Jump to content

ଶମ୍ଭୁଚନ୍ଦ୍ର ମୂଖୋପାଧ୍ୟାୟ

ଉଇକିଅଭିଧାନ‌ରୁ

ଶମ୍ଭୁଚନ୍ଦ୍ର ମୂଖୋପାଧ୍ୟାୟ

ଉଚ୍ଚାରଣ

[ସମ୍ପାଦନା]

ବଙ୍ଗର ସ୍ୱର୍ଗୀୟ ପ୍ରସିଦ୍ଦ ଲେଖକ, ଗ୍ରନ୍ଥକାର ଓ ରାଜ ନୀତିକ —Name of a late Bengali author and politician.

[ଦ୍ରଷ୍ଟବ୍ୟ —ଏ ୧୮୩୯: ଖ୍ରୀଷ୍ଟାଦ୍ଦରେ ଜନ୍ମଗ୍ରହଣକରି୧୮୯୪: ଖ୍ରାଷ୍ଟାଦ୍ଦରେ ସ୍ୱର୍ଗରୋହଣ କରିଥିଲେ ଏ ସିନ୍ଦୁ ପାଟିଅଟ୍ ଓ ମୁକାର୍ଜିସ ମାଗାଜିନ୍ ଏବଂ ରିଆସ୍ ଆଣ୍ଡ ରୟତ୍ସ୍ ପ୍ରଭୃତି ଇଂରାଜି ପତ୍ରିକାର ସମ୍ଫାଦନ ଥିଲେ ମୁର୍ଶିଦାବାଦ ନବାବଙ୍କ ଦେବାନ, କାଶୀପୁର ରାଜାଙ୍କ ସେକ୍ରେଟେରି ଏବଂ ତ୍ରିପୁରା ମହାରାଜାଙ୍କ ମନ୍ତ୍ରୀ ରୂପେ ମଧ୍ୟ ଏ କେତେକ କାଳ କାର୍ଯ୍ୟ କରିଥିଲେ ଲକ୍ଷ୍ନୌର Talukdar's Association (ତାଲୁକଦାରମାନଙ୍କ ସଂଘ) ଏବଂ କଲିକତାର Indian League (ଭାରତୀୟ ସଂଘ) ଆଦି ରାଜନୀତିର ଅନୁଷ୍ଠାନମାନ ଏହାଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏ ଇଂରାଜୀ ଭାଷାରେ ସୁପଣ୍ଡିତ, ନିର୍ଭୀକ ଏବଂ ତେଜସ୍ୱୀ ଥିଲେ ଏବଂ ରାଜନୀତିକ ବିଷୟାବଳି ସମ୍ୱନ୍ଧରେ ଅନେକ ଗୁଡ଼ିଏ ପୁସ୍ତକ ରଚନା କରିଥିଲେ ବଙ୍ଗୀୟ ସିଭିଲଆନ୍ ସ୍କ୍ରୀନ ସାହେବ ଏହାଙ୍କ ଜୀବନଚରିତ ପ୍ରଣୟନ କରିଅଛିନ୍ତି ଆମେରିକାର ଗୋଟିଏ ବିଶ୍ୱ— ବିଦ୍ୟଳୟ ଏହାଙ୍କ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ଏହାଙ୍କୁ ଡ଼ାକ୍ତର 'Doctor' ଉପାଧି ପ୍ରଦାନ କରିଥିଲେ]