ଶପଥ
ଦେଖଣା
ଶପଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଶପ୍ ଧାତୁ+ଭାବ. ଅଥ, ଅନ)
[ସମ୍ପାଦନା]- ୧. ହଲପ; ରାଣ; ଧର୍ମତଃ ପ୍ରତିଜ୍ଞା; ଦୋହି —୧. Oath; a solemn promise by uttering the name of a God, Deity or a person in connection with one's speech.
[ଉ—ଶପଥ ଶତ ଅଛି କହଟି ସତେ ଚମ୍ପୂ. 'ଶ' ଗୀତ]
- ୨. ପ୍ରତିଜ୍ଞା; କବୁଲ — ୨. promise.
- ୩. ଗାଳି; ତିରସ୍କାର —୩. Abuse.
[ଦ୍ରଷ୍ଟବ୍ୟ —ଈଶ୍ୱରଙ୍କର ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ନାମୋଚ୍ଚାରଣପୂର୍ବକ କୌଣସି ବିଷୟ କହିବା ବା ପ୍ରତିଜ୍ଞା କରିବା ବା ଅନ୍ୟବ୍ୟକ୍ତିକୁ କୌଣସି ଅନୁରୋଧ କରିବା ବା ଗାଳି ଦେବାକୁ ଶପଥ ବୋଲାଯାଏ; ଯେତେ ମୁଁ ମିଥ୍ୟା କଥା କହେଁ ତାହେଲେ ଈଶ୍ୱର ମୋତେ ଦଣ୍ଡ ଦେବେ, ଏହାକୁ ଶପଥ ବୋଲାଯାଏ]