Jump to content

ଶଙ୍ଖିନୀ

ଉଇକିଅଭିଧାନ‌ରୁ

ଶଙ୍ଖିନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଶଙ୍ଖ+ଇନ୍=ସ୍ତ୍ରୀ. ଈ)

[ସମ୍ପାଦନା]
୧. କାମଶାସ୍ତ୍ର ଅନୁସାରେ ଚାରିଜାତି ମଧ୍ୟରୁ ଏକ ଜାତୀୟା ସ୍ତ୍ରୀ — ୧. One of the ୪ classes of females classified according to the Hindu erotic works.

[ଦ୍ରଷ୍ଟବ୍ୟ —ଚାରିଜାତିର ସ୍ତ୍ରୀ ଯଥା— ପଦ୍ମଦ୍ମିନୀଚ୍ରିଣୀ, ଶଙ୍ଖିନୀ, ହସ୍ତିନୀ, ନାତିକୃପା, କୋବିଦା, ସଲୋମ ଶରୀର ବିଶିଷ୍ଟା, କୋପନ ସ୍ୱଭାବ ଓ ରତିସମୁତ୍ ସୁକା, କ୍ଷାର ଗନ୍ଧଯୁକ୍ତା, ବୃହତ୍ ନେତ୍ରବିଶିଷ୍ଟା, ଲଜ୍ଜା ଓ ଶଙ୍କା ରହିତା ଓ ଅଧୀରା ପୁରୁଷମାନେ ମଧ୍ୟ ହିନ୍ଦୁଶାସ୍ତ୍ରକାରମାନଙ୍କଦ୍ୱାରା ଚାରି ଶ୍ରେଣୀରେ ବିଭକ୍ତ ଯଥା—ଶଶ, ମୃଗ, ବୃକ୍ଷ ଓ ଅଶ୍ୱ ଏହା ମଧ୍ୟରୁ ବୃକ୍ଷ ଜାତୀୟ ପୁରୁଷ ଶିଙ୍ଗନୀଜାତୀୟ ସ୍ତ୍ରୀର ଉପଯୁକ୍ତ ସହଚର ବା ସ୍ୱାମୀ ବୋଲି କାମଶାସ୍ତ୍ରରେ ଲିଖିତ ହୋଇଅଛି ଶଙ୍ଖିନୀ ଜାତୀୟ ସ୍ତ୍ରୀର ଲକ୍ଷଣଃ— ଦୀର୍ଘାତିଦୀର୍ଘ ନୟନା ତରସୁନ୍ଦରୀ ସା କାମୋପଭୋଗରସକା ଗୁଣଶୀଳଯୁକ୍ତା ରେଖାତ୍ରୟେଣ ଚ ବିଭୂଷିତ କଣ୍ଠଦେଶା ସମ୍ଭୋଗ କେଳିରସିକା କିଳ ଶଙ୍ଖିନୀ ସା ଶଶକେ ପଦ୍ମିନୀ ତୁଷ୍ଟା, ଚିତ୍ରଣୀ ରମତେ ମୃଗମ୍ ବୃକ୍ଷଭେ ଶଙ୍ଖିନୀ ତୁଷ୍ଟା ହସ୍ତିନୀ ରମତେ ହୟଂ ପଦ୍ମିନୀ ପଦ୍ମଗନ୍ଧା ଚ ମୀନଗନ୍ଧା ଚ ଚିତ୍ରଣୀ ଶଙ୍ଖିନୀ କ୍ଷାରଗନ୍ଧାସ୍ୟାତ୍ ମଦଗନ୍ଧାଚ ହସ୍ତିନୀ ବିଶ୍ୱକୋଷ ଉଦ୍ଧୃତ ରସମଞ୍ଜରୀ]

୨. ଉପଦେବତା ବିଶେଷ; ଡାକିନୀଙ୍କ ପରି ଦୁଷ୍ଟ ଉପ— ଦେବତା —୨. Female goblin; a class of wicked demigod or ghost.

[ଦ୍ରଷ୍ଟବ୍ୟ — ଏମାନେ ରାତିରେ ନିର୍ଜନ ପ୍ରାନ୍ତର ଓ ବୃକ୍ଷତଳେ ଶୋଇ— ଥିବା ଏକାକୀ ପଥିକର ଶଙ୍ଖି ଚିପି ରକ୍ତ ପିଅନ୍ତି ବୋଲି ପ୍ରବାଦ ଅଛି ଏମାନେ ସଧବା ନାରୀର ପ୍ରେତ ବୋଲି ଲୋକ—ବିଶ୍ୱସ ଉପଦେବତା ଶାହାଡ଼ା ଗଛରେ ବାସ କରନ୍ତି ବୋଲି ଶାସ୍ତ୍ରରେ ଲିଖିତ ଅଛି; ଏଥିପାଇଁ ଶାହା଼ଡ଼ା ଗଛକୁ ଶଙ୍ଖିନୀବାସ ବୋଲାଯାଏ]

