Jump to content

ଶଣ୍ଢପଛଆଡ଼

ଉଇକିଅଭିଧାନ‌ରୁ

ଶଣ୍ଢପଛଆଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ବ୍ୟଙ୍ଗ)

[ସମ୍ପାଦନା]

ବୃକ୍ଷବର ପଶ୍ଚାତ୍ଭାଗ ଅର୍ଥାତ୍ ବୃକ୍ଷଣ ବା ଅଣ୍ଡକୋଷ — (ironical) The testicle of a bull

[ଦ୍ରଷ୍ଟବ୍ୟ —ବୃକ୍ଷଭରୂପ ବାହନ ଉପରେ ବସିଥିବା ଭୋଳାନାଥଙ୍କ ଭୋଳା ପଣ ଭାଙ୍ଗି ଦେଇ ଭକ୍ତ ପ୍ରତି ତାଙ୍କ ଦୃଷ୍ଟିକୁ ଆକୃଷ୍ଟ କରାଇବା ଆଶାରେ ଭକ୍ତ ମହାଦେବ ମନ୍ଦିରକୁ ଦର୍ଶନ କରିବାକୁ ଗଲାବେଳେ ମନ୍ଦିରରେ ପ୍ରିତିଷ୍ଠତ ପାଷାଣମୟ ବୃକ୍ଷବର ପଛଆଡ଼ (ବକ୍ଷଣ)ରେ ଟିକିଏ ହାତ ଲଗାଇ ଦିଏ ଏପରି କଲେ ଷଣ୍ଢକୁ କୁତୁ କୁତୁ ଲାଗିବା ହେତୁ ସେ ଅଞ୍ଚଳ ହୋଇ ଉଠିବ ଓ ତହିଁରେ ଫଳରେ ତା ଉପରେ ବସିଥିବା ଭୋଳାନାଥଙ୍କ ଆସନ ଦୋହଲି ଯିବ ଓ ଧ୍ୟାନ ଭୋଳା ବା ନିଶା ଭୋଳ ମଧ୍ୟ ଭାଙ୍ଗିଯିବା; ବାହନ ଷଣ୍ଢର ଚଞ୍ଚଳତାର କାରଣ ନିର୍ଣ୍ଣୟ କରିବା ପାଇଁ ସେ ପଛ ଆଡ଼କୁ ଚାହିଁ ଦେଲେ ଭକ୍ତ ଉପରେ ତାଙ୍କର ଆଖି ପଡ଼ିବ ଓ ଭକ୍ତ ଏହି ସୁଯୋଗ ପାଇ ମହାଦେବଙ୍କ ଆଗରେ ଦଣ୍ଡବତ୍ ଲଟ୍କିନି ପଡ଼ି ଯାଇ ଆପଣାର ଦୁଃଖ ଜଣାଇବା, ଏହି କାଳ୍ପନିକ ଆଶାରେ ଭକ୍ତ ଶିବଲିଙ୍ଗକୁ ଦର୍ଶନ କରିବାକୁ ଯିବାବେଳେ ପ୍ରଥମେ ଷଣ୍ଢର ପଛା଼ଆଡ଼େ ହାତ ମାରି ଦେଇ ଷଣ୍ଢକୁ ଖର କରିଦିଏ ଏହା ଆଜିକାଲିର ନୁଆ କଥା ନୁହେଁ; ପାଠରେ ମଧ୍ୟ ଅଛି ଯେ, 'ବୃକ୍ଷସ୍ୟ ବୃକ୍ଷଣ ସ୍ପୃଷ୍ଟ୍ୱ ଶଙ୍କରସ୍ୟାବଲୋକନଂ']