ଶଟାବଟା
ଦେଖଣା
ଶଟାବଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଠ୍ ଧାତୁ ଓ ବଣ୍ଟନ)
[ସମ୍ପାଦନା]- ୧. ଭଣ୍ଡାଭଣ୍ଡି; ଠକାଠକି —୧. Inveigling; cheating.
[ଉ—ବହିଳା କଥା ମୋ ମଣିଲା ଶଟା— ବଟା—କୃଷ୍ଣସିଂହ. ମହାଭାରତ. ସଭା]
- ୨. (ସଂସ୍କୃତ - ଶଟ୍ ଧାତୁ=ଗତି ଗରିବା ଓ ବଟ୍ ଧାତୁ= ବେଷ୍ଟନ କରିବା) ଯେନ ତେନ ପ୍ରକାରେ କୌଣସି କାର୍ଯ୍ୟରେ ସମାଧାନ —୨. Accomplishment of any matter by any means whatever.
- ୩. କୌଣସି କାର୍ଯ୍ୟକୁ ଅଳ୍ପ ବହୁତରେ ଅତି କଷ୍ଟରେ ସମାଧାନ କରିବା —୩. Accomplishment of any work anyhow i.e. with great difficulty.
- ୪. ଗୋଳମାଳ; ଜଞ୍ଜାଳ —୪. Confusion.
[ଉ—ସେ ସ୍ଥାନରେ ତ ଅଛି ଏତେ ଶଟା କଟା—କୃଷ୍ଣଂସିହ. ମହାଭାରତ. ବନ]
- ୫. ହଇରାଣ — ୫. Trouble
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ତୁଚ୍ଛ; ହେୟ — ୧. Negligible.
- ୨. ନିଷ୍କ୍ରିୟୋଜନ —୨. Unnecessary.
- ୩. ହଇରାଣିଆ —୩. Troubled.