ଶଙ୍କୁ
ଦେଖଣା
ଶଙ୍କୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଶ୍ ଧାତୁ+ଅପଦାନେ ଉ; ଯାହାଯୋଗୁ ଲୋକେ ଭୀତ ହୁଅନ୍ତି)
[ସମ୍ପାଦନା]- ୧. ମୁନିଆ ଅସ୍ତ୍ରବିଶେଷ; ତେଣ୍ଟା; ମୁନା — ୧. A pointed weapon; harpoon;
- ୨. ଶେଲ; ଛେଲ; ବର୍ଛା; ଭାଲି —୨. Spear. javelin.
- ୩. ଶଲ୍ୟ; ବାଣ —୩. Arrow; dart.
- ୪. କୀଳକ; ଖିଲ; କୀଳା; ମେଖ —୪. A peg; a stake.
- ୫. ଗୋଜଣା; ମୁନିଆବାଡ଼ି; ଶୂଳି — ୫. A pointed stake.
- ୬. ବାର ଆଙ୍ଗୁଳ ଲମ୍ୱର କାଠି; ମାପିବାରେ ବ୍ୟବହୃତ ମାପ କାଠି —୬. A rod measuring ୧୨ digits or about ୧୦ inches; a measuring rod.
- ୭. ଘଟିକାଯନ୍ତ୍ରର ସମୟ— ଜ୍ଞାପକ କଣ୍ଟା —୭. The index or hand of a timepiece; the hands of a dial.
- ୮. ସ୍ଥାଣୁ; ଥୁଣ୍ଟା ଗଛ —୮. The stump of a lopped-off tree; pollard.
- ୯. ଶିବ; ମହାଦେବ — ୯. God Ṡiba.
- ୧. ବିକ୍ରମାଦିତ୍ୟ ରାଜାଙ୍କ ସଭାରେ ନବରତ୍ନ (ପଣ୍ଡିତ) ମଧ୍ୟରୁ ଜଣେ —୧୦. Name of one of the ୯ poet-laureates or jewels of the court of king Bikramāditya
- ୧୧. (ଗଣିତ) ସଂଖ୍ୟାବିଶେଷ; ଲୀଳାବତୀ ଅନୁସାରେ ଦଶ ଲକ୍ଷ କୋଟି ସଂଖ୍ୟା; ଏକ ପଦ୍ମ (ହିନ୍ଦୀ - ଶ) —୧୧. Name of a mathematical number; ୧୦ tillions.
[ଦ୍ରଷ୍ଟବ୍ୟ —୧ ସଂଖ୍ୟା ପରେ ୧୩:ଟି ଶୂନ୍ୟ ଦେଲେ ଏ ସଂଖ୍ୟା ହେବ]
- ୧୨. ଶଙ୍କୁଚି, ମତ୍ସ୍ୟବିଶେଷ; ଶାଙ୍କୁଚିମାଛ — ୧୨. The stinging ray; the sea devil; uraria Picta.
- ୧୩. ପାପ, କଳୁଷ —୧୩. Sin,
- ୧୪. ପୁଲିଙ୍ଗ - ଚିହ୍ନ, ଲିଙ୍ଗ, ମେଢ଼୍ର ୧୪. Penis; the male organ of generation; Pudendum oirile.
- ୧୫. ଚୋର ନାମକ ଗନ୍ଧଦ୍ରବ୍ୟ; ଚୋରକ — ୧୫. A scented herb; Andropogen Aciculates.
- ୧୬. ବଳ୍ମିକ; ହୁଙ୍କ —୧୬. Ant-hill.
- ୧୭. ଭୂତ —୧୭. Ghost; goblin; gnome.
- ୧୮. ହଂସ (ହିନ୍ଦୀ - ଶ) —୧୮. A swan; gander.
- ୧୯. କନ୍ଦର୍ପ —୧୯. Cupid.
- ୨. ଶିବଙ୍କ ଅନୁଚର ଗନ୍ଧର୍ବ ବିଶେଷ —୨୦. Name of an attendant of God Ṡiba; a demigod.
- ୨୧. (+ଭାବ. ଉ) ଶଙ୍କା; ରୟ; ତ୍ରାସ —୨୧. Fear; fright; alarm.
- ୨୨. ପତ୍ରର ଶିରା —୨୨. The fibres or ridges of a leaf.
