ଶନି

ଉଇକିଅଭିଧାନ‌ରୁ

ଶନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଣ୍ ଧାତୁ=ଦାନ କରିବା+ସଂଜ୍ଞାର୍ଥେ. ଇ; କିମ୍ୱା ଶୋ ଧାତୁ=ଶାଣ ଦେବା=କର୍ତ୍ତୃ. ଅନି)[ସମ୍ପାଦନା]

୧. ସପ୍ତମ ଗ୍ରହ; ଗ୍ରହବିଶେଷ (ସୂର୍ଯ୍ୟଙ୍କ ଔରସରେ ତତ୍ପତ୍ନୀ ଛାୟାଙ୍କ ଗର୍ଭଜାତ ସନ୍ତାନ) —୧. The seventh planet, said to be the son of the sun; Saturn.

[ଦ୍ରଷ୍ଟବ୍ୟ —ପୁରାଣ ମତରେ ଶନିଗ୍ରହ ଚିତ୍ରଗୁପ୍ତଙ୍କ କନ୍ୟାଙ୍କୁ ବିବାହ କରିଥିଲେ ସ୍ତ୍ରୀଙ୍କ ଋତୁ ରକ୍ଷା ନ କରିବା କାରଣରୁ ଏହାଙ୍କ ସ୍ତ୍ରୀ ଏହାଙ୍କୁ ଅଭିଶାପ ଦେଲେ ଯେ, ଏ ଯେଉଁ ବସ୍ତୁକୁ ଚାହିଁବେ, ତାହା ବିନଷ୍ଟ ହେବ ପାର୍ବତୀଙ୍କର ଗଣେଶ ଜନ୍ମ ହେବାରୁ ଏ ବିଷ୍ଣୁଙ୍କ ଆଦେଶରେ ନବଜାତ ଗଣେଶଙ୍କୁ ଦେଖିବାକୁ ଗଲେ ଓ ଗଣେଶଙ୍କ ମସ୍ତକରେ ଏହାଙ୍କ ଦୃଷ୍ଟି ପଡ଼ିବାମାତ୍ରକେ ତାଙ୍କର ମୁଣ୍ଡଟି ଉଡ଼ିଗଲା ଦେବତାମାନେ ତତ୍କ୍ଷଣାତ୍ ଗୋଟିଏ ହାତୀର ମୁଣ୍ଡ ଆଣି ଗଣେଶଙ୍କ ଗଣ୍ଡିରେ ଲଗାଇଦେଲେ ଓ ତଦବିଧି ଗଣେଶ ଗଜାନନ ହେଲେ ପାର୍ବତୀଙ୍କ ସାପରୁ ଏ ଖଞ୍ଜ ହୋଇଗଲା ଜ୍ୟୋତିଷଶାସ୍ତ୍ରା— ନୁସାରେ ଏ ଅମଙ୍ଗଳ ଗ୍ରହ ଏହାଙ୍କର ଗତି ଧୀର ଥିବାରୁ ଏହାଙ୍କର ଅନ୍ୟ ନାମ ମନ୍ଦ ଓ ଶନୈଶ୍ଚର ଥରେ ଗୋଟିଏ ରାଶିକୁ ଅତିକ୍ରମ କରିବାକୁ ଶନିଙ୍କୁ ଅଢ଼େଇ ବର୍ଷ ଲାଗେ ଶନିଙ୍କର ଗୋଚରକାଳ ମଧ୍ୟରେ ୭ମ, ୮ମ ଓ ୯ମ ସାଢ଼େ ସାତ ବର୍ଷର ଶନିସପ୍ତା ଏବଂ ୧୨ଶ, ଜନ୍ମ ଓ ୨ୟ ୭/?/ବର୍ଷକୁ ଶନି ସାଢ଼େସାତି ବୋଲାଯାଏ ଶନି ଶଦ୍ରକଣ୍ଟକ ଗ୍ରହ ବୋଲି ଲୋକଙ୍କର ବିଶ୍ୱାସ ଏଥିପାଇଁ ଶନିସପ୍ତାରେ ଶୂଦ୍ରମାନଙ୍କୁ ବେଶି ବିପନ୍ନ ହେବାକୁ ପଡ଼େ ବୋଲି ଲୋକେ ବିଶ୍ୱାସ କରନ୍ତି ସନି ମନୁଷ୍ୟର ଜନ୍ମଲାଶିସ୍ଥ ହେଲେ ବିତ୍ତନାଶ, ମନସ୍ତାପ; ୨ୟରେ କ୍ଲେଶ; ତୃତାୟରେ ଶତ୍ରୁନାଶ ଓ ବିତ୍ତ— ଲଭ; ୪ର୍ଥରେ ଶୁକ୍ର ବୃଦ୍ଧି; ୫ମରେ ପୁତ୍ର ଭୃତ୍ୟ ଓ ଅର୍ଥନାଶ; ୬ଷ୍ଠରେ ଅର୍ଥଲାଭ; ୭ମରେ ଅନିଷ୍ଟପାତ; ୮ମରେ ଦେହ ପୀଡ଼ା; ୯ମରେ ଧନକ୍ଷୟ' ୧ମରେ ମାନସିକ ଉଦ୍ୱେଗ; ୧୧ଶରେ ବିତ୍ତଲାଭ ଓ ୧୨ଶରେ ଅନର୍ଥ ଘଟେ ଶନିଗ୍ରହ ରାଶିରୁ ନିର୍ଗମନକାଳରେ ଗୋଚର ଫଳ ପ୍ରଦାନ କରନ୍ତି ଯେଉଁ ବ୍ୟକ୍ତିର ଲଗ୍ନର ୭ମ ଘରେ ଶନି ଥାଆନ୍ତି, ସେ ବ୍ୟକ୍ତି ଚୋଟା ହୁଏ ଶନିବାର ବିବାହ, କ୍ଷୌରଦିକର୍ମ ବିବର୍ଜିତ ଶନବାରର ଦିବସର ଷଷ୍ଠଭାଗ ବାରବେଳା ଓ

