ଶଙ୍କରାନନ୍ଦ ମଠ
ଶଙ୍କରାନନ୍ଦ ମଠ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୁରୀ ପ୍ରତିଷ୍ଠିତ ଭୋଗବର୍ଦ୍ଧନ ମଠ — Bhogabarddhana math established at Puri.
[ଦ୍ରଷ୍ଟବ୍ୟ —ବ୍ରହ୍ମଚାରୀ ବାଳବ୍ରହ୍ମନନ୍ଦ ସରସ୍ୱତୀ ନାମରେ ଜଣେ ବ୍ରହ୍ମଚାରୀ ଓଡ଼ିଶାରେ ରାଜା ଅନଙ୍ଗଭୀମଦେବଙ୍କ ଅମଳରେ ପୁରୀରେ ଗୋଟିଏ ମଠ ସ୍ଥାପନ କରି ତାହାକୁ ନିଜର ଶିଷ୍ୟ ଶଙ୍କରାନଦଙ୍କ ତତ୍ତ୍ୱାବଧାନରେ ଛାଡ଼ି ଦେଇଥିଲେ ଉକ୍ତ ଶିଷ୍ୟଙ୍କର ନାମାନୁସାରେ ତହିଁର ନାମ 'ଶଙ୍କରାନନ୍ଦ ମଠ' ହୋଇଅଛି ଅଦ୍ୟାପି ଏହା ସେହି ନାମରେ ପରିଚିତ ଶ୍ରୀମଦ୍ଭାଗବତର ପ୍ରସିଦ୍ଧ ଟୀକାକାର ଶ୍ରୀଧର ସ୍ୱାମୀ ଏହି ଶଙ୍କରନନ୍ଦ ମଠ ବା ଭୋଗବର୍ଦ୍ଧନ ମଠର ଶିଷ୍ୟ ଗଙ୍ଗବଂଶା— ବତଂଶ ଅନଙ୍ଗଭୀମ ନରେଶଙ୍କ ରାଜତ୍ୱକାଳରେ ପୁନର୍ନବ— ପତିଷ୍ଠିତ ଶ୍ରୀ ଜଗନ୍ନାଥଦେବଙ୍କର ବୈଧ ଅର୍ଚ୍ଚନା ବିଧି ପର୍ଯ୍ୟବେକ୍ଷଣ ନିମନ୍ତେ ଉପଯୁକ୍ତ ନୈଷ୍ଠିକ ବ୍ରହ୍ମଚାରୀଙ୍କର ଅଭାବ ପରିଲକ୍ଷିତ ହେବାରୁ ପରମ ଭାଗବତ ଉତ୍କଳ ଧରାଧିପ ଅନଙ୍ଗଭୀମ ଚିନ୍ତାକୁଳ ହେଲେ ସୁତରାଂ ଭକ୍ତଚିନ୍ତାମଣିଙ୍କର ସ୍ୱପ୍ନାଦେଶରେ ନୃପଶିରୋମଣି ଶୃଙ୍ଗେରୀ ସରସ୍ୱତୀ ପୀଠରୁ— ଆବତ ଭଗବଦ୍ଦଶନାଭିଳାଷୀ ପରମନୈଷ୍ଠିକ ବାଳବହ୍ମାନନ୍ଦ ସରସ୍ୱତୀଙ୍କୁ ଦର୍ଶନକରି କୃତାର୍ଥ ହୋଇ ଜଗନ୍ନାଥମନ୍ଦିରର ତାବତୀୟ ଭାର ତାହାଙ୍କଠାରେ ଅର୍ପଣ କଲେ ଅନନ୍ତର ତଚ୍ଛିଷ୍ୟ ଶ୍ରୀ ଶଙ୍କରାନନ୍ଦ ସରସ୍ୱତୀ ଜ୍ଞାନବିଜ୍ଞାନରେ ତଥା ନିଷ୍ଠାନିୟମସମାଧିରେ ଅନନ୍ୟସାଧରଣ ହୋଇ ଭୋଗବର୍ଦ୍ଧନ ସ୍ୱନାମ ପ୍ରସିଦ୍ଧ ଶଙ୍କରାନନ୍ଦ ପୀଠର ପତିଭୂ ରୂପେ ଭୂବନେଶ୍ୱର ପ୍ରତିଷ୍ଠିତ କୋଟି ଲିଙ୍ଗଙ୍କର ସମସ୍ତ ସୁପରିଚାଳନା ବ୍ୟବସ୍ଥା— ଦାୟିତ୍ୱ ଲାଭ କଲେ କ୍ରମେ ଶ୍ରୀକ୍ଷେତ୍ରସ୍ଥ ଶ୍ରୀ ଲୋକନାଥ ମନ୍ଦିରାଧିକାର ଏବଂ ପାର୍ବତ୍ୟଞ୍ଚଳୀୟ କପିଳାସ କ୍ଷେତ୍ରାଦିର ଅଧିକାର ଶଙ୍କରାନନ୍ଦ ମଠାଧିକୃତ ହେଲା ସ୍ଥୂଳତଃ ଉତ୍କଳ ପ୍ରଦେଶସ୍ଥ ତାବତୀୟ ବିଶିଷ୍ଟ ହରିହର କ୍ଷେତ୍ର ଶଙ୍କରାନନ୍ଦ ମଠାଧୀନ ହେଲା ଏବଂ ତାହା ଅଦ୍ୟାପି ଅକ୍ଷୂର୍ଣ୍ଣ ରହିଆଛି ଈଦୃଶ ଖ୍ୟାତିପତିପ ତ୍ତପଭାବଶାଳୀ ଶଙ୍କରାନନ୍ଦପୀଠରେ ପ୍ରାୟ ଶତାଧିକ ମହାତ୍ମାଙ୍କର ଘଟାନ୍ତର ହୋଇଯାଇ ଅଛି ବୈକୁଣ୍ଠଗତ ପରମକୀର୍ତ୍ତିମାନ୍ ନିଷ୍ଠାପରି ସଚ୍ଚିଦାନନ୍ଦ ସରସ୍ୱତୀଙ୍କ ପରେ ରାମକୃଷ୍ଣାନ୍ଦ ଏବଂ ଶିବାନନ୍ଦଙ୍କର ତିରୋଧାନ ହୋଇ ଯାଇଅଛି ବର୍ତ୍ତମାନ ଶଙ୍କର ୧୧୮: ଶ୍ରୀ ସଚ୍ଚିଦାନନ୍ଦ ସରସ୍ୱତୀ ସ୍ୱାମିପାଦ ପ୍ରୋକ୍ତ ପୀଠରେ ଅଧୀଶରୂପେ ଅଧିଷ୍ଠିତ ହୋଇଅଛନ୍ତି]