Jump to content

ଶଙ୍ଖୁଡ଼ି

ଉଇକିଅଭିଧାନ‌ରୁ

ଶଙ୍ଖୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଙ୍କର; ସଂସ୍କୃତ, ସଙ୍କାର=ଅବର୍ଜନା କିମ୍ୱା ସାକ୍ଷାର=ଲବଣ ମିଶ୍ରିତ)

[ସମ୍ପାଦନା]
୧. ଜଳପକ୍ୱ ଖାଦ୍ୟ — ୧. Any food boiled in water (e.g. rice, curry etc.)

(ଯଥା—ଭାତ, ଡାଲି, ତିଅଣ, ଜଳ— ପକ୍ୱ ପଠା)

୨. ଉତ୍କୃଷ୍ଟ ଖାଦ୍ୟ —୨. Part of any food left after having been tasted or partaken of.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଜଳଦ୍ୱାରା ପକ୍ୱ ହୋଇଥିବା (ଖାଦ୍ୟ) —୧. (food) Boiled with water.
୨. ଉତ୍କୃଷ୍ଟ (ଖାଦ୍ୟ) —୨. (food) Already tasted and left.

[ଦ୍ରଷ୍ଟବ୍ୟ —ସାଧାରଣତଃ ଜଳରେ ସିଦ୍ଧ ଖାଦ୍ୟକୁ ଶଙ୍ଖୁଡ଼ି ଓ ଜଳରେ ସିଦ୍ଧ ହୋଇ ନ ଥିବା ଏବଂ ଘୃତ ଓ ତୈଳରେ ପକ୍ୱ ହୋଇଥିବା ଖାଦ୍ୟକୁ ନିଶଙ୍ଖୁଡ଼ି ବୋଲାଯାଏ ଉଦାହରଣ ସ୍ୱରୂପ ଭାତ, ଡାଲି, ତିଅଣ, ମଣ୍ଡା, ଏଣ୍ଡୁରି, ଚକୁଳି, ଚାଉଳର ଖିରି ଆଦି

ଶଙ୍ଖୁଡ଼ି ଓ ମିଠାଇ, କାକରା, ପିଠା, ଆରିଷା, ଗହମ ଖିରି, ଚୂଡ଼ାଭଜା, ଗହମ ତିଆରି ଘୃତପକ୍ୱା ପିଠା, ଉଖୁଡ଼ା ଆଦି ଜଳଖିଆ ସାମଗ୍ରୀ ନିଶଙ୍ଖୁଡ଼ି ଶୁଙ୍ଖୁଡ଼ି ଜିନିଷକୁ ଅନ୍ୟ ଲୋକ ବା ଶୁଦ୍ରାଦି ଛୁଇଁ ଦେଲେ ତାହା ମାରା ହୋଇଯାଏ; କିନ୍ତୁ ନିଶଙ୍ଖୁଡ଼ି ପଦାର୍ଥରେ ସ୍ପର୍ଶ ଦୋଷ ଲାଗେ ନାହିଁ ଏ ଶଙ୍ଖୁଡ଼ି ନିଶଙ୍ଖୁଡ଼ିର ବାରଣ ସମ୍ୱନ୍ଧରେ କେତେଗୁଡ଼ିଏ ଦେଶାଚାର ମଧ୍ୟ ତଳେ ଯଥା—ଭଜା କିମ୍ୱା ତରକାରି ଲୁଣ ପଡ଼ି ରନ୍ଧା ହୋଇଥିଲେ ତାହା ଶଙ୍ଖୁଡ଼ି ହୋଇଯାଏ କିନ୍ତୁ ଲୁଣ ପଡ଼ ନ ଥିଲେ ତାହା ଶଙ୍ଖୁଡ଼ି ଥାଏ ଚାଉଳର ଓ ବିରିର ପିଠା ଶଙ୍ଖୁଡ଼ିରେ ଗଣ୍ୟ ହୁଏ; କିନ୍ତୁ ଗହମ ଅଟାର ପିଠା ଓ ରୁଟି ନିଶଙ୍ଖୁଡ଼ି ଅଟେ ଶଙ୍ଖୁଡ଼ି ପଦାର୍ଥକୁ ଖାଇବା ପୂର୍ବରୁ ବ୍ରହ୍ମଣ ଚଳୁ କରେ; କିନ୍ତୁ ନିଶଙ୍ଖୁଡ଼ି ଖାଦ୍ୟ ପାଇଁ ଚଳୁ କରିବା ଦରକାର ହୁଏ ନାହିଁ ଶଙ୍ଖୁଡ଼ି ହେଉ ବା ନିଶଙ୍ଖୁଡ଼ି ହେଉ, କୌଣସି ଖାଦ୍ୟକୁ ଜଣେ ବ୍ୟକ୍ତି ଖାଇଲେ ଅବଶିଷ୍ଟ ଖାଦ୍ୟ ଅଇଁଠା (ଉତ୍କୃଷ୍ଟ) ହୁଏ କିନ୍ତୁ ଶଙ୍ଖୁଡ଼ି ପଦାର୍ଥ ଅଇଁଠା ହେବାର ନିୟମ ବଡ଼ କଡ଼ା ଶଙ୍ଖୁଡ଼ି ପଦାର୍ଥକୁ ଇତର ଜାତୀୟ ବ୍ୟକ୍ତି ଛୁଇଁ ଦେଲେ ତାହା ଖାଇ ଯୋଗାଏ ନାହିଁ; କିନ୍ତୁ ନିଶଙ୍ଖୁଡ଼ି ପଦାର୍ଥ ସମ୍ୱନ୍ଧରେ ତେତେ କଡ଼ା ନିୟମ ପ୍ରତିପାଳିତ ହୁଏ ନାହିଁ; ନିଶଙ୍ଖୁଡ଼ି ପଦାର୍ଥକୁ ଇତର ବ୍ୟକ୍ତି ଛୁଇଁଲେ ତାହା ମାରା ବା ଅଖାଦ୍ୟ ହୁଏ ନାହିଁ ସମ୍ଭବତଃ ଲବଣ (କ୍ଷାର) ମିଶାଯାଇ ପକ୍ୱ ହୋଇଥିବା (ସାକ୍ଷର) ଖାଦ୍ୟକୁ ନୀଚତର ଜାତିର ଲୋକ ଛୁଇଁଲେ ତାହା ମାରାହେବାର ରୀତିରୁ ଏ ଶଙ୍ଖୁଡ଼ି ଶବ୍ଦର ଉତ୍ପତ୍ତି ହୋଇଅଛି ହିନ୍ଦୁସ୍ଥାନୀ ଓ ମାରବାଜଡ଼ୀଙ୍କ ଦୃଷ୍ଟିରେ 'ରୁଟି' ମଧ୍ୟ ଶଙ୍ଖୁଡ଼ି ରୂପେ ଗଣ୍ୟ; କିନ୍ତୁ ଓଡ଼ିଶାରେ 'ରୁଟି' ନିଶଙ୍ଖୁଡ଼ି ରୂପେ ଗଣ୍ୟ; 'ଶଙ୍ଖୁଡ଼ି' ବସ୍ତୁ ସ୍ପର୍ଶ ଦୋଷ ଦୂଷିତ ହୁଏ, କିନ୍ତୁ 'ନିଶଙ୍ଖୁଡ଼ିରେ' ସ୍ପର୍ଶ ଦୋଷ ଲାଗେ ନାହିଁ]