ଶଢ଼ାଇ
ଶଢ଼ାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ -(ସଂ ଶଟ୍ ଧାତୁ ଭେଦ କରିବା; ଯାହାକୁ ଭେଦ କଲେ ନଡ଼ିଆର କୋମଳାଂଶ ପାଇବାକୁ ହୁଏ)
[ସମ୍ପାଦନା]ନଡ଼ିଆ ଫଳରେ ଖୋଳପା; ନଡ଼ିଆର କତାତଳେ ଥିବା ଓ କୋମଳାଂଶକୁ ଆବୃତ କରିଥିବା ଦୃଢ଼ ଆବରଣ —Cocoanut shell; the hard cover round the kernel of cocoanuts.
[ଦ୍ରଷ୍ଟବ୍ୟ —ଏହା ପାନପାତ୍ରରୂପେ ବ୍ୟବହୃତ ହୁଏ ଏବଂ ଏଥିରେ ବେଣ୍ଟ ଲଗାଇ ଅଣକ ରାରାଯାଏ ଆଜି କାଲି ଶଢ଼େଇଦ୍ୱାରା ଚାହା ପାତ୍ର ଓ ବୋତାମ ଆଦି ତିଆରି କରାଯାଇଅଛି ଗୋଟିଏ ନଡ଼ିଆର ଦୁଇଟି ଫାଳକୁ ଦୁଇଟି ଶଢ଼େଇ ବାହାରେ ଯହିଁରେ ଆଖି ବା ଛିଦ୍ର ଥାଏ ତାକୁ 'ଆଖି ଶଢ଼େଇ' ବା 'ମାଈ ଶଢ଼େଇ' କିମ୍ୱା 'ମୁହଁ ଶଢ଼େଇ' ବା 'ମୁଁଣ୍ଡ ଶଢ଼େଇ' ବୋଲାଯାଏ ଯହିଁରେ ଆଖି ନ ଥାଏ ତାକୁ 'ଗାଣ୍ଡି ଶଢ଼େଇ' ବା 'ଅଣ୍ଡିରା ଶଢ଼େଇ' ବୋଲାଯାଏ ମୁହଁ ଶଢ଼େଇରେ ଅଣକ ତିଆରି ହୁଏ ଓ ଗାଣ୍ଡି ଶଢ଼େଇରେ ଚାଡ଼ୁ, ପାଣି ଇତ୍ୟାଦି ତରଳ ପଦାର୍ଥ ରଖା ଯାଏ ଗୋଟିକିଆ ବା ଅଖଣ୍ଡିତ ନଡ଼ିଆ ଖୋଳ ବା ଶଢ଼େଇକୁ ଲୋକେ ତୈଳଧାର, ଗୁଣ୍ଡି ରଖିବା ପାତ୍ର, ଗୁଡ଼ାଖୁ ଖାଇବା ହୁକାର ଜଳାଧାର ରୂପେ ବ୍ୟବହାର କରନ୍ତି ଓ ତାହାକୁ କୁମ୍ପା ନାମରେ ଅଭିହତ କରନ୍ତି ଅଖଣ୍ଡ଼ିତ ନଡ଼ିଆଖୋଳରେ ମୁଣ୍ଡକୁ ଖଣ୍ଡିଏ ଛୋଟ ଚକତି କାଟି ଦେଇ ସେଥିରେ ବେଣ୍ଟ ଲଗାଇ ତାକୁ ବାବାଜୀମାନେ କମଣ୍ଡଳୁ କରନ୍ତି ଅଖଣ୍ଡିତ ବଡ଼ ଶଢ଼େଇକୁ କୁମ୍ପି ଛୋଟାକୁ କୁମ୍ପୀ ଓ ଅତି ଛୋଟହେଲେ ତାକୁ କଲୀ ବୋଲାଯାଏ କଲୀରେ ନାସ ଓ ଔଷଧ ବଟିକା ଆଦି ରଖାଯାଏ]