- ୨୩. ବିକ୍ରମାଦିତ୍ୟଙ୍କ ବଡ଼ ଭାଇ — ୨୩. Name of a king; elder brother of King Bikramāditya
[ଦ୍ରଷ୍ଟବ୍ୟ —ଏ ମହାରାଜ ବିକ୍ରମାଦିତ୍ୟଙ୍କ ବଡ଼ଭାଇ ଏ ପ୍ରଥମେ ରାଜା ହୋଇଥିଲେ; କିନ୍ତୁ ପରେ ଅତ୍ୟନ୍ତ ପାପାଚାରୀ ଓ ଅତ୍ୟାଚାରୀ ହୋଇ ଉଠଲେ ଓ ବିକ୍ରମାଦିତ୍ୟଙ୍କୁ ମାରି ପକାଇବାକୁ ଚେଷ୍ଟା କରି ତାଙ୍କର ହସ୍ତରେ ଶେଷରେ ନିହିତ ହେଲେ]
- ୨୪. ତ୍ରିଶଙ୍କୁ ନାମକ ରାଜା; ସୂର୍ଯ୍ୟବଂଶୀୟ ରାଜା ହରିଶ୍ଚନ୍ଦ୍ରଙ୍କ ପିତା —୨୪. Name of the father of king Harischandra of the solar dynasty of ancient Oudh.
- ୨୫. ନଖୀ ନାମକ ଗନ୍ଧଦ୍ରବ୍ୟ— (ହିନ୍ଦୀ - ଶ) ୨୫. Shell of fasciolaria.
- ୨୬. ଜୁଆ ଖେଳରେ ବାଜି (ହିନ୍ଦୀ - ଶ) —୨୬. A stake in a game at Hazad.
- ୨୭. ଉଗ୍ରସେନଙ୍କ ଏକପୁତ୍ର (ହିନ୍ଦୀ - ଶ) —୨୭. Name of son of Ugrasena.
- ୨୮. ଶୂଳ; ଅଗ ସରୁ ଓ ମୂଳ ମୋଟାଥିବା ଖୁଣ୍ଟି (ହିନ୍ଦୀ - ଶ) — ୨୮. A post with a tapering top.
- ୨୯. ବୃକ୍ଷ ଆଦିର ଭୂମିରୁ ରସ ଶୋଷିବା ଶକ୍ତି (ହିନ୍ଦୀ - ଶ) — ୨୯. The power of vegetables to draw juice from the ground.
- ୩. ଖୁଣ୍ଟି; ଛୋଟ ଖୁଣ୍ଟି (ହିନ୍ଦୀ - ଶ) —୩୦. Small pillar; post.
- ୩୧. ରାକ୍ଷାସ (ହିନ୍ଦୀ - ଶ) —୩୧. Demon
- ୩୨. ବିଷ (ହିନ୍ଦୀ - ଶ) —୩୨. Poison.
- ୩୩. ପ୍ରାଚୀନକାଳରେ ବାଦ୍ୟବିଶେଷ (ହିନ୍ଦୀ - ଶ) —୩୩. Name of an ancient musical instrument.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭୂମିକୁ ଚିହ୍ନଟ କରିବା ପାଇଁ ଭୂଇଁରେ ପୋତା ଯିବା ଖୁଣ୍ଟି —୧. A peg driven into the ground as a landmark.
- ୨. କୌଣସି ଜମି ମାପ କରି ଚିହ୍ନଟ କରିବା ପାଇଁ ସ୍ଥିର କରାଯିବା ସ୍ଥାନର କିଛି ଦୂରରେ ସ୍ଥିତ କୌଣସି ସ୍ଥାୟୀ ଚିହ୍ନ. ଯେଉଁ ଚିହ୍ନଠାରୁ ମାପ କରି ଖୋଜା ଯାଉଥିବା ଜମିକୁ ନିର୍ଣ୍ଣୟ କରାଯାଏ — ୨. A permanent object or landmark (e.g. a temple, an old tree) which is taken to be starting point of measurement to find out the identity of any plot of land.
- ୩. କୌଣସି ବସ୍ତୁକୁ ଅନ୍ୟ ବସ୍ତୁଠାରୁ ଚିହ୍ନାଇବା ପାଇଁ ତହିଁରେ ଥିବା ବିଶେଷ ଚିହ୍ମ — ୩. A distinguishing mark attached to a thing.
- ୪. ଦୁଇ ଜମିର ସୀମା ଚିହ୍ନାଇବା ପାଇଁ ଯୋତା ଯାଇଥିବା ସ୍ତମ୍ଭ ବା ପ୍ରସ୍ତରାଦି —୪. Boundary post.
- ୫. ଯେଉଁ ନିର୍ଦ୍ଦିଷ୍ଟ ଚିହ୍ନରୁ ଜମିର ମାପ ଆରମ୍ଭ କରାଯାଏ —୫. The staarting point in a surveying.