Jump to content

ଶତଦ୍ରୂ

ଉଇକିଅଭିଧାନ‌ରୁ

ଶତଦ୍ରୂ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି—(ଶତ=ବହୁ ଶାଖାରେ+ଦ୍ରୁ ଧାତୁ= ଗମନ କରିବା +କର୍ତ୍ତୃ. ଉ)

[ସମ୍ପାଦନା]

ପଞ୍ଜାବର ପଞ୍ଚନଦ ମଧ୍ୟରୁ ଏକ—

ତମ; ସିନ୍ଧୁ ନଦୀର ଶାଖା ବିଶେଷ ଶତଦ୍ରୁକା,—ବିଶ୍ୱକୋଷ The Sutlej river; a tributary of the Indus.

[ଦ୍ରଷ୍ଟବ୍ୟ —ଏହା ବାଦାବଳପୁର ମିତ୍ରରାଜ୍ୟ ଓ ଇଂରାଜ ଅଧିକୃତ ପଞ୍ଜାବ ପ୍ରଦେଶର ସୀମା ଏହା ହିମାଳୟ ପର୍ବତର ଉତ୍ତରରେ ଥିବା ମାନସ୍ ସରୋବର ପଶ୍ଚିମସ୍ଥ ରାବଣ, ହ୍ରଦରୁ ବାହାରି କିଛିଦରୁ ପଶ୍ଚିମକୁ ଯାଇ ହିମାଳୟକୁ ଭେଦ କରି ବିଳାସ ପୁର ଦେଶୀୟ ରାଜ୍ୟର ସିମିଳା ପାହାଡ଼ ପାଖ ଦେଇ ଲୁଧାଆନା ଓ ଫିରୋଜପୁର ତଥା ବାହାବଳପୁର ନଗର ବାଟେ ବହି ଚେନାବ (ବିପାସା ବା ବ୍ୟାସ) ନଦୀର ମିଳି କିଚି ଦୂର ଯାଇ ସିନ୍ଧୁ ନଦ ସଙ୍ଗେ ମିଠନ୍-କୋଟ ନାମକ ସ୍ଥାନରେ ମିଳିତ ହୋଇଅଛି ବୈଦ୍ୟଶାସ୍ତ୍ର ମତରେ ଏହି ମଦୀର ଜଳ ନିର୍ମଳ, ସୁସ୍ୱାଦ, ଶୀତଳ, ଲଘୁପାକ, ଅଗ୍ନି— ବର୍ଦ୍ଧକ, ପାଚକ, କଳବର ଓ ମେଧା—ଜନକ ମହାଭାରତରେ ବର୍ଣ୍ଣିତ ହୋଇଅଛି ଯେ, ପୁତ୍ରଶୋକାତୁର ବଶିଷ୍ଠ ମୁନି ଏହି ନଦୀର ଜଳରେ ଝାସ ଦେବାରୁ ଏ ନଦୀ ବିପ୍ରଙ୍କୁ ଅଗ୍ନି ତୁଲ୍ୟ ବୋଧ କରି ଶତଧା ବିଦ୍ରୁତା ହେଲା ଓ ତଦବଧି ଏହି ନଦୀର ନାମ ଶତଦ୍ରୁ ହେଲା ଶତଦ୍ରୁ, ସିନ୍ଧୁ ଓ ବ୍ରହ୍ମପୁତ୍ର, ଏ ତିନି ନଦୀ ହିମାଳୟ ପର୍ବତର ଉତ୍ତର ପାର୍ଶ୍ୱସ୍ଥ ମାଳଭୂମିରେ ଥିବା ମାନସରୋବର ଓ (ମାନସ ସରୋବରର ପଶ୍ଚିମରେ ଅବସ୍ଥିତ) ରାବଣ ହ୍ରଦରୁ ବାହାରି ଅଛନ୍ତି ସିନ୍ଧ ନଦୀ ପଶ୍ଚିମ ଦିଗକୁ ବହି ହିମାଳୟରସ ପଶ୍ଚିମ ମୁଣ୍ଡ ବାଟେ ଓ ବ୍ରହ୍ମପୁତ୍ର ପୂର୍ବକୁ ବହି ହିମାଳୟ ପୂର୍ବ ମୁଣ୍ଡ ବାଟେ ବୁଲି ଭରତବର୍ଷକୁ ଆସିଅଛି କିନ୍ତୁ ଶତଦ୍ରୁ ନଦୀ ଦକ୍ଷିଣ ପଶ୍ଚିମ ଦିଗକୁ ବହି ହିମାଳୟକୁ ଭେଦ କରି ହିମାଳୟର ଦକ୍ଷିଣରେ ଆସି ସିନ୍ଧୁ ନଦୀରେ ମିଳିଅଛି ପଞ୍ଚ ନଦ ମଧ୍ୟରୁ ସିନ୍ଧୁ ନଦୀ ପଶ୍ଚିମରେ ଓ ଶତଦ୍ରୁ ପୂର୍ବରେ ଅବସ୍ଥିତ (ଅନ୍ୟ ତିନି ନଦୀ ରାବୀ, ଚେନାବ ଓ ଝେଲମ) ଶତଦ୍ରୁର ଉତ୍ପତ୍ତି ସ୍ଥାନ ଭାରତର ସମତଳ ଭୁଭାଗଠାରୁ ୧୫: ହଜାର ଫୁଟ୍ ଉର୍ଦ୍ଧ୍ୱରେ ଅବସ୍ଥିତ ପାର୍ବତ୍ୟଦେଶରୁ ବାହାରି ଶତଦ୍ରୁ ଯେଉଁଠାରେ ପ୍ରଥମେ ସମତଳ ଭୂମିରେ ପହଞ୍ଚି ଅଛି, ସେ ଭୂଖଣ୍ଡର ନାମ ଗଜ ଏହି ସମତଳ ଭୂମିରେ ଶତଦ୍ରୁ ନଦୀର ଗଭୀରତା ୪ ହଜାର ଫୁଟ୍ ହିମାଳୟ ପର୍ବତର ଗର୍ଭକୁ ଭେଦ କରି ଶତଦ୍ରୁ ବହୁଥିବା ସ୍ଥାନରେ ଏହାର ପ୍ରସ୍ତରମୟ ତଟର ଉଚ୍ଚତା କୋଡ଼ିଏ ହଜାର ଫୁଟ୍— ବିଶ୍ୱକୋଷ]