ପ୍ରଥମଭାଗ ଓ ଶେଷଭାଗ କାଳବେଳା ଶନିବାରର ରାତ୍ରିର ପ୍ରଥମଭାଗ ଓ ଶେଷଭାଗ କାଳରାତ୍ରି ଶନିବାରର କାଳିକାର ପ୍ରଥମ ଗଜୋଦଶନ ଘଟିଲେ ସେ ବାଳିକା ବିଧବା ହୁଏ 

ମନୁଷ୍ୟର ଜୀବନକାଳ ମଧ୍ୟରେ ନାକ୍ଷତ୍ରିକ ମତାନୁସାରେ ବୁଧମହାଦଶା ପରେ ଓ ବୃହସ୍ପତି ମହାଦଶା ପୂର୍ବରୁ ଶନିର ମହାଦସା ଭୋଗ ହୁଏ ଏ ମହାଦଶାର ଭୋଗକଳ ଦଶ ବର୍ଷ କେତେ ମତରେ ଶନିମହାଦଶା ୧୯: ବର୍ଷ ଓ ତାହା ବୃହସ୍ପତି ମହାଦଶା ପରେ ଓ ବୁଧ ମହାଦଶା ପୂର୍ବରୁ ପଡ଼େ ଶନି ଗ୍ରହଙ୍କ ଶାନ୍ତି ନିମିତ୍ତ କୀ ହି, ତେଳ, କୃଷ୍ଣତିଳ, ମହିଷ ଓ ଲୌହଦାନ ପ୍ରଶସ୍ତ ଶନିବାରର ଜ୍ୱର ଧରିଲେ ଉକ୍ତ ଜ୍ୱର କଷ୍ଟପ୍ରଦ ହୁଏ ନୀଳମଣି ଶନି ଗ୍ରହଙ୍କର ପ୍ରିୟମଣି

