Jump to content

ଶଙ୍ଖ ମର୍ମର

ଉଇକିଅଭିଧାନ‌ରୁ

ଶଙ୍ଖ ମର୍ମର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ସଂଗ୍ମର୍ମର; ଫା ସଂଗ୍=ପଥର+ଆରବୀ - ମର୍ମର; କିମ୍ୱାସଂସ୍କୃତ - ଶଙ୍ଖ+ଇ ମାର୍ବଳ; ତୁଳ. ଲାଟିନ, ମାର୍ମୋରସ୍; ଗ୍ରୀକ୍. ମାର୍ମାରସ୍; ପ୍ରେଞ୍ଚ ମାର୍ବାରେ; ତୁଳ. ଇଂରାଜୀ - ମାର୍ବ୍ଳେ; ଇ. ମାର୍ମୋରିଆନ୍=ମାର୍ବ୍ଳପ୍ରସ୍ତର ନିର୍ମିତ)

[ସମ୍ପାଦନା]

ଧଳା ମାର୍ବାଲ୍ପଥର—(ଏହା ଶଙ୍ଖତୁଲ୍ୟ ଶ୍ୱେତ ବର୍ଣ୍ଣ ମାର୍ବଲ ଥିବାରୁ) White marble calcium carbonate.

[ଦ୍ରଷ୍ଟବ୍ୟ —ଭାରତରେ ଜୟପୁର ରାଜ୍ୟ, ଆଜମୀର, କଷନଗଡ଼, ଯୋଧପୁର ଓ ମଧ୍ୟପ୍ରଦେଶର ଜବଲ ପୁରରେ ଏ ପଥରର ଖଣି ଓ ପାହାଡ଼ମାନ ଅଛି ଶଙ୍ଖ ମର୍ମର ପଥର ଏକପ୍ରକାର ଚୂନମିଶା କନ୍ଦା ପଥର (lime stone) ଏଥିରେ କାଲ୍ସିଅମ୍ (calcium) ନାମକ ମୌଳିକ ବସ୍ତୁ ବେଶି ପରିମାଣରେ ଥାଏ ଏହା ଖୁବ୍ ପାଲିସ୍ ହୁଏ ଓ ଏଥିରେ ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇପାରେ ଧଳା, କଳା, ହଳଦିଆ, ନାଲି ଓ ଶାଗୁଆ, ଏପରି ନାନାବର୍ଣ୍ଣର ଶଙ୍ଖ ମର୍ମର ପଥର ପାହାଡ଼ରୁ ଓ ଖଣିରୁ ମିଳେ ଏକ ପ୍ରକାର ମର୍ମର (shell marble) ପଥରରେ ଶଙ୍ଖ (shell)ର ଅଂଶ ଥାଏ ମର୍ମର ବା ମାର୍ବଲ ପଥରରେ ମୂର୍ତ୍ତି, ଟାଇଲ୍, କାକସ, ଚଉକି, ଟେବୁଲ ଆଦି ହୁଏ]