Jump to content

ଶମ୍ୱ

ଉଇକିଅଭିଧାନ‌ରୁ

ଶମ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶମ୍ୱ ଧାତୁ+କର୍ତ୍ତୃ. ଆ)

[ସମ୍ପାଦନା]
୧. ଅଶନି ବଜ୍ର —୧. Thunderbolt.

(ଉ—ଟାଣେ ବିନ୍ଧେ ଶମ୍ୱ ସଦୃଶ କଳମ୍ୱ ତୁମ୍ଭଙ୍କୁ ଏକା ଅତନୁ—କବିସୂର୍ଯ୍ୟ. କିସୋରୀ ଚମ୍ପୂ ଟ ଗୀତ)

୨. ଢିଙ୍କି ଶମୀ; ଢିଙ୍କି ପାହାରର ମୁଣ୍ଡକୁ ବେଷ୍ଟନ କରି— ଥିବା ଲୌହ ବଳୟ; ମୂଷଳର ଅଗ୍ରକୁ ବେଢ଼ିଥିବା ଲୌହ ମଣ୍ଡଳ —୨. The iron ring on the head of the pestle of a Ḍhiṅki.
୩. ଲୌହବଳୟ— ବେଷ୍ଟିତାଗ୍ର ମୁଦଗର —୩. A mace headed with an iron ring.
୪. ଲୌହମୟ କାଞ୍ଚି; ଅଣ୍ଟାରେ ପିନ୍ଧିବା ଲୁହା ଶିକୁଳି —୪. A waist-chain of iron.
୫. ଭୂମିକୁ ଦ୍ୱିତୀୟବାର ଚଷିବା; ଦୋଓଡ଼ ଚାଷ; ଅନୁଲୋମ କର୍ଷଣ —୫. Second ploughing; ploughing a field for the second time.
୬. ଦରିଦ୍ରବ୍ୟକ୍ତି ୬. A poor man
୭. ପ୍ରାଚୀନ କାଳର ପରିମାଣ— ବିଶେଷ (ହିନ୍ଦୀ - ଶ) —୭. An ancient standard of measurement.
୮. ଭାଗ୍ୟବାନ୍ ବ୍ୟକ୍ତି (ବିଶ୍ୱ— କୋଷ) —୮. A lucky person.

(ସମ୍ୱ—ଅନ୍ୟରୂପ)

ବିଶେଷଣ -(ଶମ୍=ସୁଖ+ବ)

[ସମ୍ପାଦନା]
୧. ଭାଗ୍ୟବାନ; ସୌଭାଗ୍ୟଶାଳୀ — ୧. Fortunate; prosperous; lucky.
୨. ଶୁବାନ୍ୱିତ —୨. Blessed; auspicious.
୩. ସୁଖୀ — ୩. Happy.
୪. ଦରିଦ୍ର (ବିଶ୍ୱକୋଷ) —୪. Poor.