ଏହା ସୌରଜଗତର ନବ ଗ୍ରହଙ୍କ ମଧ୍ୟରେ ୭ମ ଗ୍ରହ ସୂର୍ଯ୍ୟଙ୍କଠାରୁ ଏହାର ଦୂରତ୍ୱ ୮୮: କୋଟି ୩ ଲକ୍ଷ ମାଇଲ, ଅର୍ଥାତ୍ ପୃଥିବୀ ଅପେକ୍ଷା ସୂର୍ଯ୍ୟଙ୍କଠାରୁ ୯/?/ଗୁଣ ଦୂରରେ ଏହା ଅବସ୍ଥିତ ଏଥିର ବ୍ୟାସ ୭୫: ହଜାର ୮ଶତ ମାଇଲ ଥରେ ସୂର୍ଯ୍ୟହ୍କ ଚାରିଆଡ଼େ ଘୂରିବାକୁ ଏହାକୁ ୨୯: ବର୍ଷ ୧୬୭: ଦିନ ଲାଗେ ଓ ଗୋଟିଏ ରାଶିକୁ ଟପବାକୁ ପ୍ରାୟ ୨/?/ ବର୍ଷ ଲାଗେ ବୃହସ୍ପତିଙ୍କୁ ଛାଡ଼ିଦେଲେ ଏ ସବୁ ଗ୍ରହଠାରୁ ବଡ଼ ଏହାର ବ୍ୟାସ ପୃଥିବୀର ବ୍ୟାସର ନଅ ଗୁଣ ଏଥିର ୯ଟି ଓ ମତାନ୍ତରରେ ୮ଟି ଉପଗ୍ରହ ବା ଚନ୍ଦ୍ର ଅଛନ୍ତି ଏ ସବୁ ଗ୍ରହଠାରୁ ବେଶି ଉଜ୍ଜଳ ଏ ଆପଣା ଅକ୍ଷ ଉପରେ ୩୭୮: ଦିନରେ ଥରେ ବୁଲି ଆସେ ଏଗ୍ରହର ଚାରିପାଖେ ଗୋଟିଏ ବଡ଼ ବଳୟ ଅଛି ଏହି ବହ୍ୟ ବଳଟରୁ ଶନିର ପିଣ୍ଡର ଦୂରତ୍ୱ ୫ ହଜାର ୯ଶତ ମାଇଲ ବାହ୍ୟ ବଳୟର ଓସାର ୧୧: ହଜାର ୨ଶହ ମାଇଲ ବଳୟର ବ୍ୟାସ ୧ଲକ୍ଷ ୭୨: ହଜାର ୮ ଶହ ମାଇଲ୍ ଓ ଘନତା ଶହେ ମାଇଲରୁ କିଛି ଅଳ୍ପ (ହିନ୍ଦୀ - ଶ)

ଫଳିତଜ୍ୟୋତିଷ ମତରେ ଏ ଗ୍ରହ କୃଷ୍ଣ, ଶୂଦ୍ର ବର୍ଣ୍ଣ ଓ ସୂର୍ଯ୍ୟମୁଖ, ଗୃଧ୍ରାବାହନ, ସୌରାଷ୍ଟ୍ରଦେଶାଧିପତି, ନପୁଂସକ ଓ ତମୋଗୁଣଯୁକ୍ତ, କଷାୟରସର ଅଧିପତି, ମକର ଓ କୁମ୍ଭ ରାଶିର ଓ ନୀଳକନ୍ତମଣିର ଅଧିପତି, ଚତୁର୍ଭୁଜ, ବାଣ, ଶୂଳ, ଧନୁଃ ଓ ଭଲ୍ଲଧାରୀ ଯମ ଏ ଗ୍ରହର ଅଧିପତି ଓ ପ୍ରଜାପତି ପ୍ରତ୍ୟଧିଦେବତା

ପଦ୍ମପୁରାଣ ମତରେ ସୂର୍ଯ୍ୟଙ୍କ ସ୍ତ୍ରୀ ଛାୟାଙ୍କ ଗର୍ଭରୁ ଏହାଙ୍କର ଉତ୍ପର୍ତ୍ତି ହୋଇଥିଲା ଏହାଙ୍କୁ କଶ୍ୟପମୁନିଙ୍କ ସନ୍ତାନ ବୋଲି ମଧ୍ୟ ବୋଲାଯାଏ ଶନି ଓ ମଙ୍ଗଳ ସ୍ଥାନବିଶେଷରେ ଏକସ୍ଥାନଗତ ହେଲେ ରାଜଯୋଗକାରକ ହୁଅନ୍ତି]

୨. ଦୂର୍ଭାଗ୍ୟ (ହିନ୍ଦୀ - ଶ) —୨. Misfortune; illuck.
୩. ଶନିବାର —୩. Saturday.

(ଉ—ଉଦୟ ଅସ୍ତ ଶନିର ବାଟ—ଖନାବଚନ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କ୍ରୁରଦୃଷ୍ଟି— ଯୁକ୍ତ ବ୍ୟକ୍ତି —୧. A person with evil eyes.
୨. କୃପଣ ବ୍ୟକ୍ତି —୨. A miser.
୩. ଛୋଟା ଲୋକ —୩. A lame man.