Jump to content

ଶତ ମାନ

ଉଇକିଅଭିଧାନ‌ରୁ

ଶତ ମାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶତ+ମାନ=ପରିମାଣ ଯାହାର)

[ସମ୍ପାଦନା]
୧. ଏକ ପଳ ପରିମିତ ରୌପ୍ୟ; ୪ ତୋଳାପରିମିତ ରୌପ୍ୟ — ୧. Silver weighing ୪ toḻās (rupees)-

[ଦ୍ରଷ୍ଟବ୍ୟ —ମନୁସଂହିତାର ଅଷ୍ଟମ ଅଧ୍ୟାୟ ଅନୁସାରେ ଘରର ଗବାକ୍ଷ ଛିଦ୍ରବାଟେ ଆସୁଥିବା ସୂର୍ଯ୍ୟକିରଣରେ ପରିଦୃଷ୍ଟ ଏକ ଧୂଳକଣାକୁ ତ୍ରସରେଣୁ ବୋଲାଯାଏ (ମନୁ ୮୧୩୨: ); ୮ କ୍ରସରେଣୁ=୧ ଲିକ୍ଷା; ୩ ଲକ୍ଷା=୧ ରାଜସର୍ଷପ; ୩ ରାଜ ସର୍ଷପ=୧ ଗୌରସର୍ଷପ (୮୧୩୩: ); ୬ ସର୍ଷପ=୧ ମଧ୍ୟମ ଯବ; ୩ ଯବ=୧ କୃଷ୍ଣଳ;=୧ ମଷା; ୧୬: ମଷା=୧ ସୁବର୍ଣ୍ଣ (୮୧୩୪: ); ୪ ସୁବର୍ଣ୍ଣ=୧ ପଳ; ୧ ପଳ=୧ ଧରଣ; ୨ କୃଷ୍ଣକ= ୧ ରୌପ୍ୟ ମଷା(୮୧୩୫: ); ୧୬: ରୌପ୍ୟ ମଷା=୧ ରୌପ୍ୟ ଧରଣ ବା ରଜତ ପୁରାଣ [୮୧୩୬: ]; ୧ ଧରଣ=୧ ରୌପ୍ୟ ଶତମାନ ୪ ସୁବର୍ଣ୍ଣ =୧ ନିଷ୍ଟ—[ମନୁ ୮୧୩୭: ]

୨. ଆଶାଢ଼ ପରିମାଣ; ପରମାଣବିଶେଷ —୨. A unit of measure.

[ଦ୍ରଷ୍ଟବ୍ୟ — ପୂର୍ବେ ଶସ୍ୟାଦି ମାପିବାରେ ଏହି ପରମାଁଣ ବ୍ୟବହୃତ ଦେଉଥିଲା ଆଜିକାଲି ମଧ୍ୟ ଏହାର ପ୍ରଚଳନ ଅଛି ଚାରି ଆଢ଼କରେ ଏକ ଦ୍ରୋଣ ହୁଏ କେତେକ ସ୍ଥାନରେ ଏକ ଆଢ଼କରେ ନାମ ମଧ୍ୟ ଦ୍ରୋଣ ଏହାର ଓଜନ ୩୨: ସେର କିମ୍ୱା ୬୪: ସେର ବୈଦ୍ୟକ ଅନୁସାରେ ଏହାର ଓଜନ ୮ ସେର ଜ୍ୟୋତିଷଶାସ୍ତ୍ରାନୁସାରେ ୧ ଯୋଜନ ଲମ୍ୱା ଓ ୩ ଯୋଜନ ଚଉଡ଼ା ସ୍ଥାନ ଆଢ଼କକ ନାମରେ କଥିତ ହୁଏ]

୩. ତାରମାକ୍ଷିକ ନାମକ ଉପଧାତୁ [ହିନ୍ଦୀ - ଶ] ୩. Iron pyrities.
୪. ଚାରିତୋଳାପରିମିତ ସ୍ୱର୍ଣ୍ଣ— ଦ୍ରବ୍ୟ [ହିନ୍ଦୀ - ଶ] —୪. A golden article weighing ୪ to ḻās.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପୁଂ (ବହୁବ୍ରୀହି) ୪ ତୋଳା ପରିମିତ —Weighing ୪ Toḻās.