Jump to content

ଶନଃଶେଫ

ଉଇକିଅଭିଧାନ‌ରୁ

ଶନଃଶେଫ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରନାମ) (ବହୁବ୍ରୀହି ଓ ଅଳୁକ ସମାସ; ଶୂନଃ= ଶ୍ୱାନର+ଶେଫ=ଲିଙ୍ଗ ବା ଲାଙ୍ଗୁଡ଼ ପରି ଲିଙ୍ଗ ବା ଲାଙ୍ଗୁଡ଼ ଯାହାର)

[ସମ୍ପାଦନା]

ଜଣେ ଋଷିଙ୍କ ନାମ — The name of a sage.

[ଉ —ସେ ପୁତ୍ର ଶୁନଃ— ଶେଫ ନାମ; ସକଳ ଗୁଣେ ଗୁଣଧାମ —ଜଗନ୍ନାଥଭାଗବତ]

[ଦ୍ରଷ୍ଟବ୍ୟ —ଏ ବିଶ୍ୱାମିତ୍ରଙ୍କ ଭଣଜା, ଋଷିଙ୍କ ମଧ୍ୟମପୁତ୍ର; ଏହାଙ୍କ ମାତାଙ୍କ ନାମ ସତ୍ୟବତୀ ଇନ୍ଦ୍ର ଅଯୋଧ୍ୟାର ରାଜା ଆମ୍ୱରୀଷଙ୍କ ଯଜ୍ଞୀୟ ପଶୁ ହରଣ କରିବାରୁ ରାଜା ଯଜ୍ଞବିଘୁର ପ୍ରାୟଶ୍ଚିତ୍ତସ୍ୱରୁପ ନରବଳି ଦେବାପାଇଁ ଏହାଙ୍କୁ କିଣିଲେ ଓ ଅଯୋଧ୍ୟା ଯାଉଁ ଯାଉଁ ବାଟରେ ବିଶ୍ୱାମିତ୍ରଙ୍କୁ ଆଶ୍ରମରେ ରହିଲେ ଶୂନଃଶେଫ ବିଶ୍ୱାମିତ୍ରଙ୍କର ଶରଣାର୍ଥୀ ହେବାରୁ ବିଶ୍ୱାମିତ୍ର ତାହାଙ୍କୁ ଅଗ୍ନିସ୍ତବ ଶିକ୍ଷାଦେଲେ ଏବଂ ସେହି ସ୍ତବ ବଳରେ ସେ ରାଜାଙ୍କ ଯଜ୍ଞଗ୍ନିରୁ ଅକ୍ଷତ ହୋଇ ରକ୍ଷା ପାଇଲେ ପରେ ବିଶ୍ୱାମିତ୍ର ଏହାଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରି ଏହାଙ୍କୁ ଦେବରାଜ ନାମ ଦେଲେ ମତା — ନ୍ତରରେ ଐତରୀୟ ବ୍ରାହ୍ମଣରେ ଲେଖା ଅଛି ଯେ, ଏ ଅଜି — ଗର୍ତ୍ତ ମୁନିଙ୍କ ମଧ୍ୟମପୁତ୍ର ରାଜା ହରିଶ୍ଚନ୍ଦ୍ର, ଅପୁତ୍ରକ ଥିବାରୁ ଅଙ୍ଗୀକାର କରିଥିଲେ ଯେ, ସେ ପୁତ୍ରଲାଭ କଲେ ପୁତ୍ରକୁ ବରୁଣଙ୍କଠାରେ ବଳି ଦେବେ; କିନ୍ତୁ ପୁତ୍ରପ୍ରାପ୍ତି ପରେ ସେ ଉକ୍ତ ଅଙ୍ଗୀକାର ରକ୍ଷା ନ କରି ଟାଳୁ ଥାଆନ୍ତି ତାଙ୍କ ପୁତ୍ର ରୋହିତ ଆପଣା ବଦଳରେ ବରୁଣଙ୍କଠାରେ ବଳି ଦେବାକୁ ଆଜିଗର୍ତ୍ତ ମୁନିଙ୍କୁ ୧ଟି ଗାଭୀ ଦେଇ ତାଙ୍କ ଠାରୁ ଶୁନଃଶେଫଙ୍କୁ କିଣିଲେ; କିନ୍ତୁ ଶୁନଃଶେଫ ବିଷ୍ଣୁ, ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କୁ ସ୍ତବରେ ସନ୍ତୁଷ୍ଟ କରି ମୃତ୍ୟୁରୁ ରକ୍ଷା ପାଇଲେ ତତ୍ପରେ ତାଙ୍କୁ ବିଶ୍ୱାମିତ୍ର ମୁନି ପୋଷ୍ୟପୁତ୍ରରୂପେ ଗ୍ରହଣ କଲେ (ଆପ୍ତେ)]

ଦେଶଜ - ବି— (ସଂସ୍କୃତ - ଶୁନ=ଶ୍ୱାନର+ ଶେଫ=ଲାଙ୍ଗୁଡ଼)

[ସମ୍ପାଦନା]

କୁକୁର ଲାଙ୍ଗୁଡ଼ — The tail of a dog.

[ଉ—ଶୁନଃଶେଫର ପ୍ରାୟେ ରହେ. କି ଆର କରିବି ଉପାୟେ —ଜଗନ୍ନାଥ. ଭାଗବତ]