Jump to content

ଶଙ୍ଖୁଳିବା

ଉଇକିଅଭିଧାନ‌ରୁ

ଶଙ୍ଖୁଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଶଙ୍ଖୁଳା ଯି[ହେ]ବା—କର୍ମବାଚ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଶଙ୍ଖ; ଶଙ୍ଖୁଳା ବୋଝ ସଙ୍ଗେ ଶଙ୍ଖୁଆ ଯାଉ ଥିବାରୁ)

[ସମ୍ପାଦନା]
୧. ବନ୍ଧୁ ବାନ୍ଧବମାନଙ୍କୁ ବିଶେଷ ଉତ୍ସବାଦି ଉପଲକ୍ଷରେ ନିମନ୍ତ୍ରଣ କରିବା —୧. To send formal invitations to relatives on special festive occasions.
୨. ଝିଅ ଜୋଇଁ ପ୍ରଭୃତିଙ୍କ ନିକଟକୁ ଶଙ୍ଖୁଳା ବୋଝ ପଠାଇବା — ୨. To Send formal presents to the son-in-law and daughter.
୩. କୌଣସି ବନ୍ଧୁଙ୍କର କୁଶଳ ସଂବାଦ ବୁଝିବା ବା ତତ୍ତ୍ୱ ନେବା —୩. To make enquiries about the health of one's relative or friend.

(ଉ—ପାଣ୍ଡବେ ଦୁର୍ଯ୍ୟୋଧନ ଜାନୁକୁ ଭାଙ୍ଗିଲେ, ଧୃତରାଷ୍ଟ୍ର ନୃପଙ୍କୁ ଶଙ୍ଖୋଳି ବାହାରିଲେ କୃଷ୍ଣସିଂହ. ମହାଭାରତ. ଆଦି ପର୍ବ)

[ଦ୍ରଷ୍ଟବ୍ୟ —ବନ୍ଧୁ ଓ ସୃହତ୍ମାନଙ୍କୁ ନିଜେ ଯାଇ ବା ଲୋକ ପଠାଇ ଶଙ୍ଖୁଳିବାକୁ ହୁଏ]

୪. ଖୋଜିବା; ଲୋଡ଼ିବା —To search after; to seek.

(ଉ— ତେଣୁ ସେ ସ୍ୱାମୀକି ଶଙ୍ଖୁଳେ, ତା ଯୋଗ୍ୟବର ନାହିଁମିଳେ ଜଗନ୍ନାଥ ଭାଗବତ)