ଶବ୍ଦାଳଙ୍କାର

ଉଇକିଅଭିଧାନ‌ରୁ

ଶବ୍ଦାଳଙ୍କାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶବ୍ଦ+ଅଳଙ୍କାର; ଶବ୍ଦଘଟିତ ଅଳଙ୍କାର; ମ. ପ. ଲୋ)[ସମ୍ପାଦନା]

ଶବ୍ଦର ଶୋଭା ସଂପାଦନକାରୀ କାବ୍ୟାଙ୍ଗ ବିଶେଷ —Figures of speech; art of composition.

[ଦ୍ରଷ୍ଟବ୍ୟ —ଅଳଙ୍କାରଦ୍ୱାରା ଯେପରି ମନୁଷ୍ୟର ଶୋଭାବୃଦ୍ଧି ପାଏ, ସେହିପରି ଶବ୍ଦାଳଙ୍କାରଦ୍ୱାରା ଶବ୍ଦମାନଙ୍କର ଶୋଭା ବୃଦ୍ଧି ପାଏ ବେଳେ ବେଳେଆମ ଦେଶରେ ସ୍ତ୍ରୀମାନଙ୍କର ଶୋଭାର ଅତିଶୟ ରୂପେ ବୃଦ୍ଧି କରିବା ପାଇଁ ଯେପରି ନାକଦଣ୍ଡି, ନାକ ପୁଡ଼ା, କାନପୁଡ଼ା, କାନପାଖ, ବେକ, ହାତ, ବାହା, କଚଟି ଓ ଆଙ୍ଗୁଠି ଆଦିରେ ଉପର୍ଯ୍ୟୂପରି ଅଳଙ୍କାର ୙ଞ୍ଜି ଦିଆଯାଏ, ଓଡ଼ିଶାର ପ୍ରାଚୀନ ସାହିତ୍ୟରେ ତଦାନୀନ୍ତର ରୁଚିକୁ ଅନୁସରଣ କରି ସେହିପରି ଶବ୍ଦ ଓ ଅର୍ଥର ଉତ୍କର୍ଷ ସାଧନ ପଇ ଅଳଙ୍କାର ଖଞ୍ଜା ବହୁ ପ୍ରାଚୀନ ସହିତ୍ୟର ଅପୂର୍ବ ଶୋଭା ସଂପାଦନ କରିବାପାଇଁ ଚେଷ୍ଟା ହୋଇଥିବାରୁ ଦୃଷ୍ଟାନ୍ତ ବିରଳ ନହେଁ ବହୁ ଅନୁପ୍ରାସଯୁକ୍ତ ରଚନାରେ ଉତ୍କଳର ସର୍ବଶ୍ରେଷ୍ଠ ପ୍ରାଚୀନ କବି ଉପେନ୍ଦ୍ର ଭଞ୍ଜ ଯେଉଁ କୃତିତ୍ୱ ଦେଖାଇ ଅଛନ୍ତି, ତାହା ଅନ୍ୟାନ୍ୟ ସଭ୍ୟ ସାହିତ୍ୟରେ କ୍ୱଚିତ ଦେଖା ଯାଇଥାଏ ସାହିତ୍ୟରେ ଅଲଙ୍କାର ଦୁଇ ପ୍ରକାର ଯଥା—ଶବ୍ଦାଳଙ୍କାର (art ofcomposition) ଓ ଅର୍ଥାଳଙ୍କାର (rhetirical figure of spech) ଶବ୍ଦାଳଙ୍କାରଦ୍ୱାରା ଶବ୍ଦାଳଙ୍କାର ଶୋଭା ବଢ଼େ ଓ ଅର୍ଥା— ଳଙ୍କାରଦ୍ୱାରା ଅର୍ଥର ଶୋଭା ବଢ଼େ ଶବ୍ଦାଳଙ୍କାରର ଉଦାହରଣ ===

(୧) ଅନୁପ୍ରାସଂ —Alliteration; ଏକ ବ୍ୟଞ୍ଜନବର୍ଣ୍ଣର ପୁନଃ ପୁନଃ ବିନ୍ୟାସକୁ ଅନୁପ୍ରାସ ବୋଲାଯାଏ ଯଥା ===

