Jump to content

ଶତ୍ରୁଘ୍ନ

ଉଇକିଅଭିଧାନ‌ରୁ

ଶତ୍ରୁଘ୍ନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶତ୍ରୁ+ହନ୍ ଧାତୁ=ବଧ କରିବା+କର୍ତ୍ତ, ଅ; ଯେ ଶତ୍ରୁକୁ ବଧକରେ)

[ସମ୍ପାଦନା]

ଶତ୍ରୁହନ୍ତା; ଶତ୍ରୁକୁ ଯେ ହତ୍ୟା କରେ —Killing an enemy.

ବିଶେଷ୍ୟ -

[ସମ୍ପାଦନା]

ଶତ୍ରୁ— ହତ୍ୟାକାରୀ ବୀର —୧. A slayer of the enemy.

୨. ଦଶରଥଙ୍କର ପତ୍ନୀ ସୁମିତ୍ରାଙ୍କ ଗଭଜ ଯମଜ କନିଷ୍ଠ ସନ୍ତାନ; ଲକ୍ଷ୍ମଣଙ୍କର କନିଷ୍ଠ ଭ୍ରାତା —୨. The younger twin brother of Lakshmaṇa, born of Sumitrā a queen of Daṡaratha.

[ଦ୍ରଷ୍ଟବ୍ୟ —ଅଯୋଧ୍ୟାର ରାଜା ଦଶରଥଙ୍କର ଚାରି ପୁତ୍ର ମଧ୍ୟରେ ଲକ୍ଷ୍ମଣ ଯେପରି ରାମଚନ୍ଦ୍ର ଙ୍କର ଏକାନ୍ତ ଅନୁଗତ ଥିଲେ, ଶତ୍ରୁଘ୍ନ ମଧ୍ୟ ସେହିପରି ଭରତଙ୍କର ଭକ୍ତ ଓ ଏକାନ୍ତ ଅନୁଗତ ଥିଲେ ରାମଚନ୍ଦ୍ରଙ୍କ ବିବାହ କାଳରେ ଜନକଙ୍କ ଝିଆରୀ ଶ୍ରୁତକୀର୍ତ୍ତିଙ୍କ ପାଣିଗ୍ରହଣ କରିଥିଲେ ରାମଚନ୍ଦ୍ରଙ୍କ ବନବାସ ଓ ତଜ୍ଜନିତ ଶୋକରେ ଦଶରଥଙ୍କ ମୃତ୍ୟୁ ଘଟିବା କାଳରେ ଏ ଭରତଙ୍କ ମାତୁଳାଳୟ କେକୟ ରାଜ୍ୟରେ ଥିଲେ ଏବଂ ସଂବାଦ ପାଇ ସେଠାରୁ ଫେରି ଆସି ରାମ— ଚନ୍ଦ୍ରଙ୍କୁ ବନରୁ ବାହୁଡ଼ାଇ ଆଣିବାପାଇଁ ଭରତଙ୍କ ସହିତ ଯାଇଥିଲେ କିନ୍ତୁ ରାମଚନ୍ଦ୍ର ପିତୃସତ୍ୟ ପାଳନ କରି ଫେରି ନ ଆସିବାରୁ ଭରତ ରାମଚନ୍ଦ୍ରଙ୍କ ପାଦୁକାକୁ ସିଂହା— ସନରେ ପ୍ରତିଷ୍ଠିତ କରି ନନ୍ଦୀଗ୍ରାମରେ ଅବସ୍ଥାନପୂର୍ବକ ରାଜ୍ୟ— ଶାସନ କଲେ ଓ ସେହିଠିରେ ଶତ୍ରୁଘ୍ନ ଭରତଙ୍କ ଅନୁଚର ରୂପେ ରହିଲେ ରାମଚନ୍ଦ୍ରଙ୍କ ବନପ୍ରତ୍ୟାଗମନ ପରେ ଏ ଭରତଙ୍କ ସଙ୍ଗେ ନନ୍ଦୀଗ୍ରାମରୁ ଅଯୋଧ୍ୟାକୁ ଆସିଲେ ରାମ— ଚନ୍ଦ୍ରଙ୍କ ଆଦେଶକ୍ରମେ ଏ ଲବଣନାମକ ରାକ୍ଷସକୁ ବଧ କରି ତାହାର ମଧୁପୁରୀ ରାଜଧାନୀକି ଧ୍ୱଂସକରି ସେହିଠାରେ ମଥୁରା ରାଜ୍ୟ ସ୍ଥାପନର କରି ନିଜର ପୁତ୍ର ସୁବାହୁ ଓ ଶତ୍ରୁଘାତୀଙ୍କୁ ଉକ୍ତ ରାଜ୍ୟର ଭାର ଅର୍ପଣ କରି ପୁତ୍ର କିଛିଦିନପରେ ରାମଚନ୍ଦ୍ରଙ୍କ ସଙ୍ଗେ ସରଯୁ ନଦୀରେ ଯୋଗବଲରେ ତନୁତ୍ୟାଗ କଲେ]

୩. ସ୍ୱଫଲ୍ମଙ୍କ ଏକପୁତ୍ର (ହିନ୍ଦୀ - ଶ) —୩. Name of Swaphaḻka.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପୁରୁଷଙ୍କ ଦିଆଯିବା— ନାମ —୧. A name given to males.