Jump to content

ଶଙ୍ଖଦାବ

ଉଇକିଅଭିଧାନ‌ରୁ

ଶଙ୍ଖଦାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଏକପ୍ରକାର ଅର୍କ, ଯହିଁରେ ଶଙ୍ଖ ମିଳେଇ ଯାଏ (ହିନ୍ଦୀ - ଶ) —A kind of acid which dissolves conch shell.

[ଦ୍ରଷ୍ଟବ୍ୟ —ଅଧସେର ହୀରାକକ୍ଷ, ଏକସେର ଲାହୋରୀ ପିଟିକିରୀ, ଏକସେର ସୈନ୍ଧବଲୁଣ, ଏକସେର ସୋରାକୁ ଚୂର୍ଣ୍ଣ କରି ବୁଟି କରି ଏଥିରୁ ରସ ବାହାର କରାଯାଏ ଏଥିର ସେବନରେ ଶୂଳ, ଗୁଳ୍ମ, ଅର୍ଶଃ, ପ୍ଳୀହା, ଉଦରରୋଗ, ଅଜୀର୍ଣ୍ଣ ଓ ବାତରୋଗ ଦୂର ହୁଏ ଏହାକୁ କାଚ ବା ଚିନିମାଟି ଶିଶିରେ ରଖିବାକୁ ହୁଏ ଏହାକୁ ସେବନ କରିବାବେଳେ ମୁହଁରେ ଘିଅ ଲଗାଇବା ଦରକାର ନଚେତ୍ ଜିଭର ଓ ଦାନ୍ତର ହାନିହୁଏ—ହିନ୍ଦୀ - ଶ]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯହିଁରେ ଶଙ୍ଖ ମିଳାଇଯାଏ (ହିନ୍ଦୀ - ଶ) (କୌଣସି ରସ ବା ସାର) —(a juice or liquid) (Able to dissolve conch shell.