ଶଢ଼ିବା
ଦେଖଣା
ଶଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ସଡ଼ି[ଢ଼ି]ଯିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ଶଟ୍ ଧାତୁ=ଅହସନ୍ନ ହେବା, ଭେଦ କରିବା; ସଂସ୍କୃତ - ଶଟ=ଅମ୍ଳରସ; ଶଡ଼ା ପଦାର୍ଥ ଅମ୍ଳହୁଏ, ପ୍ରା. ସଡ଼୍ ଧାତୁ=ପଚିବା)
[ସମ୍ପାଦନା]- ୧. (ଖାଦ୍ୟାଦି) ପଚିବା; ପର୍ଯ୍ୟୁଷିତ ହେବା —୧. To rot; to fer-<? ?> decomposed.
- ୨. (କ୍ଷତ ଆଦି) ପୂପଯୁକ୍ତ ହେବା —
୨. To fester; to ranker; to be full of pus or purulent.
[ଶଡ଼ିଯିବା—ଅନ୍ୟରୂପ]
- ୩. (ଫଳ ଆଦି) ପକ୍ୱ ହେବା ପରେ ନଷ୍ଟ ଦେବା —୩. To rot (said of ripe fruits)
- ୪. (ଲକ୍ଷଣାର୍ଥ) ଅତି ଦୁଃଖ ବା କ୍ଳେଶଦ୍ୱାରା ଆକ୍ରାନ୍ତ ହେବା; କଷ୍ଟପାଇବା; ଦହଗଞ୍ଜ ହେବା —୪. To be afflicted with pain.
[ଉ—ଲୀଳାନିଧି ହେ ! ଲାଜେ ମୁଁ ଗଲିଟି ସଢ଼ି କବିସୂର୍ଯ୍ୟ. କିଶୋରୀ. ଚମ୍ପୂ, ଲ ଗୀତ]
- ୫. ଦୁଃଖରେ ଶୀର୍ଣ୍ଣ ହେବା —୫. To become emaciated through grif.
[ଉ—ଫଙ୍କି ଦେଲେ ଉଡ଼ି ଯିବା ପରି ଶଡ଼ି ଆଛିଟି ତନୁ ବଲ୍ଲରୀ କବିସୂର୍ଯ୍ୟ. କିଶୋରୀଚମ୍ପୂ]
- ୬. ନଷ୍ଟ ହେବା; ବିନାଶପ୍ରାପ୍ତ ହେବା; ୬. To be ruined.
[ଉ—ନାସ୍ତିକ ଜାତି ନରେ ଇଷ୍ଟ କଥା ଛାଡ଼ି ଅନିଷ୍ଟ କଥା କରି ଯାଆନ୍ତିଟି ଶଡ଼ି— କୃଷ୍ଣସିଂହ. ମହାଭାରତ. ବନ]
- ୭. ମୃଗ୍ଧ ହେବା; ପ୍ରୀତ ହେବା —୭. To be charmed or enamoured.
[ଉ— ତୋ ବିନୟ ବଚନେ ଗଲିଣି ମୁଁ ଶଡ଼ି କୃଷ୍ଣିସିଂହ. ମହାଭାରତ ବନ]