Jump to content

ଶଣ

ଉଇକିଅଭିଧାନ‌ରୁ

ଶଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଣଣ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଛଣପଟ —୧. The sun-hemp; flax hemp; Crotalaria Juncea

[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର କୃଷିଜାତ ଗୁଳ୍ମ ଏହାର ଗଛକୁ ପାଣିରେ ସଢ଼ାଇଲେ ଝୋଟଠାରୁ ଟାଣୁଆ ଟିକ୍କଣ ଓ ସରୁଆ ଏକ ପ୍ରକାର ତନ୍ତୁ ବାହାରେ ଏହାର ଫୁଲ ତୋଫା ହଳଦିଆ ବର୍ତ୍ତମାନ ଝୋଟର ଚାଷ ହେବାରୁ ଏହାର ଚାଷ ଜମି କମି ଯାଇଅଛି ବ୍ରାହ୍ମଣମାନଙ୍କର ଉପନୟନ ସମୟରେ ବ୍ରହ୍ମଚାରୀର ପରିଧେୟ ମେଖଳା ଏଥିରେ ପ୍ରସ୍ତୁତ ହୁଏ ଏବଂ କେଉଟ— ମାନଙ୍କର ବଡ଼ ଜାଲ ଏଥିରେ ବୁଣାଯାଏ ପୂର୍ବେ ଏଥିରେ କ୍ଷତ୍ରିୟମାନଙ୍କର ପଇତା ହେଉଥିଲା ଏ ଗଛର ପତ୍ର ଅମ୍ଳ— କଷାୟ ରସ, ବମନକାରକ, ମଳଭେଦକ, ରକ୍ତସ୍ରାବ— କାରକ ଓ ଗର୍ଭପାତିକ ଶଣର ଫୁଲ ମଳଶୋଧକ ଓ ରକ୍ତ ପିତ୍ତରେ ଉପକାରକ ଏହାର ବୀଜ ମଳଶୋଧକ ଏହାର ଛୁଇଁ ଶୁଖିଗଲେ ଏହାର ମଧ୍ୟସ୍ଥ ମଞ୍ଜି ଯୋଗୁଁ ଏହା ରଣ— ଝଣ ବାଜେ]

୨. ଗଞ୍ଜେଇ ଗଛ (ହିନ୍ଦୀ - ଶ) —୨. Indian hemp
୩. ବଣ ଛଣପଟ (ହିନ୍ଦୀ - ଶ) —୩. The wild Sun hemp; Crotalaria.