(ଳର ଅନୁପ୍ରାସ) କୁଞ୍ଜଗଲେ ଗଲେ କାନ୍ଧି ବୁଲିବା ସ୍ନେହୀ ବଙ୍ଗାଳି ଗାଳି ଉପମାବଲି କି ଦେଲି ଭଞ୍ଜ—ଲାବଣ୍ୟବତୀ]


(ଶ ଓ ସର ଅନୁପ୍ରାସ) ବୁଝ ଆହେ ସୁମନେ ନିଦ୍ରାବଶେ ସୁମନେ ସଂବେଶ ଆବେଶ ଶ୍ରାରାମ, ବସୁଧା ସୁଧାମୟୀ ବିସୁଧା ସୁଧା ପିଇ ସୁଧାଂଶୁନିର ଛାତ୍ରେ ରମ୍ୟ, ସେ ବସି ଶୁଭ୍ର, ବଜ୍ରସିଂହାସନରେ ତହିଁ, ବସି ଶୁଭ୍ର, ବସନେ ବିରାଜିତ ହୋଇ; ବର—ବର୍ଣ୍ଣନା ସୀତା ବରବର୍ଣ୍ଣନା ଯୁକ୍ତା କୋଳରେ ଅଛନ୍ତି ବସାଇ ସେ ଭଞ୍ଜ—ବୈଦେହୀଶ ବିଳାସ

୨. ଯମଜ —Analogue. ଏକାକାର ଭିନ୍ନାର୍ଥକ ପଦ— ଦ୍ୱୟର ବିନ୍ୟାସକୁ ଯମଜ ବୋଲାଯାଏ ଯମଜ ବହୁପ୍ରକାର' ଯଥା ===

(କ) ଆଦ୍ୟଯମକ— ବିରାଜି ବିରାଜି ଅଛନ୍ତି ମୀନ ଭକ୍ଷଣ ପାଇଁ ରାଜୀବ ରାଜୀବଲୋଚନା ଏଥି ଖେଳା କରଇ ଭଞ୍ଜ—ଲାବଣ୍ୟବତୀ

(ଖ) ମଧ୍ୟ ଯମକ— ଦେଖରେ ନଳିନି ନଳିନୀ ନଳିନୀରେ ପୂରିତ ବ୍ରମନ୍ତି ଭ୍ରମରେ ଭ୍ରମରେ ଏ ଶୋଭିତ ଭଞ୍ଜ—ଲାବଣ୍ୟବତୀ

(ଗ) ପ୍ରାନ୍ତ ଯମକ— ରସିକ ବିଚାର କରେ ଦୀପ ଦାନ କାର୍ତ୍ତିକରେ ପ୍ରୟାଗେ ସ୍ନାନ ମକରେ ଯେହୁ ନ କରେ ବସେ କି ସେ ଆଲୋକରେ ଉତ୍ତମ ରାମା ଅଙ୍କରେ ଘେନି ବସେ ପଲଙ୍କରେ କିହିମକରେ ପୂର୍ବେ ସେବିଥିଲେ ଶଙ୍କରେ ସେ ଫଳୁ ଧରି ଉରଜ ଶ୍ରାଫଳ କରେ ଭଞ୍ଜ—ପ୍ରେମସୁଧାନିଧି

(ଘ) ଆଦ୍ୟ ପ୍ରାନ୍ତ ଯମକ— ତୀର ଶରଭର ଖରଖଣ୍ଡିଖର ଖର କର ତାର ତାର ବାର ବାର ବଡଜିବାର ତର ତର ହଟି ହଟି ହର ହର ଭଞ୍ଜ—ବୈଦେହୀଶବିଳାସ

(ଙ) ମାଳ ଯମକ—ଏକ ଚରଣେ ମଧ୍ୟରେ ତିନି ବା ତୋତୋଽଧିକ ଯମଜ ରହିଲେ ମାଳ ଯମଜ ହୁଏ ବିଚାରଇ ମାଳ ଯମକରେ କବି ମନେ ବୁଲେ ରାମ ରାମ ରାମନେତ୍ରୀ ଘେନି ବନେ ଭଞ୍ଜ—ବୈଦେହୀଶବିଳାସ

