ଶବରୀ
ଦେଖଣା
ଶବରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଶବର+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଶବର ପତ୍ନୀ — ୧. A Ṡabara woman.
- ୨. ତ୍ରିକାଳଦର୍ଶିନୀ ତାପସୀ ବିଶେଷ —୨. Name of a secress.
[ଦ୍ରଷ୍ଟବ୍ୟ — ଏ ଶବର ଜାତିର ଶ୍ରମଣାନାମ୍ନୀ ତପସ୍ୱିନୀ ଥିଲେ ରାବଣ— ହୃତା ସାତାଙ୍କ ଅନ୍ୱେଷଣକାରୀ ରାମଚନ୍ଦ୍ର ଏହାଙ୍କ ଆଶ୍ରମରେ ପହଞ୍ଚିବାରୁ ଏ ରାମଚନ୍ଦ୍ରଙ୍କୁ ଅଭ୍ୟର୍ଥନା କଲେ ଓ ତାଙ୍କ ଅନୁମତିରେ ତାଙ୍କ ସମ୍ମୁଖରେ ଚିତାଗ୍ନିରେ ପ୍ରବଶ କରି ସ୍ୱର୍ଗଲାଭ କଲେ—ହିନ୍ଦୀ - ଶ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ରାଜ୍ୟରେ ପ୍ରବାହିତ ନଦୀ ବିଶେଷ —Name of a tributary of the Godavari river flowing in the Joypore Estate in the Koraput district of Orissa.
[ଦ୍ରଷ୍ଟବ୍ୟ —ଏହା ପୂର୍ବଘାଟ ପର୍ବତରୁ ବାହାରି ପାର୍ବତ୍ୟ ବକ୍ଷରେ ପ୍ରପାତାକାରରେ ପଡ଼ି କୋରାପୁଟ ଓ ଜୟପୁର ନଗରର ଖଣ୍ଡଦୂରରେ ଜୟପୁର ରାଜ୍ୟବାଟେ ଯାଇ ଶିଲେରୁ ନାମକ ନଦୀ ସଙ୍ଗେ ମିଳିତ ହୋଇ ଉଦ୍ଦିଗୁଦେମ (Vaddigudem) ନଗରଠାରେ ଗୋଦାବରୀ ନଦୀରେ ଉତ୍ତରଆଡ଼ୁ ମିଶିଅଛି]