅପେକ୍ଷାକୃତ ଆଯୋଗ୍ୟ ବ୍ୟକ୍ତିମାନେ ସେ କ୍ଷେତ୍ରରୁ ବିଦାୟ ଗ୍ରହଣ କରନ୍ତି—ଏପରି ସ୍ଥାଳରେ ଲକ୍ଷଣାର୍ଥରେ ଏ ପ୍ରବଚନ ବାକ୍ୟଟି ବ୍ୟବହୃତ ହୁଏ A sentence used to mean-Less useful people give place to more useful people.
[ଦ୍ରଷ୍ଟବ୍ୟ —ମୁଣ୍ଡରେ ବୋଝଦ୍ୱାରା ଅଳ୍ପ ପରିମିତ ପଦାର୍ଥ ନେବା ଆଣିବା କରାଯାଇ ପାରେ କିନ୍ତୁ ଶଗଡ଼ଦ୍ୱାରା ବହୁତ ପଦାର୍ଥ ବିହାଯାଏ ଏଥିପାଇଁ କୌଣସି ପଦାର୍ଥକୁ ସ୍ଥାନାନ୍ତରକୁ ବୁହାଇବାକୁ ହେଲେ ଲୋକେ ମୁଣ୍ଡବୋଝିଆଙ୍କ ଅପେକ୍ଷା ଶଗଡ଼ିଆଙ୍କୁ ଅଧିକ ପସନ୍ଦ କରନ୍ତି କୌଣସି ପଦାର୍ଥକୁ ବୁହାଇବା ଆଗରୁ ମୁଣ୍ଡ ବୋଝିଆଙ୍କଦ୍ୱାରା କାମ ଚଳୁଥିବା ସ୍ଥାନରେ ଯଦି ଶଗଡ଼ିଆମାନେ ଉପସ୍ଥିତ ହୁଅନ୍ତି, ତେବେ ଲୋକେ ମୁଣ୍ଡ ବୋଝିଆଙ୍କୁ ଆଉ ନିଯୁକ୍ତ ନ କରି ଶଗଡ଼ିଆଙ୍କଦ୍ୱାରା ଉକ୍ତ କାର୍ଯ୍ୟ କରାନ୍ତି ଏଥିପାଇଁ ମୁଣ୍ଡବୋଝିଆମାନେ ସେଠାରେ ଜୀବିକା ନିର୍ବାହର ଉପାୟ ନ ଦେଖି ସେ ସ୍ଥାନ ପରିତ୍ୟାଗ କରନ୍ତି ଏହି ପ୍ରକାରେ ଆମ ଦେଶରେ ରେଳ ପହଞ୍ଚିବାରୁ ଶଗଡ଼ିଆଙ୍କର ଦାନା ମଲା]