Jump to content

ଶତଘ୍ନୀ

ଉଇକିଅଭିଧାନ‌ରୁ

ଶତଘ୍ନୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ଶତଘ୍ନୀ+ସ୍ତ୍ରୀ. ଈ)

[ସମ୍ପାଦନା]

ଶତଘ୍ନର ସ୍ତ୍ରିଲିଙ୍ଗ — Feminine of ṡataghna.

ବିଶେଷ୍ୟ -

[ସମ୍ପାଦନା]
୧. ଏକକାଳୀନ ଶତ ସଂଖ୍ୟକ ସୈନ୍ୟ ବିନାଶକାରୀ ପ୍ରାଚୀନ ଭାରତର ଯୁଦ୍ଧାସ୍ତ୍ର ବିଶେଷ —୧. A missile or kind of weapon used in the wars of ancient India, resembling the modern cannon.

[ଉ—ଶତଘ୍ନୀ ଭେରୀ ଲୌହଚର୍ମ ଗଦା ଶୂଳ କୃଷ୍ଣସିଂହ. ମହାଭାରତ. ବନ]

[ଦ୍ରଷ୍ଟବ୍ୟ — ମହାଭାରତରେ ଏ ଅସ୍ତ୍ରର ଉଲ୍ଲେଖ ଅଛି ବୈଶମ୍ପାୟନୋକ୍ତ ଧନୁର୍ବେଦର ୫ମ ଅଧ୍ୟାୟରେ ଏହି ଅସ୍ତ୍ର ସମ୍ୱନ୍ଧରେ ନିମ୍ନ— ଲିଖିତ ବର୍ଣ୍ଣନା ଅଛି—ଏହା କଣ୍ଟକିତ, ଲୌହସାର— ନିର୍ମିତ, ମୁଦ୍ଗରକଳ୍ପ, କୁଦୃଢ଼ ଓ ବର୍ତ୍ତୁଳ, ଚାରିହସ୍ତ ପରିମିତ ଲମ୍ୱ, ମୁଠାଯୁକ୍ତ ଗଦାକୁ ପ୍ରୟୋଗ କାଳରେ ଯେଉଁପରି ବଲ୍ଗଣ ବା ଆସ୍ପାଳନ କରାଯାଏ, ଏହାର ବଳ୍ଗଣ ମଧ୍ୟ ତଦ୍ରୁପ ମତାନ୍ତରରେ ବଡ଼ ପଥର ବା କାଠର କୁନ୍ଦା ବା ଖୋଳରେ ବହୁତ ଗୁଳା ଓ କଣ୍ଟା ଭରତି କରି ଶତଘ୍ନୀ ତିଆରି କରା ଯାଉଥିଲା; ଏହାକୁ ଶତ୍ରୁ ଉପରକୁ ଫିଙ୍ଗା ଯାଉଥିଲା [ହିନ୍ଦୀ - ଶ.]

ମଲ୍ଲୀନାଥ ରଘୁବଂଶ (୧୨୫: )ର ଟୀକାରେ ଲୌହକଣ୍ଟକ— କୀଳିତ ଯଷ୍ଟି ବିଶେଷକୁ ଶତଘ୍ନୀ ରୂପେ ନିର୍ଦ୍ଦେଶ କରିଅଛନ୍ତି (ବିଶ୍ୱକୋଷ)]

୨. ଗଳରୋଗ ବିଶେଷ —୨. A kind of throat disease.

[ଦ୍ରଷ୍ଟବ୍ୟ —ତ୍ରିଦୋଷର ପ୍ରକୋପ ହେତୁ ଗଳା ମଧ୍ୟରେ ବର୍ତ୍ତି ସଦୃଶ କଠିନ କଣ୍ଠ— ରୋଧକାରୀ, ବେଦାନ୍ତଯୁକ୍ତ ମାଂସାଙ୍କୁର ପରିବୃତ ଶୋଥ ହୁଏ ଏହା ପ୍ରାଣନାଶକ ଅଟେ (ହିନ୍ଦୀ - ଶ.) ବିଶ୍ୱକୋଷ]

୩. ସ୍ତ୍ରୀ ବୃଶ୍ଚିକ —୩. A female scorpion.
୪. ବୃଶ୍ଚିକାଳି; ବିଛୁଆତି —୪. The stringing nettle; Fragia Involucrata.
୫. ଏକପ୍ରକାର ଘାସ—(ହିନ୍ଦୀ - ଶ.) —୫. A kind of grass.
୬. କରଞ୍ଜ (ବିଶ୍ୱକୋଷ) —୬. Pongamia Glabra (tree).