୩. (ବୈଦ୍ୟକ) ଚୋର ପୁଷ୍ପୀ; ଗୁଗୁଚିଆ —୩. A sort of herb; lone thorn.
୪. [[ (ବୈଦିକ) ବିରାତ ବା ଯବତିକ୍ତା, ଶ୍ୱେତ ବନବନା; ଭୂଇଁ ନିମ୍ୱ; ଏକପ୍ରକାର ବର୍ଷାୟୁଃ ବନ୍ୟ ଶାକ (ଏହାର ଫୁଲ ଧଳା ହୋଇଥିବା ହେତୁ ଏପରି ନାମକରଣ ହୋଇଅଛି) ଭଦ୍ରତିକ୍ତା ]] (ଦେଖ) - —୪. Andrographis

[ଦ୍ରଷ୍ଟବ୍ୟ —ଏହାର ଲତା ଓ ଫଳ ଶିବ ଲିଙ୍ଗୀ (ସଂସ୍କୃତ - ଶିବ ବଲ୍ଲୀ, ଲିଙ୍ଗିନୀ) ପରି; ଶିବଲିଙ୍ଗର ଫଳ ଉପରେ ଧଳା ବିନ୍ଦୁ ମାନ ଥାଏ; ଶଙ୍ଖିନୀ ଫଳ ଉପରେ ଏହା ନ ଥାଏ ଏଥିରେ ବୀଜ ଶଙ୍ଖ ପରି ବୀଜରୁ ତେଲ ବାହାରେ; ଏହା ବୈଦ୍ୟକ ମତରେ ସ୍ନିଗ୍ଧ, କୁଟ, ଗୁରୁ, ତୀକ୍ଷ୍ଣ, ଉଷ୍ଣ, ଅଗ୍ନିଦୀପକ, ବଳକର, ରୁଚିକାରୀ, ଓ ବିଷଦୋଷ, ଆମ— ଦୋଷ, କ୍ଷୟ, ରୁଧର ବିକାର, ଉଦର ଦୋଷ ଆଦିର ଶାନ୍ତକର ହିନ୍ଦୀ - ଶ.]

୫. (ବେଦ୍ୟକ) ଶ୍ୱେତ ପୁନ୍ନାଗ — ୫. A species of Alexandrian laurel.
୬. ବୈଦ୍ଧମାନଙ୍କ ପୂଜିତ ଶକ୍ତି ବିଶେଷ (ହିନ୍ଦୀ - ଶ) — ୬. A female Deity worshipped by the Buddhists.
୭. ଶରୀରସ୍ଥ ଦଶ ନାଡ଼ି ମଧ୍ୟରୁ ଗୋଟିଏ ନାଡ଼ି—(ଦଶନାଡ଼ି ତଳେ ନୋଟ ଦେଖ)— ଗୃହ୍ୟଦ୍ୱାରର ନାଡ଼ୀ —୭. The vein near the anus.
୮. ମୁହଁରେ ନାଡ଼ି (ହିନ୍ଦୀ - ଶ) —୮. Vein of the face or mouth.
୯. ଶିପ —୯. Bivalve shell
୧. ଅପ୍ସରୋବିଶେଷ (ହିନ୍ଦୀ - ଶ) ୧୦. Name a heavenly nymphs.
୧୧. ତୀର୍ଥ ବିଶେଷ; ଶଙ୍ଖ ତୀର୍ଥ (ଦେଖ) - —୧୧. Ṡaṅkha tīrtha (See)
୧୨. ଶଙ୍ଖ ପୁଷ୍ପୀ (ଦେଖ) - (ହିନ୍ଦୀ - ଶ.) — ୧୨. Ṡaṅkhapushpī (See)
୧୩. ଚୋରପୁଷ୍ପୀ; ଗୁଗୁଚିଆ (ବିଶ୍ୱକୋଷ) —୧୩. Anropogen Aciculatus.
୧୪. ଚର୍ମକଷା (ବିଶ୍ୱକୋଷ); ମାଂସ— ରୋହଣୀ —୧୪. Red wood tree; Soymida Febrifuga.
୧୫. ଶ୍ୱେତ ଅପରାଜିତା (ବିଶ୍ୱକୋଷ) —୧୫. The white flowered variety of Clitoria Terratia creeper.
୧୬. ଶ୍ୱେତ— ବୃନ୍ଦା (ବିଶ୍ୱକୋଷ) —୧୬. Name of a plant.
୧୭. ଶ୍ୱେତ ଚୂକ୍ରା (ବିଶ୍ୱକୋଷ) —୧୭. The white variety of Bladder dock.

ସଂସ୍କୃତ - ବିଶେଷଣ - ସ୍ତ୍ରୀ— (ଶଙ୍ଖିନ୍+ସ୍ତ୍ରୀ. ଈ)

[ସମ୍ପାଦନା]

ଶଙ୍ଖଧାରିଣୀ —(a female) Holding a conch.