(ଚ) ସର୍ବ ଯମକଃ— ଅହିମକର ତାପନାଶେ ଶୋଭା ସାରସ ଚକ୍ରେ ଅହିମକର ତାପନାଶେ ସୋଭା ସାରସ ଚକ୍ରେ ଭଞ୍ଜ—ଲାବଣ୍ୟବତୀ

ଏହା ଛଡ଼ା ଉତ୍କଳର ପ୍ରାଚୀନ ସାହିତ୍ୟର କବିମାନେ ନାନାପ୍ରକାରରେ ଯମକ ରଚନା କରି ନିଜ ନିଜର ଶବ୍ଦ— ପାଣ୍ଡିତ୍ୟ ଦେଖାଇ ଅଛନ୍ତି ଏବଂ ତାହା ସଙ୍ଗେ ସଙ୍ଗେ ମଧ୍ୟ ଶ୍ରଣୀଭେଦରେ ବିଭିନ୍ନ ନାମ ଦେଇ ଯମକର ସଂଖ୍ୟାବୃଦ୍ଧି କରିଅଛନ୍ତି ତନ୍ମଧରୁ ନିମ୍ନରେ କେତୋଟିର ଉଦାହରଣ ଦିଆଯାଉଅଛି ===

(୧) ଗୋମୂତ୍ର ଛନ୍ଦ—ବଜି ବାଣ ହଦଘାତ କୁନ୍ତପାତ ଗର୍ତ୍ତ ଶବ ବାଦୀ ରହି, ବଜିଗଣ ପଦଧୃତ ହରଚେତ ଆର୍ତ୍ତରବ ସାଦୀ ବିହି ଭ଼ଞ୍ଜ. ବୈଦେହୀଶବିଳାସ.

(୨) ଶୃଙ୍ଖଳା—ବିରଥି ରଥିରେ ମନ ମନ କପି କପୀଶ ଶ୍ର—ବଣ କର, ବରଷକ ବର ଶକତି କତିର ତିରସ୍କର କର ବୀର ଭଞ୍ଜ. ବୈଦେହୀଶବିଳାସ

(୩) ବିଲୋମାନୁଲୋମ—ବୀର ଯେତେ ସେନାବାର ରସା ସାର ରବା ନାଶେ ତେଜେ ରବି, ବିହେ ତେଜି ପୁରିତର ତମ ରତ ରିପୁ ଜିତ ହେବି ଭଞ୍ଜ. ବୈଦେହୀଶବିଳାସ

(୪) ବୃକ୍ଷ ବନ୍ଧ—ବିଶାଳ ଶାଳ ତାଳଜାଳ ଟେକି ଯେ କଣ୍ଟକ ଜୀବଧବ ସେ, ବହି କରେ କପି ବକ୍ଷାବନ୍ତ ବଡ଼ ବରଷେ ରୋଷେ ଶେଷେ ସେ ଭଞ୍ଜ. ବୈଦେହୀଶ— ବିଳାସ

(୫) ଗଦାବନ୍ଧ—ବିଦା ସଦା ମୋଦା ଗଦା ଗରଧର କର ତାର ତାହି ବିହି, ବିହି ମହୀ ମନ୍ଦ ଦ୍ୱନ୍ଦଛନ୍ଦ କନ୍ଦ କହି ନୋହେ ତାହି ବିହି ଭଞ୍ଜ. ବୈଦେହୀଶବିଳାସ

(୬) ଶରବନ୍ଧ—କୀରଶରଭର ଖରଖଣ୍ଡ ଖର ଖରକର ତାର ତାର ବାର ବାର ବାଜିବାର ତର ତର ହଟି ହଟି ହର ହର ଭଞ୍ଜ. ବୈଦେହୀଶବିଳାସ

ଏହିପରି ନାନା ଚିତ୍ରବନ୍ଧ, ମେଷଯୁଦ୍ଧ, ବ୍ୟାଘ୍ରଗତି, ସିଂହାବଲୋକନ ପ୍ରଭୃତି ଶବ୍ଦାଳଙ୍କାର ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବିରଳ ନୁହେଁ]