ଶବ୍ଦଭେଦୀ ବାଣ
ଶବ୍ଦଭେଦୀ ବାଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶବ୍ଦକାରକ ଅଦୃଶ୍ୟ ବ୍ୟକ୍ତି ବା ବସ୍ତୁକୁ ବିଦ୍ଧ କରିବାକୁ ସମର୍ଥ ବାଣ — An arrow which strikes at an invisible target by following the sound whichemanates from the target.
[ଦ୍ରଷ୍ଟବ୍ୟ —ଅର୍ଜୁନ ଓ ଦଶରଥ ଶବ୍ଦଭେଦୀ ବାଣ ମାରିବା ଶିକ୍ଷା କରିଥିଲେ ଦିନେ ଦଶରଥ ମୃଗୟାକୁ ଯାଇ ଅରଣ୍ୟରେ ଖଣ୍ଡେଦୂର ଆଢୁଆଳରେ ଗୋଟିଏ ଋଷିକୁମାର ନଦୀରେ ମାଠିଆ ବୁଡ଼ାଇ ପାଣି ଆଣ୍ଠୁଥିବାର ଶବ୍ଦ ଶୁଣି ଏ ଶବ୍ଦକୁ କୌଣସି ବନ୍ୟପଶୁର ଶବ୍ଦ ବୋଲି ଅନୁମାନ କରି ଶବ୍ଦଭେଦୀ ବାଣ ପ୍ରୟୋଗ କଲେ ଉକ୍ତ ଋଷିକୁମାରଙ୍କ ଦେହରେ ସେ ବାଣ ବାଜିଲା ଦଶରଥ ଘଟଣାସ୍ଥଳରେ ଉଫସ୍ଥିତ ହୋଇ ଦେଖିଲେ ଯେ, ସେ ଋଷିକୁମାର ଅନ୍ଧ ମୁନି ଓ ଅନ୍ଧୁଣୀ ମୁନିପତ୍ନୀଙ୍କର ଏକମାତ୍ର ସନ୍ତାନ ଏହା ଦେଖି ସେ ଯାଇ ଅନ୍ଧ ଦମ୍ପତିଙ୍କୁ ସମସ୍ତ କଥା ଜଣାଇଲେ ଅଳ୍ପ ସମୟ ପରେ ଶରାହତ ଋଷିକୁମାରଟି ମଧ୍ୟ ମୃତ୍ୟୁମୁଖରେ ପଡ଼ିଲେ ଅନ୍ଧ ମୁନିଦମ୍ପତି ପୁତ୍ରର ଏହି ଅକାଳବିୟୋଗରେ ଯତ୍ପରୋନାସ୍ତି ବ୍ୟଥିତ ହୋଇ ତାଙ୍କୁ ଅବିଶାପ ଦେଲେ— 'ଆମ ଭଳି ତୁମର ମଧ୍ୟ ଏହିପରି ପୁତ୍ରଶୋକରେ ମୃତ୍ୟୁ ଘଟିବ' ଏହି ଅଭିଶାପ ଦେଇ ଶୋକାକୁଳ ମୁନିଦମ୍ପତି ମଧ୍ୟ ପ୍ରାଣତ୍ୟାଗ କଲେ ତାଙ୍କ ଅଭିଶାପ ଫଳରେ ହିଁ ଦଶରଥଙ୍କ ଜୀବନରେ ରାମଚନ୍ଦ୍ରଙ୍କ ବନବାସଜନିତ ଦୁଃଖ ଘଟିଲା ଏବଂ ପୁତ୍ରଶୋକରେ ସେ ପ୍ରାଣତ୍ୟାଗ କଲେ]