ଶଣ୍ଢ ମହାଦେବଙ୍କର, ଗାଈ ଲହଦେବଙ୍କର, ବଳଦ ବାପୁଡ଼ା କାହାରି ନିହେଁ
ଶଣ୍ଢ ମହାଦେବଙ୍କର, ଗାଈ ଲହଦେବଙ୍କର, ବଳଦ ବାପୁଡ଼ା କାହାରି ନିହେଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
(ପ୍ରବଚନ)
[ସମ୍ପାଦନା]ବଳଦ ବିଚରାର କେହି ମୁରବି ନାହିଁ —The poor obullock has got no protector or patron.
[ଦ୍ରଷ୍ଟବ୍ୟ —ଅଣ୍ଡିରା ବାଛୁରୀର ମୁଷ୍କଚ୍ଛେଦ ଆଶାସ୍ତ୍ରୀୟ ଥିବ ବିଷୟକୁ ଲକ୍ଷ୍ୟ କରି ଏ ପ୍ରବଚନ ବ୍ୟବହୃତ ଶଣ୍ଢ ମହାଦେବଙ୍କର ବାହନ ଥିବା କଥା ଶାସ୍ତ୍ରରେ ଅଛି; ଗାଭୀ— ମାନଙ୍କର ରକ୍ଷକ କନିଷ୍ଠ ପାଣ୍ଡବ ସହଦେବ ବୋଲି ପୁରାଣରେ ବର୍ଣ୍ଣିତ ଅଛି କିନ୍ତୁ ଛନ୍ନମୁଥ ବଳଦର ସ୍ୱାମୀ ବା ରକ୍ଷକରୂପେ ଶସ୍ତ୍ର ପୁରାଣାଦିରେ କୌଣସି କାହାର ନାମୋଲ୍ଲେଖ ଦେଖାଯାଏ ନାହିଁ (କାରଣ, ଶାସ୍ତ୍ରରେ ମୁଷ୍କଚ୍ଛେଦର ବ୍ୟବସ୍ତ୍ରା ନାହିଁ) ଲୋକେ ଶଣ୍ଢ ପ୍ରତି ନିଷ୍ଠୁର ବ୍ୟବହାର କଲେ ମହାଦେବ ଖପା ହେବ, ଏବଂ ଗାଈ ପ୍ରତି ନିଷ୍ଠୁର ବ୍ୟବହାର କଲେ ସହଦେବ ଖପା ହେବେ; କିନ୍ତୁ ବଳଦକୁ ଅତିରିକ୍ତ ପରିଶ୍ରମ କରାଇଲେ କିମ୍ୱା ଯଥେଷ୍ଟ ଖାଦ୍ୟ ଓ ବିଶ୍ରାମ ନ ଦେଇ ତା ପ୍ରତି ନିଷ୍ଠୁର ବ୍ୟବହାର କଲେ ସେ ବିଚରାର ହାରିଗୁହାରି ଶୁଣିବାକୁ କେହି ନାହିଁ ଏଥିପାଇଁ ବଳଦ ବାପୁଡ଼ା ଉପରେ ତୁମେ ଯେତେ କଲମ କରିବ, କର—ଏହି ମର୍ମ ବ୍ୟଙ୍ଗଦ୍ୱାରା ଏ ପ୍ରବର୍ତ୍ତନରେ ସୁଚିତ ହୋଇଅଛି ଯେଉଁ ବ୍ୟକ୍ତିର କେହି ରକ୍ଷାକର୍ତ୍ତା ବା ଆଶ୍ରୟଦାତା ନ ଥାଏ, ତାହା ପ୍ରତି ଏ ପ୍ରବଚନ ପ୍ରୟୋଗ କରାଯାଏ]