ଶଜନା
ଦେଖଣା
ଶଜନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶୋଭାଞ୍ଜନ)
[ସମ୍ପାଦନା]ନାତିଦୀର୍ଘ ଗ୍ରାମ୍ୟ ଶାକତରୁ ବିଶେଷ —The drumstick plant; the horse radish; Hyparanthera Moringa; Moringa Pterygosperma.
[ଦ୍ରଷ୍ଟବ୍ୟ — ଏହି ଗଛର କାଠ ଧଳା ଓ ଲଘୁ, ଡାଳ ମସ୍କା; ଗଛରୁ ଅଠା ବାହାରେ ପତ୍ର ବହୁ— ପର୍ଣ୍ଣ; ଫଳ (ଛୁଇଁ)ର ମଧ୍ୟରେ ପକ୍ଷଯୁକ୍ତ ତ୍ରିକୋଣବୀଜ ଥାଏ ଏହାର ପତ୍ର, ଛୁଇଁ ଓ ଫଳକୁ ଲୋକ ଖାଆନ୍ତି ଏହାର ମୂଳ ରାଗୁଆ ଓ ଔଷଧରେ ବ୍ୟବହାର ହୁଏ ଏଥିରେ ଛାଲ ମଧ୍ୟ ଔଷଧରେ ଲାଗେ ଛୁଇଁ ରୋଗୀର ପଥ୍ୟ ଓ ରୋଚକ ଡାଳ ପୋତିଲେ ଗଛ ହୁଏ ଗଛ ମୂଳେ ପାଉଁଶ
କୁଢ଼ାଇଲେ ଗଛରେ ଶୁଆଁବାଳି ପୋକ ଲାଗନ୍ତି ନାହିଁ ପ୍ରତିବର୍ଷ ଏ ଗଛର ଗଣ୍ଡିରେ ଓ ଡାଳରେ ଶୁଆଁବାଳି ପୋକ ବ୍ୟାପିଯାଇ ଓ ଗଛର ପତ୍ରଯାକ ଖାଇଯାନ୍ତି ଏ ଛୁଇଁର ମଞ୍ଜିରୁ ଏକପ୍ରକାର ତୈଳ (Ben oil) ବିଲାତିରେ ପ୍ରସ୍ତୁତ ହୋଇ ଘଣାରେ କଳ ଆଦିରେ ଦିଆଯାଏ ଡାଳ ପୋତିଲେ ଯେଉଁ ଗଛ ହୁଏ, ତାହାକୁ ଶଜନା ଓ ମଞ୍ଜିରୁ ଯେଉଁ ଗଛ ହୁଏ, ତାହାକୁ ମୁଗୁନା (ବଙ୍ଗାଳୀ - ନାଜନା) ବୋଲାଯାଏ ମୁଗୁନାଛୁଇଁ ଶଜନାଛୁଇଁ ପରି ସୁସ୍ୱାଦୁ ନୁହେଁ ନୁଗୁନା ଛୁଇଁ ବାରମାସୀ ଫଳେ ଶଜନାଛୁଇଁ ଶୀତ, ବସନ୍ତ ଏ ଗ୍ରୀଷ୍ମ କାଳରେ ଫଳେ ଏ ଗଛରୁ ଗଣ୍ଡିରୁ ଏକପ୍ରକାର ଅଠା ବାହାରେ ବୈଦ୍ୟଶାସ୍ତ୍ରରେ ଶଜନା ଅଗିପ୍ରଦୀପକ ଓ ବାୟୁ, କୃମି, ବିଷ, ପ୍ଳୀହା, ଗୁଳ୍ମାଦିରେ ନାଶକ ଏହାର ମଞ୍ଜି ଚକ୍ଷୂର ହିତକର ବୈଦ୍ୟଶାସ୍ତ୍ରମତରେ ଏହା କଟୁ—ମଧୁର—ତିକ୍ତ— ରସ, କଟୁବିପାକ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ଲଘୁ, ଅଗ୍ନିଦୀପକ, ରୁଚିକର, ବିଦାରୀ, ଧାରକ, ଶୂକ୍ରବର୍ଦ୍ଧକ, ରକ୍ତପିତ୍ତ— ପ୍ରକୋପକ ଓ ଚକ୍ଷୂର ହିତକର ଏହା କଫ, ବାୟୁ, ବିଦ୍ରଧି, ଶୋଥ, କୃମି, ମେଦୋଦୋଷ, ଅପଚୀ, ବିଷ, ପ୍ଳୀହା, ଗୁଳ୍ମ, ଗଳଗଣ୍ଡ ଓ ବ୍ରଣ ପ୍ରଭୃତ ନାଶକ ଶଜନାର ବକୁଳ ଓ ପତ୍ରର ରସ ବେଦନାପ୍ରଶମକ ଶଜନାର ମଞ୍ଜି ଚକ୍ଷୂର ହିତକର, ବିଷଘ୍ନ ଓ ଅବୃଷ୍ୟ ରକ୍ତ ଶଜନା ପତ୍ରର ରସର ନାସ ନେଲେ ଶିରୋରୋଗ ଭଲ ହୁଏ ଶଜନାର ମଞ୍ଜିକୁ 'ଶ୍ୱେତ ମରିଚ' ବୋଲାଯାଏ ବୈଦ୍ୟଶାସ୍ତ୍ରମତରେ ଶ୍ୟାମସ ଶ୍ୱେତ ଓ ରକ୍ତବର୍ଣ୍ଣ ଭେଦରେ ଶଜନା ତିନି ପ୍ରକାର]