Jump to content

ଶଫରୀ ଫର୍ଫ ରାୟତେ

ଉଇକିଅଭିଧାନ‌ରୁ

ଶଫରୀ ଫର୍ଫ ରାୟତେ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବାକ୍ୟ

[ସମ୍ପାଦନା]

(ଗୋଟିଏ ସଂସ୍କୃତ ଶ୍ଲୋକର ଶେଷାଂଶ ଶ୍ଲୋକଟି ଏହି—"ଅଗାଧ ଜଳସଂଚାରୀ ମା ଗର୍ବଂ ଯାତି ରୋହିତଃ, ଗଣ୍ଡୁଷ ଜଳମାତ୍ରେଣ ଶଫରୀ ଫର୍ଫ ରାୟତେ" ଏହାର ଅର୍ଥ ଏହି ଯେ—ଗଭୀର ଜଳରେ ବିଚରଣ କରୁଥିବା ରୋହି ମାଛ ଗର୍ବ ବହେ ନାହିଁ ଅର୍ଥାତ୍ ପାଣି ଉପରେ ସର୍ବଦା ବାଡ଼େଇ ହୁଏ ନାହିଁ; କିନ୍ତୁ ଅଳ୍ପ ମାତ୍ର ଜଳରେ ବିଚରଣକାରୀ କେରାଣ୍ଡି ମାଛ ପାଣି ଉପରେ ଫର ଫର ହେଉଥାଏ)

(ଲକ୍ଷଣାର୍ଥ)— ବିଦ୍ୱାନ୍ ବା ମହତ୍ ବ୍ୟକ୍ତି ଗର୍ବ ପ୍ରକାଶ କରେ ନାହି; କିନ୍ତୁ ନୀଚ ଓ ସ୍ୱଳ୍ପ—ହୃଦୟ ବ୍ୟକ୍ତି ଆପଣାର ବଢ଼ାଇ ଦେଖାଇ ହୁଏ —The last foot of a Sanskrit sloka used as a proverb meaning:-"Mean people are arrogant and boastful, while great men are always grave."