Jump to content

ଶଣ୍ଢ ମହାଦେବଙ୍କୁ ଆଶ୍ରା କରିବା ନ୍ୟାୟ

ଉଇକିଅଭିଧାନ‌ରୁ

ଶଣ୍ଢ ମହାଦେବଙ୍କୁ ଆଶ୍ରା କରିବା ନ୍ୟାୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ନ୍ୟାୟ

[ସମ୍ପାଦନା]

ମହାଦେବଙ୍କ ପରି ବଡ଼ଲୋକର ଆଶ୍ରା କରି ବୃକ୍ଷଭର ଘାସ ଗ୍ରାସ ଛାଡ଼ ନ ହେବା ନ୍ୟାୟ —A proverb used figurative to mean that an unlucky person will not fare better even if he takes shelter under the Almighty Siba (God).

[ଦ୍ରଷ୍ଟବ୍ୟ — ବୃକ୍ଷଭ ଦେବଦେବ ମହାଦେବଙ୍କର ବାହନ ଥିବାରୁ ସେ ସ୍ୱୟଂ ମହାଦେବଙ୍କର ବିଶେଷ ଅନୁଗ୍ରହର ପାତ୍ର ଅଟେ ଯେଉଁ ଆଶୁତୋଷ ମହାଦେବ କେତେ କେତେ ଲୋକଙ୍କୁ ବର ଦେଇ ନିମେଷକ ମଧ୍ୟରେ ସେମାନଙ୍କର ଦୁଃଖଦାରିଦ୍ର୍ୟ ଦୁର କରିଅଛନ୍ତି ଓ କରି ପାରନ୍ତି, ବୃକ୍ଷର ତାଙ୍କର ବାହନ ହୋଇ ତାଙ୍କୁ ଚିଦଦିନ ଆଶ୍ରା କରି ସୁଦ୍ଧା ତାହାର କପାଳ ଦଶା ଫେରିଲା ନାହିଁ; ଅର୍ଥାତ୍ ମହାଦେବଙ୍କ ବାହନ ବୃକ୍ଷଭ କପାଳରେ ଯଏଉଁ ଘାସ ଗ୍ରାସ (ଘାସ ଖାଇ ପ୍ରାଣାଧାରଣ କରିବା) ଲେଖା ଅଛି, ତାହାକୁ ବରଦାନଦ୍ୱାରା ସ୍ୱୟଂ ମହାଦେବ ଖଣ୍ଡ ପାରି ନାହାନ୍ତି ଏହାର ତାତ୍ପର୍ଯ୍ୟ ଏହି ଯେ, ଯାହାର କର୍ମରେ କିମ୍ୱା ଭାଗ୍ୟରେ ଭଲ ଲେଖା ନାହିଁ, ସେ ବଡ଼ଲୋକଙ୍କ ଆଶ୍ରା କଲେ ସୁଦ୍ଧା ତା ଦୁର୍ଦଶା ମେଣ୍ଟଣ ହେବ ନାହିଁ] (ଉ—ଶିବେ ଆଶ୍ରା କରି ବୃକ୍ଷ, ନ ଗଲା ତା ଘାସ ଗ୍ରାସ—ଭଞ୍ଜ ପ୍ରେମସୁଧାନିଧି)